ETV Bharat / state

ମାଉସୀ ମା' ଘରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀ ଶ୍ରୀ ହରିବଳଦେବଜୀଉ - Bahuda Yatra 2024

author img

By ETV Bharat Odisha Team

Published : Jul 15, 2024, 3:46 PM IST

Bahuda Yatra 2024: ବାରିପଦାରେ ପରମ୍ପରା ଅନୁଯାୟୀ ଆଜି ଅପରାହ୍ନରେ ବାହୁଡା ଯାତ୍ରା ପାଇଁ ପହଣ୍ଡି କାର୍ଯ୍ୟ ସମ୍ପନ୍ନ ହେବ । ଏପଟେ ସୁନାବେଶରେ ଦର୍ଶନ ଦେଉଛନ୍ତି ହରିବଳଦେବଜୀଉ । ଅଧିକ ପଢ଼ନ୍ତୁ

Bahuda Yatra 2024
Bahuda Yatra 2024 (ETV Bharat Odisha)

ରାଇରଙ୍ଗପୁର: ବାରିପଦାରେ ପରମ୍ପରା ଅନୁଯାୟୀ ଆଜି ଅପରାହ୍ନରେ ବାହୁଡା ଯାତ୍ରା ପାଇଁ ଶ୍ରୀ ଶ୍ରୀ ହରିବଳଦେବଜୀଉଙ୍କ ପହଣ୍ଡି କାର୍ଯ୍ୟ ସମ୍ପନ୍ନ ହେବ । ଏନେଇ ୩ ରଥର ସଜଡ଼ା ବା ମରାମତି କାର୍ଯ୍ୟ ଶେଷ ହୋଇଛି । ରଥ ଦକ୍ଷିଣମୋଡ କାର୍ଯ୍ୟକ୍ରମରେ ରଥକୁ ନବୁଲାଇ, ସିଂହାସନ, ଚାରମାଳ, ଗରୁଡ଼ ଓ ଅନ୍ୟାନ୍ୟ ଦେବାଦେବୀଙ୍କୁ ଶ୍ରୀମନ୍ଦିର ମୁଖା କରାଯାଇଛି । ଆଜି ପୂର୍ବାହ୍ନ ୯ଟାରେ ତିନିଦିଅଁଙ୍କ ଦ୍ୱାରିକା ବା ସୁନାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । 3 ଦିଅଁ ରାଧାମୋହନ ମନ୍ଦିର (ମାଉସୀ ମା' ମନ୍ଦିର) ଆଡପ ମଣ୍ଡପରେ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ।

Bahuda Yatra 2024 (ETV Bharat Odisha)

ମହାପ୍ରଭୁଙ୍କ ଦର୍ଶନ ପାଇଁ ଧାଡିରେ ଯାଇ ଦର୍ଶନ କରୁଛନ୍ତି ଭକ୍ତ । ଏହା ପରେ ସର୍ବସାଧାରଣଙ୍କ ପ୍ରସାଦ ସେବନ କାର୍ଯ୍ୟକ୍ରମ ଜାରି ରହିଛି । ପରେ ୨ଟା ୩୦ ମିନିଟ୍‌ରୁ ଅଁଳାଭେଟି ଓ ରଥ ଚକାଛଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଠାକୁରମାନଙ୍କୁ ଦକ୍ଷିଣ ଦ୍ୱାର ଦେଇ ବାହୁଡ଼ା ପହଣ୍ଡିରେ ନିଆଯାଇ ରଥାରୁଢ଼ କରାଯିବ ବୋଲି ପରିଚ୍ଛା ଦୁର୍ଗାଚରଣ ଜିତବାବୁଙ୍କ ପାଖରୁ ଜଣାପଡିଛି । ମଙ୍ଗଳବାର ଅପରାହ୍ନ ୨ଟା ୩୦ମିନିଟରେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ରଥ ଟଣା ହୋଇ ଶ୍ରୀମନ୍ଦିରରେ ପହଞ୍ଚିବ । ଏହାପରେ ସୁଭଦ୍ରାଙ୍କ ରଥ ଅଧାବାଟ ଅର୍ଥାତ ଟାଉନଥାନା ପର୍ଯ୍ୟନ୍ତ ଟଣାଯିବ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀବିଗ୍ରହଙ୍କ ଦକ୍ଷିଣାଭିମୁଖୀ ଯାତ୍ରା; ମାଉସିଙ୍କ ହାତରୁ ପୋଠ ପିଠା ଖାଇବେ କାଳିଆ ସାଆନ୍ତେ, ଜାଣନ୍ତୁ ଲକ୍ଷ୍ମୀ ନାରାୟଣ ଭେଟ ନୀତି କଣ ? - bahuda yatra 2024

ସେପଟେ ବୁଧବାର ଅନ୍ତିମ ଦିନରେ ସୁଭଦ୍ରାଙ୍କ ରଥ ସହ ବଳଭଦ୍ରଙ୍କ ରଥ ଟଣାଯାଇ ଶ୍ରୀମନ୍ଦିର ପହଞ୍ଚିବ । ଅନୁରୂପ ଜଗନ୍ନାଥ ମହାପ୍ରଭୁଙ୍କ ରୂପା ବେଶ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ପରେ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହୋଇ ଦିଅଁଙ୍କୁ ରଥାଋଢ଼ କରାଯିବ । ଗୁରୁବାର ପୂର୍ବାହ୍ନରେ ପରମ୍ପରା ଅନୁସାରେ ପିଲାମାନେ ରଥ ଟାଣି ବାହୁଡାଇ ନେବେ । ଅପରପକ୍ଷରେ ବଡ଼ଦାଣ୍ଡ ସମେତ ସହରରେ ରଥଯାତ୍ରା ମେଳାରେ ଦିନ ଠାରୁ ରାତି ପର୍ଯ୍ୟନ୍ତ ଲୋକଙ୍କ ସମାଗମ ଲାଗି ରହିଛି । ଶିକ୍ଷାନୁଷ୍ଠାନ ଗୁଡିକରେ ଛୁଟିଦିନ ପାଇଁ ସିନେମା ହଲ ସର୍କସ ଓ ଦୋଳି ତଥା ମେଳା ପଡିଆରେ ଭିଡ ଲାଗିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.