ETV Bharat / state

Odisha Assembly: ବିଧାନସଭାରେ ସୁଭଦ୍ରା ତାତି, ନବୀନଙ୍କ ନିର୍ବାଚନ ମଣ୍ଡଳୀରେ 24 ବର୍ଷରେ 100 ହତ୍ୟା - Assembly Adjourned

author img

By ETV Bharat Odisha Team

Published : Sep 2, 2024, 11:43 AM IST

Updated : Sep 2, 2024, 2:00 PM IST

Assembly Budget Session Opposition Ruckus Over Subhadra Scheme: ବିଧାନସଭାରେ ସୁଭଦ୍ରା ତାତି । ରାଜ୍ୟର ସମସ୍ତ ମହିଳାଙ୍କୁ ଯୋଜନାରେ ସାମିଲ କରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସର ଦାବି । ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କଲେ ବିରୋଧୀ । ଗୃହକୁ ମୁଲତବୀ । ଅଧିକ ପଢନ୍ତୁ

SUBHADRA SCHEME
SUBHADRA SCHEME (Etv Bharat)

ଭୁବନେଶ୍ବର: ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଆଜି ଏକାଦଶ ଦିନ । ଶୋକ ପ୍ରସ୍ତାବ ପରେ ସୁଭଦ୍ରା ଯୋଜନା ନେଇ ଗୃହରେ ତାତି । ଏହି ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବା ଦାବି କଲେ ବିରୋଧୀ ଦଳ । ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କଲେ ବିଜେଡି ଓ କଂଗ୍ରେସ ବିଧାୟକ । ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କଲେ ବିରୋଧି ନେତା । ପରିସ୍ଥିତି ଅଣାୟତଃ ହେବାରୁ ଗୃହକୁ ଦିନ 11.30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢ଼ୀ । ଏହାପରେ 4ଟା ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା ହୋଇଛି ।

SUBHADRA SCHEME (Etv Bharat)

ଶୋକ ପ୍ରସ୍ତାବ ପରେ ବିରୋଧୀଙ୍କ ପ୍ରତିବାଦ: ଗୃହରେ ଶୋକ ପ୍ରସ୍ତାବ ପରେ ବିଜେଡି ଓ କଂଗ୍ରେସ ସୁଭଦ୍ରା ଯୋଜନାକୁ ନେଇ କମ୍ପନ କରିଥିଲେ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ଅଣଦେଖା କରିଛନ୍ତି ସରକାର୍, ଏହି ଯୋଜନାରେ ସବୁ ମହିଳାଙ୍କୁ ସାମିଲ କରିବା ଆମର ଦାବି କହିଥିଲେ ବିରୋଧି । ଉଭୟ ବିଜେଡି ଏବଂ କଂଗ୍ରେସ ସଦସ୍ୟ ମାନେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ ବିରୋଧୀ ଦଳର ସଦସ୍ୟ ମାନେ। ପରିସ୍ଥିତି ଶାନ୍ତ ନହେବାରୁ ବାଚସ୍ପତି ଗୃହକୁ 11.30 ପର୍ଯ୍ୟନ୍ତ ଗୃହକୁ ମୂଲତବୀ ଘୋଷଣା କରିଥିଲେ।

60ରୁ 80 ବର୍ଷର ମହିଳାଙ୍କୁ ସୁଭଦ୍ରାରେ ଯୋଜନାରେ ସାମିଲ କରିବାକୁ ଦାବି: କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି, ''ସୁଭଦ୍ରା ଯୋଜନା ପାଇଁ ଏସଓପି ପରେ ପଞ୍ଜୀକରଣ ଆରମ୍ଭ ହୋଇଛି । କାଲି କିଛି ମହିଳା ଆସି ଦାବି କରିଥିଲେ, ପ୍ରଥମ ଇନଷ୍ଟଲମେଣ୍ଟ ରାକ୍ଷୀରେ ମିଳିବା କଥା, କିନ୍ତୁ ରାକ୍ଷୀ ସରିଯାଇଛି । ସେମାନେ ଠିକ ଭାବେ 10ଟା ଇନଷ୍ଟଲମେଣ୍ଟ ପାଇପାରିବେ କି ନାହିଁ ତାଙ୍କ ମନରେ ସନ୍ଦେହ ରହିଛି । ଯଦି ରାକ୍ଷୀ ଇନଷ୍ଟଲମେଣ୍ଟଟା ତୁରନ୍ତ ପାଇ ପାରିବେ ତେବେ କାମରେ ଲଗାଇ ପାରିବେ । 21 ରୁ 60 ବର୍ଷ ପର୍ଯ୍ୟନ୍ତ ମହିଳା ମାନେ ଏହି ଯୋଜନାରେ ସାମିଲ କରାଯାଉଛି । କିନ୍ତୁ 60 ବର୍ଷ ପରର ମହିଳା ମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ 60 ବର୍ଷରୁ ଉର୍ଦ୍ଧ୍ବ ମହିଳାଙ୍କୁ ଯୋଜନାରେ ସାମିଲ କରିବା ଦରକାର । 60ରୁ 80 ବର୍ଷର ମହିଳାଙ୍କୁ ମଧ୍ୟ ଯୋଜନାରେ ସାମିଲ କରିବାକୁ ଦାବି ରଖିଛୁ । ଯୋଜନାରେ ଭଦଭାବ କରାନଯାଇ ସମସ୍ତ ମହିଳାଙ୍କୁ ସାମିଲ କରାଯାଉ । ''

ଏହା ମଧ୍ୟ ପଢନ୍ତୁ-Subhadra Scheme: ଆଜିଠୁ ଆରମ୍ଭ ହେଲା ସୁଭଦ୍ରା ଯୋଜନା ପଞ୍ଜୀକରଣ, ଜାଣନ୍ତୁ କିପରି ଓ କେଉଁଠି କରିବେ ଆବେଦନ ? - Subhadra Yojana Registration

ମିଛ କହି ମହିଳାଙ୍କ ଭୋଟ ନେଇଛନ୍ତି: ବିରୋଧି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ''ବିଜେପି ଯେଉଁ ଭଳି ଭାବେ ମିଛ କହି ମହିଳାଙ୍କୁ ଛକି ଭୋଟ ଆଣିଛନ୍ତି ତାହାର ଜବାବ ମିଳିବ । ସୁଭଦ୍ରା ଯୋଜନାରେ ଏକାଥରେ 50 ହଜାର ଦେବା କହିକି 5 ହଜାର ଦେବାକୁ କହିଛନ୍ତି । ସମସ୍ତ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରାଯାଉ ଓ 50 ହଜାର ଟଙ୍କା ଦିଆୟାଉ । ଯାହା ସେ ଭୋଟ ବେଳେ କହିଥିଲେ, ଏବେ ଲୋକଙ୍କୁ ପ୍ରତାରିତ କରୁଛନ୍ତି । ମିଛ କହି ମହିଳାଙ୍କ ଭୋଟ ଆଣିଛନ୍ତି । ଭୋଟ ସମୟରେ କହିଥିଲେ ଆମେ ସବୁ ମହିଳାଙ୍କୁ ଦେବୁ । '

ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇନପାରେ: ଅନ୍ୟପଟେ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇନପାରେ ବୋଲି ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୁପ୍ରିମକୋର୍ଟ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଯଥାର୍ଥତା ନାହିଁ ବୋଲି କହିଛନ୍ତି ମୋହନ ।

ନବୀନଙ୍କ ନିର୍ବାଚନ ମଣ୍ଡଳୀରେ 24 ବର୍ଷରେ 100 ଟି ହତ୍ୟା ଘଟଣା ଘଟିଛି: ରାଜ୍ୟରେ ଘଟୁଥିବା ଅପରାଧକୁ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ''ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ 100 ଟି ହତ୍ୟା ଘଟଣା ଘଟିଛି । ସେହି ହତ୍ୟା ଘଟଣାରେ ମୋଟ୍ 328 ଜଣ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଧରା ଯାଇଛି ଏବଂ କୋର୍ଟ ହାଜତକୁ ପଠାଯାଇଛି । ମୋଟ୍ 100 ଗୋଟି ମାମଲା ମଧ୍ୟରୁ ୨ ଗୋଟି ମାମଲାରେ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇଛି । 22 ଗୋଟି ମାମଲା ଦୋଷମୁକ୍ତ ହୋଇଛି ଏବଂ 69 ଗୋଟି ମାମଲା ବିଚାରାଧୀନ ଅଛି । ସେହିପରି ପରି ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କୁ ଧରିବା ସମୟରେ ପୋଲିସ ଉପରକୁ ୩୭ ଟି ମାମଲାରେ ଅପରାଧୀ ଚଳାଇଛନ୍ତି ଗୁଳି । ଅପରାଧୀ ଗୁଳି ଚାଳନା ସମୟରେ ୬୩ ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଗଞ୍ଜାମ ଜିଲ୍ଲାରେ ୩୭ ଟି ମାମଲାରେ ୪୧ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି । ''

ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ମୋହନ ଛାଟ: ୮୦ ଦିନରେ ୩୯ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ଉପରେ ହୋଇଛି ଭିଜିଲାନ୍ସ ରେଡ଼ । ପ୍ରାୟ ୫୦ କୋଟିର ଆୟ ବହିର୍ଭୂତ ସମ୍ପତି ଜବତ ହୋଇଛି । ସେହିପରି ଗତ ବର୍ଷ ଏକ ମଧ୍ୟରେ ୧୧୫ କୋଟି ଉର୍ଦ୍ଧ୍ବ ଆୟ ବହିର୍ଭୁତ ସମ୍ପତି ଜବତ ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ନବୀନଙ୍କ ନିର୍ବାଚନ ମଣ୍ଡଳୀରେ 100ଟି ହତ୍ୟା:

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ୨୪ ବର୍ଷ ମଧ୍ୟରେ 100 ଟି ହତ୍ୟା ଘଟଣା ଘଟିଛି । ସେହି ହତ୍ୟା ଘଟଣାରେ ମୋଟ୍ 328 ଜଣ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଧରା ଯାଇଛି ଏବଂ କୋର୍ଟ ହାଜତକୁ ପଠାଯାଇଛି । ମୋଟ୍ 100 ଗୋଟି ମାମଲା ମଧ୍ୟରୁ ୨ ଗୋଟି ମାମଲାରେ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇଛି । 22 ଗୋଟି ମାମଲା ଦୋଷମୁକ୍ତ ହୋଇଛି ଏବଂ 69 ଗୋଟି ମାମଲା ବିଚାରାଧୀନ ଅଛି । ସେହିପରି ପରି ଗଞ୍ଜାମ ଜିଲ୍ଲାରେ ଅପରାଧୀଙ୍କୁ ଧରିବା ସମୟରେ ପୋଲିସ ଉପରକୁ ୩୭ ଟି ମାମଲାରେ ଅପରାଧୀ ଚଳାଇଛନ୍ତି ଗୁଳି । ଅପରାଧୀ ଗୁଳି ଚାଳନା ସମୟରେ ୬୩ ଜଣ ପୋଲିସ ଅଧିକାରୀ ଆହତ ହୋଇଥିଲେ । ଗଞ୍ଜାମ ଜିଲ୍ଲାରେ ୩୭ ଟି ମାମଲାରେ ୪୧ ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି ।ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ରାଜ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା:

ରାଜ୍ୟରେ ବଢୁଛି ଆତ୍ମହତ୍ୟା ପ୍ରବଣତା । ତିନି ବର୍ଷରେ ଦାୟର ହୋଇଛି ୧୭ ହଜାର ୭ ଶହ ୭୮ ମାମଲା । ତିନି ବର୍ଷରେ ୨୧୮ ଛାତ୍ର କରିଛନ୍ତି ଆତ୍ମହତ୍ୟା । ସେହିପରି ତିନି ବର୍ଷରେ ୨୬୩ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା। ୨୦୨୩ରେ ସର୍ବାଧିକ ୧୦୪ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଡିସେମ୍ବର ୨୦୨୪ ରାଜ୍ୟର ସମସ୍ତ ଗ୍ରାମ କୁ ମିଳିବ ନେଟୱାର୍କ:

ରାଜ୍ୟର ମୋଟ 3510 ଗୋଟି ଗ୍ରାମରେ ମୋବାଇଲ ନେଟୱାର୍କ ସେବା ଉପଲବ୍ଧ ନାହିଁ । ଅବିଭକ୍ତ କୋରାପୁଟ ଜିଲ୍ଲାରେ 1062 ଗୋଟି ଗ୍ରାମରେ ମୋବାଇଲ ନେଟୱାର୍କ ସେବା ଉପଲବ୍ଧ ନାହିଁ । ସମସ୍ତ ଗ୍ରାମକୁ ମୋବାଇଲ ନେଟୱାର୍କ ଯୋଗାଇ ଦେବା ପାଇଁ, ଜିଲ୍ଲାର ସମସ୍ତ ମୋବାଇଲ ଟାୱାରକୁ ଡିସେମ୍ବର 2024 ସୁଦ୍ଧା ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଲିଖିତ ଉତ୍ତର ।

ମାଳ ମାଳ ଭିଜିଲାନ୍ସ କେସ

ନୂଆ ସରକାର ଆସିବା ପରେ ଗତ ଦୁଇ ମାସ ମଧ୍ୟରେ 39 ଜଣ ସରକାର କର୍ମଚାରୀ ଉପରେ ଭିଜିଲାନ୍ସ ରେଡ୍ ହୋଇଛି। ସେମାନଙ୍କ ଠାରୁ 49 କୋଟି 35 ଲକ୍ଷ 98 ହଜାର 714 ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି। ଅଗଷ୍ଟ 1,2023 ରୁ 25 ଅଗଷ୍ଟ 2024 ମଧ୍ୟରେ ସରକାରୀ କର୍ମଚାରୀ ଉପରେ ରେଡ୍ ହୋଇ 115 କୋଟି 75 ଲକ୍ଷ 60 ହଜାର 965 ଟଙ୍କା ଜବତ ହୋଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତର।

ଗୁଟଖା ଓ ପାନ ମସଲାରୁ ଦେଢ଼ ବର୍ଷରେ ପ୍ରାୟ ୧୫୦୦ କୋଟି ଟଙ୍କାର ଜିଏଟି ଆଦାୟ:

ଗୁଟଖା ଓ ପାନ ମସଲାରୁ ଦେଢ଼ ବର୍ଷରେ ପ୍ରାୟ ୧୫୦୦ କୋଟି ଟଙ୍କାର ଜିଏଟି ଆଦାୟ ହୋଇଛି ।2023-24 ଆର୍ଥିକ ବର୍ଷରେ, ରାଜ୍ୟ ସରକାର ଗୁଟଖା, ପାନମସଲା ଆଦିରୁ GST( CGST+SGST+IGST+Cess) ବାବଦରେ 1012.56 କୋଟି ଟଙ୍କା ଟିକସ ଆଦାୟ ହୋଇଛି । ଚଳିତ ଆର୍ଥିକ ବର୍ଷ 2024-25 ଜୁଲାଇ ମାସ ଶେଷ ସୁଦ୍ଧା GST (CGST+SGST+IGST+Cess) ବାବଦରେ 357.16 କୋଟି ଟଙ୍କା ଟିକସ ଆଦାୟ ହୋଇଛି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 2, 2024, 2:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.