ETV Bharat / state

ରୋଗ ଯନ୍ତ୍ରଣାରୁ ବଳି ପଡୁଛି ଅଭାବୀ, ଜୀବନ-ମରଣ ସହ ସଂଘର୍ଷ କରୁଛନ୍ତି ବାବୁଲି - Babuli Seeks Help For Treatment

author img

By ETV Bharat Odisha Team

Published : Apr 8, 2024, 1:28 PM IST

Babuli Seeks Help For Treatment: ଲିଭର କ୍ୟାନ୍ସରର ଶିକାର ହୋଇଛନ୍ତି ପୁରୀ ଜିଲ୍ଲା କାକଟପୁର ବ୍ଲକ ଜଳେଶ୍ୱରପଡା ପଞ୍ଚାୟତ ତରତ ଗ୍ରାମର ବାବୁଲି ମହାନ୍ତି । ସରକାରୀ ସହାୟତା ପାଇଁ ପରିବାରର ନିବେଦନ । ଅଧିକ ପଢନ୍ତୁ

Babuli Seeks Help For Treatment
Babuli Seeks Help For Treatment
Babuli Seeks Help For Treatment

ନିମାପଡା: କଥାରେ ଅଛି ଦଇବ ଯଦି ଦାଉ ସାଧେ ତେବେ ଦୋଷ ଦେବା କାହାକୁ । ଦଇବର ଲୀଳା ବଡ଼ ବିଚିତ୍ର । ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଏହି ପରିବାର । ସରକାର ଗରିବ ଲୋକଙ୍କ ପାଇଁ ମାଳ ମାଳ ଯୋଜନା କରୁଥିଲେ ମଧ୍ୟ ତାହା ସଠିକ ଭାବେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ସେମିତି ଜଣେ ଅସହାୟ ବ୍ୟକ୍ତି ହେଉଛନ୍ତି ପୁରୀ ଜିଲ୍ଲା କାକଟପୁର ବ୍ଲକ ଜଳେଶ୍ୱରପଡା ପଞ୍ଚାୟତ ତରତ ଗ୍ରାମର ବାବୁଲି ମହାନ୍ତି । ଦିନେ ବାବୁଲି ବାହାର ରାଜ୍ୟରେ ଠିକା ଶ୍ରମିକ ଭାବେ କାମ କରି ଘର ଚଳାଉଥିଲେ । ସ୍ତ୍ରୀ ଓ ପରିବାରକୁ ନେଇ ହସଖୁସିରେ ଚାଲିଥିଲା ଅଭାବୀ ସଂସାର । ହେଲେ ଦିନେ ଦୁଃଖର ପାହାଡ ତାଙ୍କ ଉପରେ ଛିଡିପଡିଲା । ଗତ କିଛି ବର୍ଷ ପୂର୍ବେ ଲିଭର କ୍ୟାନ୍ସରର ଶିକାର ହେଲେ ବାବୁଲି । ବର୍ତ୍ତମାନ ବାବୁଲି ଜୀବନ ମରଣ ସହ ଲଢୁଥିବା ବେଳେ ଚିକିତ୍ସା ପାଇଁ ଆଉ ସମ୍ବଳ ନାହିଁ ।

ଜିଲ୍ଲାର ତରତ ଗ୍ରାମର 35 ବର୍ଷୀୟ ବାବୁଲି ମହାନ୍ତିଙ୍କ ପରିବାର କହିଲେ ସ୍ତ୍ରୀ ଓ ୬ ବର୍ଷର ପୁଅ । ତାଙ୍କର ନା ଅଛି ଚାଷ କରିବାକୁ ଜମିବାଡ଼ି ନା ଟଙ୍କା । ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ ଅଟନ୍ତି ବାବୁଲି । ଏନେଇ ପଶ୍ଚିମବଙ୍ଗ ରାଜ୍ୟରେ ଫେବ୍ରିକେସନ କାମରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଆଉ ସେହି ପଇସାରେ ଗାଁରେ ତିନି ପ୍ରାଣୀ କୁଟୁମ୍ବ ବେଶ ଭଲରେ ଚଳିଯାନ୍ତି । କିନ୍ତୁ ବର୍ତ୍ତମାନ ବାବୁଲି ରୋଗ ଶଯ୍ୟାରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଯେଉଁ ରୋଗରେ କୌଣସି ଅସ୍ତ୍ରୋପଚାର ହେଇପାରିବନି ବୋଲି କହିଛନ୍ତି ବିଶେଷଜ୍ଞ । କେବଳ ଔଷଧ ଆଉ ମାସକୁ ରକ୍ତ ନେଲେ ବାବୁଲି କିଛି ବର୍ଷ ବଞ୍ଚିଯିବେ । ହେଲେ ବର୍ତ୍ତମାନ ବାବୁଲିଙ୍କ ଘରେ ମୁଠେ ଚାଉଳ କିଣିବାକୁ ପଇସା ନାହିଁ ଏତେ ବଡ଼ ରୋଗ ପାଇଁ ମାସିକ ଦଶ ହଜାର ଟଙ୍କାର ଚିକିତ୍ସା କରିବେ ବା କିପରି ।

ଏହା ମଧ୍ୟ ପଢନ୍ତୁ-ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଯୁବକ, ସହାୟତା ଅପେକ୍ଷାରେ ପରିବାର

ଗୋଟେ ପଟେ ଦାରିଦ୍ର୍ୟତା ଅନ୍ୟପଟେ ରୋଗର ଯନ୍ତ୍ରଣା । ବୋଝ ଉପରେ ନଳିତା ବିଡା ସଦୃଶ । ବାବୁଲିଙ୍କୁ ଆହାଃ ପଦେ କହିବାକୁ କେହି ନାହାନ୍ତି, ସରକାରୀ ସାହାଯ୍ୟ କହିଲେ କେବଳ ରାସନ କାର୍ଡରେ ଚାଉଳ ଓ ବିଜୁ ସ୍ୱାସ୍ଥ୍ୟବୀମା କାର୍ଡ ରହିଛି । ତେବେ ମେଡ଼ିକାଲରେ ଆଡମିଶନ ହେଲେ କାର୍ଡରୁ ଚିକିତ୍ସା ବାବଦ ଖର୍ଚ୍ଚ କଟିବ । କିନ୍ତୁ କାର୍ଡଟି ତାଙ୍କ ଚିକିତ୍ସାରେ କାମରେ ଆସୁନି । ଯାହା ସମ୍ବଳ ଥିଲା ସବୁ ସାରି ଗଲାଣି । ଏବେ ସାହାଯ୍ୟ ଅପେକ୍ଷାରେ ସ୍ତ୍ରୀ ଓ ପରିବାର । ରାଜ୍ୟ ସରକାର କିଛି ଆର୍ଥିକ ସହାୟତା ଯୋଗାଇ ଦେଲେ ବାବୁଲିଙ୍କ ଜୀବନ ବଞ୍ଚିପାରିବ ବୋଲି କହିଛନ୍ତି ପୀଡିତଙ୍କ ସ୍ତ୍ରୀ । ଏନେଇ କାକଟପୁର ବିଡ଼ିଓଙ୍କ କହିଛନ୍ତି,' ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ଯାହା ସହଯୋଗ କରାଯାଇପାରିବ ତାହା ନିଶ୍ଚିନ୍ତ କରାଯିବ ।' ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ବାବୁଲିଙ୍କୁ କି ପ୍ରକାର ସାହାଯ୍ୟ କରୁଛନ୍ତି ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.