ETV Bharat / state

ସରକାରୀ କାର୍ଯ୍ୟାଳୟ ଓ ଭବନରେ “ବନ୍ଦେ ଉତ୍କଳ ଜନନୀ” ଗାନ

author img

By ETV Bharat Odisha Team

Published : Feb 3, 2024, 8:53 PM IST

Bande Utkal Janani Singing: ପ୍ରଥମ ବିଶ୍ଵ ଓଡ଼ିଆ ସମ୍ମିଳନୀ ଉପଲକ୍ଷେ ଆଜି ଭୁବନେଶ୍ବର ସ୍ଥିତ ସମସ୍ତ ସରକାରୀ କାର୍ଯ୍ୟାଳୟରେ “ବନ୍ଦେ ଉତ୍କଳ ଜନନୀ” ଗାନ । ଲୋକସେବା ଭବନ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ଲୋକସଂପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ନିର୍ଦ୍ଧାରିତ ସମୟରେ ରାଜ୍ୟ ସଙ୍ଗୀତ ଉତ୍କଳ ବନ୍ଦନା ସାମୁହିକ ଭାବେ ଗାନ କରଯାଇଛି । ଅଧିକ ପଢନ୍ତୁ

ସରକାରୀ କାର୍ଯ୍ୟାଳୟ ଓ ଭବନରେ “ବନ୍ଦେ ଉତ୍କଳ ଜନନୀ” ଗାନ
ସରକାରୀ କାର୍ଯ୍ୟାଳୟ ଓ ଭବନରେ “ବନ୍ଦେ ଉତ୍କଳ ଜନନୀ” ଗାନ

ସରକାରୀ କାର୍ଯ୍ୟାଳୟ ଓ ଭବନରେ “ବନ୍ଦେ ଉତ୍କଳ ଜନନୀ” ଗାନ

ଭୁବନେଶ୍ବର: ପ୍ରଥମ ବିଶ୍ଵ ଓଡ଼ିଆ ସମ୍ମିଳନୀ ଉପଲକ୍ଷେ ଆଜି ଭୁବନେଶ୍ବର ସ୍ଥିତ ସମସ୍ତ ସରକାରୀ କାର୍ଯ୍ୟାଳୟରେ “ବନ୍ଦେ ଉତ୍କଳ ଜନନୀ” ଗାନ । ଲୋକସେବା ଭବନ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ, ଲୋକସଂପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ନିର୍ଦ୍ଧାରିତ ସମୟରେ ରାଜ୍ୟ ସଙ୍ଗୀତ ଉତ୍କଳ ବନ୍ଦନା ସାମୁହିକ ଭାବେ ଗାନ କରଯାଇଛି ।

ଭାଷା ହିଁ ଭବିଷ୍ୟତ । ଓଡ଼ିଆ ଭାଷାର ପ୍ରସାର ଓ ସଂରକ୍ଷଣ ନିମନ୍ତେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଆୟୋଜନରେ ଫେବୃୟାରୀ ୩ ରୁ ୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵରସ୍ଥ ଜନତା ମଇଦାନରେ ଓଡ଼ିଆ ଭାଷା ସମ୍ପର୍କିତ ବିଭିନ୍ନ ପ୍ରକାରର ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ରାଜ୍ୟ, ଦେଶ ତଥା ବିଦେଶରୁ ଆଗତ ପ୍ରତିଷ୍ଠିତ ଭାଷାବିତ, ଶତାଧିକ ଲେଖକ, ସାହିତ୍ୟିକ ଓ ଲେଖକଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ-୨୦୨୪ ଅବସରରେ ଆଜି ସାରା ରାଜ୍ୟରେ “ବନ୍ଦେ ଉତ୍କଳ ଜନନୀ” ଗାନ ହୋଇଛି ।

ଅଧିକ ପଢନ୍ତୁ- ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆରମ୍ଭ; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନର ପାମକୋର୍ଟରେ ଗୃହ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ସନ୍ତୋଷ ବାଲା ସମବେତ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଇଛନ୍ତି । ସ୍ଵାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଶାଳିନୀ ପଣ୍ଡିତ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଶାସନ ସଚିବ ଶିବ ନାରାୟଣ ସାହୁ, ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ ତଥା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ସେହିପରି ପ୍ରଥମ ବିଶ୍ଵ ଓଡ଼ିଆ ସମ୍ମିଳନୀ ଉପଲକ୍ଷେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ନିର୍ଦ୍ଧାରିତ ସମୟରେ ରାଜ୍ୟ ସଙ୍ଗୀତ ଉତ୍କଳ ବନ୍ଦନା ସାମୁହିକ ଭାବେ ଗାନ କରଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ତତ୍ଵାବଧାନରେ “ବନ୍ଦେ ଉତ୍କଳ ଜନନୀ” ଗାନ ହୋଇଛି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ. ଏନ. ଥିରୁମାଲା ନାୟକ ଓ ମିହିର ପ୍ରସାଦ ମହାନ୍ତି, ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ସାହୁ, ପଦ୍ମଜା ଦାଶ ଓ ଅନାମିକା ସିଂ, ଯୁଗ୍ମ ସଚିବ ତଥା ଅର୍ଥ ପରାମର୍ଶଦାତା ସଞ୍ଜୟ କୁମାର ଲୁଗୁନଙ୍କ ସମେତ ନିର୍ବାଚନ କାର୍ଯ୍ୟାଳୟର ବାରିଷ୍ଟ ଅଧିକାରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଉତ୍କଳ ବନ୍ଦନା ଗାନ କରିଛନ୍ତି ।

ସେହିପରି ସୂଚନା ଓ ଲୋକସମ୍ପର୍କ ବିଭାଗରେ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଛି । ବିଭାଗର ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ କାର୍ଯ୍ୟକ୍ରମର ନେତୃତ୍ଵ ନେଇଛନ୍ତି । ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଗୁରବୀର ସିଂହ, ଉପ ଶାସନ ସଚିବ ପ୍ରଭାକର ବେହେରା, ସହକାରୀ ଅର୍ଥ ପରାମର୍ଶଦାତା, ପୃଥ୍ଵୀରାଜ ପାଣି, ଅନୁ ଶାସନ ସଚିବ ସୁନନ୍ଦା ମିଶ୍ର ତଥା ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.