ETV Bharat / state

ବିରମହରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ, ଏନଏସି ମୁଦ୍ଦା ନେଇ ଭୋଟ ହାତେଇବ କି ଦଳ ? - Birmaharajpur Assembly Constituency

Birmaharajpur Assembly Constituency: ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ କଣ ରହିବ ରାଜନୈତିକ ସମୀକରଣ । 15 ବର୍ଷର ଅଭିଜ୍ଞ ନେତାଙ୍କୁ ଟକ୍କର ମିଳିବ ନା ଏନଏସି ମୁଦ୍ଦା ନେଇ ଭୋଟ ହାତେଇବ ? ପଢନ୍ତୁ ରାଜନୈତିକ ସମୀକ୍ଷକଙ୍କ ମତ...

ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ
author img

By ETV Bharat Odisha Team

Published : Mar 16, 2024, 6:11 PM IST

ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ

ସୁବର୍ଣ୍ଣପୁର: ଆଗକୁ ଲୋକସଭା ଏବଂ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ହେବେ । ତେବେ ଆଜି ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ରାଜନୈତିକ ଦଳ ସହିତ ବ୍ୟକ୍ତି ବିଶେଷ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ପ୍ରଚାର ଆରମ୍ଭ କଲେଣି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ବେଶ ଉଷ୍ଣ ହୋଇଛି । ଗତ 15 ବର୍ଷ ଧରି ବିଧାୟକ ତଥା ବିଭିନ୍ନ ସମୟରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପଦ୍ମନାଭ ବେହେରା ସଭା ସମିତି ମାଧ୍ୟମରେ ଭୋଟରକୁ ଆକର୍ଷିତ କରିବା ପାଇଁ ଲାଗି ପଡିଛନ୍ତି ।

15 ବର୍ଷର ଅଭିଜ୍ଞ ନେତାଙ୍କୁ ଟକ୍କର: 15 ବର୍ଷ ଧରି ରାଜନୀତିରେ ଦବଦବା ରଖିଥିବା ପଦ୍ମନାଭଙ୍କୁ ଟକ୍କର ଦେବା ପାଇଁ ବିଜେଡି ଟିକେଟ ଆଶାୟୀ ବୀରମହାରାଜପୁର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ମଧ୍ୟ ପ୍ରଚାର ମୈଦାକୁ ଓହ୍ଲାଇଛନ୍ତି । ବିଜୁ ପଟ୍ଟନାୟକ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ପଦ୍ମନାଭ ବେହେରା ଗତ ତିନୋଟି ନିର୍ବାଚନରେ ବିଜୟୀ ହୋଇ ଆସୁଛନ୍ତି । ବିଧାନସଭା ଆସନ ପୁନଃଗଠନ ହେବା ପରେ ଫୁଲବାଣୀ ଲୋକସଭା ସାଂସଦ ଥିବା ପଦ୍ମନାଭ ବେହେରା ବୀରମହାରାଜପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ । 2009ରେ କଂଗ୍ରେସ ନେତା ବିନୋଦ ପାତ୍ରଙ୍କୁ ପରାଜିତ କରିଥିବା ବେଳେ 2014 ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କାର୍ତ୍ତିକ ତରିଆଙ୍କୁ ପରାଜିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ସୋନପୁରରେ ବିଜେପି ଆଶାୟୀଙ୍କ ଲମ୍ବା ତାଲିକା, ବିଜୟ ନିଶ୍ଚିତ କହିଲେ ବଳଦେବ

2019ରେ କିଏ କେତେ ପାଇଥିଲେ ? ଗତ 2019 ନିର୍ବାଚନରେ ବହୁଜନ ସମାଜ ପାର୍ଟି, କଂଗ୍ରେସ, ବିଜେପି ଓ ବିଜେଡି ଦଳ ସହିତ ସ୍ବାଧୀନ ପ୍ରାର୍ଥୀମାନେ ବି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ବିଜେଡି ପ୍ରାର୍ଥୀ ପଦ୍ମନାଭ ବେହେରା ସମୁଦାୟ 65 ହଜାର 202 ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲା 52 ହଜାର 145 ଖଣ୍ଡ ଭୋଟ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ବିନୋଦ ପାତ୍ର 40 ହଜାର 735 ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ଏଥରର ଭୋଟ ଏନଏସି ମୁଦ୍ଦା : 2009 ନିର୍ବାଚନ ପରଠାରୁ ଯଦିଓ ପଦ୍ମନାଭ ବେହେରାଙ୍କ ଭୋଟ ବ୍ୟବଧାନ କମି କମି ଆସୁଛି ତଥାପି ବିଜେଡିର ଜଣେ ତୁଙ୍ଗ ନେତା ଭାବେ ବୀରମହାରାଜପୁର ଅଞ୍ଚଳବାସୀ ତାଙ୍କୁ ବିଜୟୀ କରି ଆସୁଛନ୍ତି । 2019 ନିର୍ବାଚନରେ ବିଜେଡି ପ୍ରାୟ 39 ପ୍ରତିଶତ, ବିଜେପି 31 ପ୍ରତିଶତ ଓ କଂଗ୍ରେସ 24 ପ୍ରତିଶତ ଭୋଟ ପାଇଥିବା ବେଳେ ନୋଟାରେ ବି ଏକ ପ୍ରତିଶତ ଭୋଟ ପଡିଥିଲା । ତେବେ ପଦ୍ମନାଭ ବେହେରାଙ୍କ ବୀରମହାରାଜପୁର ଅଞ୍ଚଳର ବିପକ୍ଷ ରାଜନୈତିକ ଲୋକ ଓ ପ୍ରତିଦ୍ବନ୍ଦୀ ତାଙ୍କୁ ଜଣେ ବାହାରି ନେତା ବୋଲି କହୁଥିବା ବେଳେ ଏଥର ଉଲୁଣ୍ଡା, ସୁବଳୟା ଓ ବୀରମହାରାଜପୁର ନୂତନ ଏନଏସି ଗଠନ ହୋଇଥିବାରୁ ପଦ୍ମନାଭ ବେହେରା ଭୋଟ ରାଜନୀତିରେ ଆଗରେ ଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.