ETV Bharat / state

ବାଲେଶ୍ବରରେ ପ୍ରାର୍ଥୀଙ୍କ ନିର୍ବାଚନୀ ଇସ୍ତାହାର, ଜଣେ ଦେଲା ଗ୍ୟାରେଣ୍ଟି ଆଉ ଜଣଙ୍କର ସଂକଳ୍ପ ପତ୍ର - Balasore Candidates Manifesto - BALASORE CANDIDATES MANIFESTO

Balasore Candidates Manifesto: ବର୍ତ୍ତମାନ ପ୍ରଚାର ମୈଦାନରେ କମ୍ପୁଛି ବାଲେଶ୍ୱର । ତେବେ ଜୁନ ୧ରେ ବାଲେଶ୍ୱରରେ ମତଦାନ ହେବାକୁ ଥିବା ବେଳେ ଭୋଟରଙ୍କୁ ମନାଇବାକୁ ଜୋରଦାର ଲାଗିପଡିଛନ୍ତି ପ୍ରାର୍ଥୀ । ଏହି ସମୟରେ ପ୍ରାର୍ଥୀ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ,

ବାଲେଶ୍ବରରେ ପ୍ରାର୍ଥୀଙ୍କ ନିର୍ବାଚନୀ ଇସ୍ତାହାର, ଜଣେ ଦେଲା ଗ୍ୟାରେଣ୍ଟି ଆଉ ଜଣଙ୍କର ସଂକଳ୍ପ ପତ୍ର
ବାଲେଶ୍ବରରେ ପ୍ରାର୍ଥୀଙ୍କ ନିର୍ବାଚନୀ ଇସ୍ତାହାର, ଜଣେ ଦେଲା ଗ୍ୟାରେଣ୍ଟି ଆଉ ଜଣଙ୍କର ସଂକଳ୍ପ ପତ୍ର (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 5:27 PM IST

ବାଲେଶ୍ବରରେ ପ୍ରାର୍ଥୀଙ୍କ ନିର୍ବାଚନୀ ଇସ୍ତାହାର, ଜଣେ ଦେଲା ଗ୍ୟାରେଣ୍ଟି ଆଉ ଜଣଙ୍କର ସଂକଳ୍ପ ପତ୍ର (ETV Bharat Odisha)

ବାଲେଶ୍ୱର: ଜିଲ୍ଲାରେ ସାଧାରଣ ନିର୍ବାଚନ ନେଇ ସରଗରମ ରହିଛି ରାଜନୀତି । ସଦର ନିର୍ବାଚନ ମଣ୍ଡଳୀରେ 3 ପ୍ରମୁଖ ଦଳ ସମେତ ସ୍ୱାଧୀନ ପ୍ରାର୍ଥୀ ଭାବେ ବିକ୍ରମ ପଣ୍ଡା ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି । ତେବେ ରଣାଙ୍ଗନାରେ ଏବେ 4 ପ୍ରାର୍ଥୀ ଥିବା ବେଳେ କିଏ କାହାର ଭୋଟ କାଟିବ, କିଏ କାହାପାଇଁ କଣ୍ଟା ହେବ ସେନେଇ ଚାଲିଛି ଅଙ୍କକଷା । ଏହାରି ଭିତରେ ବିକ୍ରମ ପଣ୍ଡା ନିଜର ନିର୍ବାଚନୀ ଇସ୍ତାହାର ବିକ୍ରମ ଗ୍ୟାରେଣ୍ଟି ବୋଲି ଉନ୍ମୋଚନ କରିଥିବା ବେଳେ ବିଜେପି ବିଧାୟକ ପ୍ରାର୍ଥୀ ମାନସ ଦତ୍ତ ମଧ୍ୟ ତାଙ୍କର ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି ।

ଜନସାଧାରଣଙ୍କ ନିକଟରୁ ମତାମତ ସଂଗ୍ରହ କରାଯାଇ ପ୍ରସ୍ତୁତ ହୋଇଥିବା ଭାରତୀୟ ଜନତା ପାର୍ଟିର ବିକଶିତ ବାଲେଶ୍ୱର ସଂକଳ୍ପ ପତ୍ର ଓ ମୋଦି ଗ୍ୟାରେଣ୍ଟି ଜାରି କରାଯାଇଛି । ବିଗତ ୧୦ ବର୍ଷର ମୋଦି ସରକାରଙ୍କ ବିଶ୍ୱସନୀୟତାକୁ ନେଇ ଆଗାମୀ ୫ବର୍ଷରେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀକୁ ବିକଶିତ ଅଞ୍ଚଳରେ ରୂପାନ୍ତରିତ ପାଇଁ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ମାନସ ଦତ୍ତ ତାଙ୍କର ସଂକଳ୍ପ ପତ୍ରରେ ଉଲ୍ଲେଖ କରିଛନ୍ତି ।

ବାଲେଶ୍ୱର ପୌରପାଳିକାର କଳେବର ବୃଦ୍ଧି ସହ ମହାନଗର ନିଗମରେ ରୂପାନ୍ତରିତ ପାଇଁ ସହରବାସୀଙ୍କ ଦୀର୍ଘ ଦିନର ଦାବିକୁ ସମର୍ଥନ ଜଣାଇ ତାହାର ସଫଳ ରୂପାୟନରେ ପଦକ୍ଷେପ ଗ୍ରହଣ ପ୍ରମୁଖ ହେବ ବୋଲି ସେ କହିଛନ୍ତି । ସେହିପରି କୃଷକଙ୍କ ପାଇଁ ସଦର ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ମାଧ୍ୟମରେ ବ୍ୟାପକ ନିଯୁକ୍ତି ସୃଷ୍ଟି, ମହାନାଳର ପୁନଃରୁଦ୍ଧାର, ସୁବ୍ୟସ୍ଥିତ ଭେଣ୍ଡିଂ ଜୋନ ସ୍ଥାପନ, ବାସହୀନ ବସ୍ତିବାସିନ୍ଦାଙ୍କ ପାଇଁ କଲୋନୀ ନିର୍ମାଣ, ସହର ରାସ୍ତା ପ୍ରଶସ୍ତିକରଣ ସହ ଛକମାନଙ୍କରେ ଫୁଟ ଓଭର ବ୍ରିଜ ନିର୍ମାଣ, ପ୍ରସ୍ତାବିତ ରିଂ-ରୋଡ ପୂର୍ଣ୍ଣାଙ୍ଗୀକରଣ, ବୁଢାବଲଙ୍ଗ ନଦୀରେ ମେଗାଲିଫ୍ଟ ବ୍ୟାରେଜ ନିର୍ମାଣ, ଗ୍ରାମୀଣ ପର୍ଯ୍ୟଟନର ବିକାଶ କରାଯିବ ବୋଲି ମାନସ ଦତ୍ତ କହିଛନ୍ତି । ପୂର୍ବରୁ ଶାସକ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶୃତି ସମ୍ପ୍ରତି ପାଣିର ଗାର ପାଲଟି ଯାଇଥିବା ବେଳେ ସେଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ବିଜେପି ପକ୍ଷରୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ: ବାଲେଶ୍ବରରେ କଂଗ୍ରେସ ପ୍ରଚାରର ମଙ୍ଗ ଧରିଲେ ପାଇଲଟ, ବିଜେପିର ହେଭିୱେଟଙ୍କ ପ୍ରଚାର

ସେହିପରି ବିକ୍ରମ ତାଙ୍କର ଗ୍ୟାରେଣ୍ଟିରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିର ବିକାଶ, ଯୋଗ୍ୟ ହିତାଧିକାରିଙ୍କୁ ପକ୍କା ଘର, ପିଇବା ପାଣି, ଗମନାଗମନର ସୁବିଧା ସାଙ୍ଗକୁ କୃଷି, ଶିକ୍ଷା, ମହିଳାଙ୍କ ସୁରକ୍ଷା, ଦକ୍ଷତା ବିକାଶ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ପ୍ରତି ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ନିର୍ବାଚନରେ ବିଜୟୀ ହେଲେ ବାଲେଶ୍ଵରର ଜଣେ ବି ଯୁବକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବ ନାହିଁ ବୋଲି ବିକ୍ରମ କହିଛନ୍ତି । ଅନ୍ୟପଟେ ବିଗତ ୧୫ବର୍ଷ ଧରି ସେ ସଦର ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ ଯେଉଁ ଯେଉଁ କାର୍ଯ୍ୟ କରିଛନ୍ତି ସେଗୁଡିକର ହିସାବ ରଖିଛନ୍ତି । ସଦର ବିଧାୟକଙ୍କ ସମେତ ନିର୍ବାଚନ ଲଢୁଥିବା ଅନ୍ୟ ସମସ୍ତ ପ୍ରାର୍ଥୀ ମଧ୍ୟ ଅନୁରୂପ ରିପୋର୍ଟ କାର୍ଡ ପ୍ରଦାନ କରିବାକୁ ବିକ୍ରମ ପଣ୍ଡା ଆହ୍ୱାନ ଦେଇଥିଲେ ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.