ETV Bharat / state

ଓଡ଼ିଶାକୁ ବାଂଲା ଟେନସନ: ସନ୍ଦେହରେ ପାରାଦ୍ବୀପରେ 10 ସନ୍ଦିଗ୍ଧ ଅଟକ - Suspected Bangladeshi intruders

author img

By ETV Bharat Odisha Team

Published : Aug 15, 2024, 10:09 PM IST

Suspected Bangladeshi intruders Detained: ବାଂଲାଦେଶୀ ସନ୍ଦେହରେ 10 ଜଣଙ୍କୁ ଅଟକ ରଖିଲା ପାରାଦ୍ବୀପ ପୋଲିସ । ପରେ ପରିଚୟପତ୍ର ଯାଞ୍ଚ ପରେ ଛାଡି ଦେଇଛି ।

Etv Bharat
Etv Bharat (Etv Bharat)

ପାରାଦ୍ବୀପ: ବାଂଲାଦେଶୀ ସନ୍ଦେହରେ 10 ଜଣଙ୍କୁ ଅଟକ ରଖିଲା ପାରାଦ୍ବୀପ ପୋଲିସ । ପରିଚୟ ପତ୍ର ଯାଞ୍ଚ ପରେ ସେମାନଙ୍କୁ ଛାଡି ଦେଇଛି ପୋଲିସ । ବାଂଲାଦେଶରେ ହିଂସା ପରେ ବହୁ ଲୋକ ଜଳପଥ ଦେଇ ପଡୋଶୀ ଦେଶକୁ ପଶି ଆସୁଛନ୍ତି । ସେଥିପାଇଁ ପୋଲିସ ପକ୍ଷରୁ କଡା ପ୍ରହରା ଦିଆଯାଉଛି । ଅନୁପ୍ରବେଶକାରୀ ସନ୍ଦେହରେ ପୋଲିସ ଅଟକ ରଖି ପଚରାଉଚରା କରିଥିଲା । ପରେ ପରିଚୟପତ୍ର ଯାଞ୍ଚ ପରେ ଛାଡି ଦେଇଛି । ଯାହାକୁ ସ୍ବାଗତ କରିଛନ୍ତି ଅଟକ ଥିବା ଯୁବକ ।

ସନ୍ଦେହରେ ପାରାଦ୍ବୀପରେ 10 ଅଟକ (ETV Bharat Odisha)

ସନ୍ଦେହରେ ଅଟକ ରଖିଲା ପୋଲିସ:

ପାରାଦ୍ବୀପର ଜଣେ ମତ୍ସ୍ୟଜୀବୀ ଜଳପଥରେ ପଶ୍ଚମବଙ୍ଗକୁ ଜାଲ ଆଣିବା ପାଇଁ ଯାଇଥିଲେ। ସେଠାରୁ ଏକ ବସ ଯୋଗେ କିଛି ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ମାଛଧରା କାର୍ଯ୍ୟରେ ଲଗାଇବା ପାଇଁ ପାରାଦ୍ବୀପ ଆଣିଥିଲେ । ଆଜି ବସ ପାରାଦ୍ବୀପରେ ପହଞ୍ଚିବା ପରେ କଡା ପହରା ଦେଉଥିବା ପୋଲିସ ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ସମସ୍ତ ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ଥାନାକୁ ନେଇଥିଲା। ପରେ ପୋଲିସ ଭାରତୀୟ ଆଧାର କାର୍ଡ ଓ ପରିଚୟ ପତ୍ର ଯାଞ୍ଚ କରିବା ପରେ ଏକ ଅଣ୍ଡର ଟେକିଙ୍ଗ ରଖି ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଛାଡି ଦେଇଥିଲା ।

ପୋଲିସର ପଦକ୍ଷେପକୁ ସ୍ବାଗତ:

ଅଟକ ଯୁବକ କୃଷ୍ଣଦତ୍ତ ମଙ୍ଗଲ କହିଛନ୍ତି, ‘ସେ ଜାଲ କାମ ପାଇଁ ପଶ୍ଚିମବଙ୍ଗ ଯାଇଥିଲେ । ସେଠାରୁ ଜାଲ ଆଣିବା ସହିତ କିଛି ଲୋକଙ୍କୁ ନେଇ ପାରାଦ୍ବୀପ ଆସିଥିଲେ । ଏଠାରେ ପୋଲିସ ତାଙ୍କୁ ଅଟକ ରଖି ପଚରା ଉଚରା କରିଥିଲେ । ସମସ୍ତଙ୍କର ପରିଚୟ ପତ୍ର ପୋଲିସ ଦେଖିବା ପରେ ଛାଡ଼ିଦେଇଛି । ପୋଲିସ ଯାହା କରିଛି ତାହାକୁ ଆମେ ସ୍ବାଗତ କରୁଛୁ । ବାଂଲାଦେଶୀ ଅନୁପ୍ରବେଶ ସମୁଦ୍ର ପଥ ଦେଇ ହୋଇଥାଏ । ପୋଲିସର ଏହି ପଦକ୍ଷେପକୁ ସେ ସ୍ବାଗତ କରୁଛୁ ।’ ଏହି ଘଟଣାରେ ପାରାଦ୍ବୀପ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଓଡ଼ିଶାକୁ ଟେନସନ ଅନୁପ୍ରବେଶକାରୀ:

ବାଂଲାଦେଶରେ ସଂରକ୍ଷଣକୁ ନେଇ ହିଂସା ହେବା ପରେ ପଡୋଶୀ ଦେଶ ମୁହାଁ ଲୋକେ । ଅନୁପ୍ରବେଶକାରୀ ଜଳପଥ, ସ୍ଥଳପଥ ଦେଇ ଆସିପାରନ୍ତି । ବିଶେଷ କରି ଓଡିଶା ମୁହିଁ ହେଉଥିବା ଅନୁପ୍ରବେଶକାରୀଙ୍କ ଉପର ତୀକ୍ଷ୍ଣ ନଜର ରଖିଛି ପୋଲିସ । ଏଥିପାଇଁ ସମୁଦ୍ର ପଥ ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ପାରାଦ୍ବୀପରେ ମଧ୍ୟ ପୋଲିସ ପକ୍ଷରୁ କଡା ପ୍ରହାର ଦିଆଯାଉଛି । ସନ୍ଦେହ ହେଉଥିବା ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ବାଂଲାଦେଶୀ ଟେନସନ; ଅନୁପ୍ରବେଶକାରୀ ସନ୍ଦେହରେ ଆଇନ ହାତକୁ ନେଉଛନ୍ତି ଲୋକେ, କମିଶନରଙ୍କୁ ଭେଟିଲା ସଂଖ୍ୟାଲଘୁ ସଂଗଠନ

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.