ETV Bharat / state

ମହାରାଣୀ ସାଗର ପୁନରୁଦ୍ଧାର କାର୍ଯ୍ୟ ନେଇ ମୁହାଁମୁହିଁ ବିଧାୟକ ଓ ପୌରାଧ୍ୟକ୍ଷା - Maharani Sagar issue - MAHARANI SAGAR ISSUE

Balangir Maharani Sagar: ବଲାଙ୍ଗୀର ମହାରାଣୀ ସାଗରର ପୁନରୁଦ୍ଧାର କାର୍ଯ୍ୟକୁ ନେଇ ବିଧାୟକ ଓ ପୌରପରିଷଦ ଅଧ୍ୟକ୍ଷାଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Balangir Maharani Sagar
Balangir Maharani Sagar
author img

By ETV Bharat Odisha Team

Published : Apr 2, 2024, 8:03 PM IST

Balangir Maharani Sagar

ବଲାଙ୍ଗୀର: ଜିଲ୍ଲାରେ ଐତିହାସିକ ମହାରାଣୀ ସାଗରକୁ ନେଇ ପୁଣି ମୁହାଁମୁହିଁ ହୋଇଛନ୍ତି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ପୌରପରିଷଦ ଅଧ୍ୟକ୍ଷା । ପୁର୍ନରୁଦ୍ଧାର କାମରେ ପୌରାଧ୍ୟକ୍ଷା ବାଧା ସାଜୁଥିବା ନେଇ ବିଧାୟକ ଦୋଷ ଲଦିଥିବା ବେଳେ ଏହାର ଜବାବ ଦେଇଛନ୍ତି ପୌରାଧ୍ୟକ୍ଷା । ବିଧାୟକ ଆକ୍ରୋଶମୂଳକ ରାଜନୀତି କରି ମାଆଙ୍କୁ ଅସମ୍ମାନ କରୁଥିବାର ଆଣିଛନ୍ତି ପାଲଟା ଅଭିଯୋଗ ।

ବଲାଙ୍ଗୀରର ମହାରାଣୀ ସାଗରର ପୁନରୁଦ୍ଧାର କାର୍ଯ୍ୟକୁ ନେଇ ପୁଣି ବିବାଦ ମୁଣ୍ଡ ଟେକିଛି । ବିଧାୟକ ନରସିଂହ ମିଶ୍ର କହିଛନ୍ତି, "2021ରେ ମହାରାଣୀ ସାଗରର ଉନ୍ନତିକରଣ ପାଇଁ ସରକାର 20 କୋଟି ଟଙ୍କା ମଞ୍ଜୁର କରିଥିଲେ । ଏହାର ଟେଣ୍ଡର ମଧ୍ୟ ହୋଇଥିଲା । ଦିଲ୍ଲୀର ଏକ ଅଭିଜ୍ଞ ସଂସ୍ଥା ଏହାର କାମ କରିବା କଥା । ହେଲେ ପୌର ପରିଷଦ ଅଧ୍ଯକ୍ଷା ହୀନ ରାଜନୀତି କରି ଏହାର ବିକାଶରେ ବାଧା ସୃଷ୍ଟି କରୁଛନ୍ତି ।

ବିଧାୟକ ଆଉମଧ୍ୟ କହିଛନ୍ତି ଯେ, ପ୍ରଥମେ କେନ୍ଦ୍ରୀୟ ଅଟଳ ଯୋଜନାରେ ଏହି ଟଙ୍କା ଆସିଥିବା କହିଥିଲା ପୌର ପରିଷଦ । ହେଲେ ପରବର୍ତ୍ତୀ ସମୟରେ 'ମୋ ପୋଖରୀ' ଯୋଜନା ଚଙ୍କା ଆସିଛି କହି ଲୋକଙ୍କ ବିଭ୍ରାନ୍ତ କରୁଛନ୍ତି । ଏମିତିକି ମହାରାଣୀ ସାଗରର କାମ ବନ୍ଦ ମଧ୍ୟ ରହିଥିବା ବେଳେ ଏବେ ପୁଣି ଏହାର କାମ କରାଯାଉଛି । ଏହି କାମ ଏବେ ଅନଭିଜ୍ଞ ମହିଳା ସଂଗଠନମାନଙ୍କୁ ଦିଆଯାଇଛି ।"

ଏହାମଧ୍ୟ ପଢନ୍ତୁ.. ବଲାଙ୍ଗୀରର ବିକାଶ ପାଇଁ କାମ କରିବି: କଳିକେଶ - Balangir Assembly Constituency

ସେପଟେ ପୌରଧକ୍ଷା ଲିକା ସାହୁ କହିଛନ୍ତି, "ବଲାଂଗୀର ବିଧାୟକ ସବୁବେଳେ ଆକ୍ରୋଶମୂଳକ ରାଜନୀତି କରୁଛନ୍ତି । ପୌର ପରିଷଦକୁ ବଦନାମ କରୁଛନ୍ତି । ମାଆମାନେ କୌଣସି କାମରେ ଆଜି ପଛରେ ନାହାନ୍ତି ସେମାନଙ୍କୁ ରାଜ୍ୟ ବାହାରର ବୈଷୟିକ ଟିମ ଆସି ତାଲିମ ଦେଇଛନ୍ତି । ସେହିପରି 1200ରୁ ଅଧିକ ମହିଳା ଏହାର କାମ ହାତକୁ ନେଇ କାମ ଏବେ ଦ୍ରୁତ ଗତିରେ ଚାଲିଛି । କାମର ତଦାରଖ ପୌର ପରିଷଦର ଯନ୍ତ୍ରୀ ତଥା ବାହାରୁ ଆସିଥିବା ଟିମ୍ କରୁଛି ।"

ସେ ଆଉମଧ୍ୟ କହିଛନ୍ତି,"ମହାରାଣୀ ସାଗରର ପାଣି ବର୍ଷା ପରେ ପ୍ରଥମେ କଟା ଯାଇଥିଲା ଏବଂ ଏବେ ପାଣି ଶୁଖିବା ପରେ ତାର କାମ ଚାଲିଛି । ଏଠି ବିକାଶ ନାଁରେ ବିଧାୟକ ଲୋକଙ୍କ ଘର ଭାଙ୍ଗୁଥିବା ବେଳେ ପୌର ପରିଷଦ ବିନା ଗୋଟିଏ ଘର ଭଙ୍ଗାରେ ବିକାଶ କରିକି ଦେଖାଉଛି । ବିଧାୟକ ଉନ୍ନତି ଓ ବିକାଶ ନାଁରେ ଯେଉଁସବୁ ବସ୍ତିର ଘର ଭାଙ୍ଗିଥିଲେ ତାର କଣ ବିକାଶ ହୋଇଛି ତାର ଉତ୍ତର ରଖନ୍ତୁ ।" ବେଙ୍କକ ନାଁରେ ଲକ୍ଷ୍ମୀ ଜୋର ନାଳରେ ଦୁର୍ନୀତି ହୋଇଥିବା ପାଲଟା ଅଭିଯୋଗ ଆଣିଛନ୍ତି ପୌରାଧ୍ୟକ୍ଷା ।

ଅନ୍ୟପଟେ ପୌର ପରିଷଦ ଯନ୍ତ୍ରୀ ପ୍ରଶାନ୍ତ ନାୟକ କହିଛନ୍ତି ଯେ, ମହାରାଣୀ ସାଗର ମୋଟ 46 ଏକରରେ ଥିବା ବେଳେ ଏହାର ପୁନରୁଦ୍ଧାର ପାଇଁ 12.18 କୋଟି ଟଙ୍କା ଆସିଛି । ଏବଂ ଏହାର କାମ କରିବା ପାଇଁ ମୋଟ 110 ମହିଳା ଏସଏଚଜୀଙ୍କୁ ୱାର୍କ ଅର୍ଡର ଦିଆଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.