ETV Bharat / state

କୋଣାର୍କ ମନ୍ଦିରରୁ ବାଲି କଢ଼ାଯିବା ନେଇ ସ୍ଥିତି ଅନୁଧ୍ୟାନ କଲା ASI ଟିମ୍‌ - KONARK SUN TEMPLE SAND EVACUATION

ADG ଜାହ୍ନବୀଜ ଶର୍ମାଙ୍କ ସମେତ ୧୫ ଜଣିଆ ଏକ୍ସପୋର୍ଟ ଟିମ୍ କଲା ଅନୁଧ୍ୟାନ । ମନ୍ଦିର ପରିସର ଓ ଚୂଡାକୁ ଚଢି ଦୀର୍ଘ 3 ଘଣ୍ଟାର ସର୍ଭେ ।

କୋଣାର୍କ ମନ୍ଦିରରୁ ବାଲି କଢ଼ାଯିବାନେଇ ସ୍ଥିତି ଅନୁଧ୍ୟାନ କଲା ASI ଟିମ୍‌
କୋଣାର୍କ ମନ୍ଦିରରୁ ବାଲି କଢ଼ାଯିବାନେଇ ସ୍ଥିତି ଅନୁଧ୍ୟାନ କଲା ASI ଟିମ୍‌ (ETV Bharat Odisha)
author img

By ETV Bharat Odisha Team

Published : Dec 7, 2024, 8:58 PM IST

ନିମାପଡା (ପୁରୀ) : ବିଶ୍ବପ୍ରସିଦ୍ଧ ପ୍ରସ୍ତର ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଜଗମୋହନରୁ ବାଲି କଢ଼ାଯିବା ପାଇଁ ସର୍ଭେ ଓ ସମୀକ୍ଷା ବୈଠକ ହୋଇଛି । ଏନେଇ ସ୍ଥିତି ଅନୁଧ୍ୟାନ କରିଛି ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା’ ASIର ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମ୍‌ । ADG ଙ୍କ ସମେତ ୧୫ ଜଣିଆ କୋର ଟିମ୍‌ ଆଜି କୋଣାର୍କ ମନ୍ଦିର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ମନ୍ଦିରର ଐତିହ୍ୟ ଓ ପର୍ଯ୍ୟଟକଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ମନିଟରିଂ ହେବ ।

  • 3 ଘଣ୍ଟା ଧରି ସମୀକ୍ଷା କଲା ଏଡିଜିଙ୍କ ନେତୃତ୍ବାଧୀନ ଟିମ୍‌

ଆଜି କୋଣାର୍କ ମନ୍ଦିର ପରିସରରେ ଦୀର୍ଘ୍ ୩ ଘଣ୍ଟା ଧରି ଏହି ସମୀକ୍ଷା କରାଯାଇଥିଲା । ଅଧିକାରୀମାନେ ମନ୍ଦିରର ବିଭିନ୍ନ ଅଂଶରେ ସର୍ଭେ କରିବା ପରେ ଚୂଡାକୁ ମଧ୍ୟ ଚଢିଥିଲେ । ଦଧିନଉତି ସହ ବିଭିନ୍ନ ଅଂଶଙ୍କୁ ଭଲ ଭାବେ ନିରୀକ୍ଷଣ କରିଥିଲେ । ଆଜିର ସର୍ଭେ ଆଧାରରେ ବାଲି କଢାଯିବା ନେଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ ବୋଲି ସୂଚନା ମିଳିଛି ।

କୋଣାର୍କ ମନ୍ଦିରରୁ ବାଲି କଢ଼ାଯିବାନେଇ ସ୍ଥିତି ଅନୁଧ୍ୟାନ କଲା ASI ଟିମ୍‌ (ETV Bharat Odisha)
  • ୧୯୦୩ ମସିହାରେ ଗର୍ଭଗୃହରେ କରାଯାଇଥିଲା ବାଲି ଭର୍ତ୍ତି :-

ସୂର୍ଯ୍ୟମନ୍ଦିର ପ୍ରତି ବିପଦ ଆଶଙ୍କାରେ ୧୯୦୩ ମସିହାରେ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ଜଗମୋହନ ଦ୍ବାରକୁ ବନ୍ଦ କରି ଦିଆଯାଇଥିଲା । ସେବେଠାରୁ ପର୍ଯ୍ୟଟକଙ୍କ ପାଇଁ ଜଗମୋହନ ଦ୍ବାର ବନ୍ଦ ରହିଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି ବାହାରିବା ନେଇ ପୁନଃଶ୍ଚ 2022 ମସିହାରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୨୩ ଜାନୁଆରୀ ମାସରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ମନ୍ଦିର ଉତ୍ତର ଓ ପଶ୍ଚିମ କୋଣରେ ଲିଫ୍ଟ ପାଇଁ ମୂଳଦୁଆ ନିର୍ମାଣ ପରେ ଲୁହା ବିମ୍ ଲଗାଯାଇଥିଲା । ପରେ ଟନେଲ ଓ ଲିଫ୍ଟ ନିର୍ମାଣ ପାଇଁ ଫର୍ମାଟ ଓ ଲେଆଉଟ କାର୍ଯ୍ୟ ଆରମ୍ଭ ହୋଇଥିଲା । ବଡ଼ ଲୁହା ବିମ ବସାଯାଇ ମୁଳଦୂଆ ପକା ଯାଇଥିଲା । ସେହିଭଳି ଦକ୍ଷିଣ ପାର୍ଶ୍ୱରେ ଲୁହା ବିମ୍‌ ସାହାଯ୍ୟରେ ମନ୍ଦିର ଚୂଡାକୁ ପାହାଚ ନିର୍ମାଣ ସରିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିପଦରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ! ଆଇନ ମନ୍ତ୍ରୀ କହିଲେ, 'ତୁରନ୍ତ ମରାମତି ହେବ'

ଏହା ମଧ୍ୟ ପଢ଼ନ୍ତୁ...ରତ୍ନଭଣ୍ଡାରରେ ନାହିଁ ଗୁପ୍ତ ସୁଡ଼ଙ୍ଗ, ନୂଆବର୍ଷରୁ ଗଣତି ମଣତି

  • ମନ୍ଦିର ଚୂଡାକୁ ଚଢି ସ୍ଥିତି ନିରୀକ୍ଷଣ କଲା ବିଶେଷଜ୍ଞ ଟିମ୍‌

ପର୍ଯ୍ୟାୟକ୍ରମେ କାର୍ଯ୍ୟ ଆରମ୍ଭ ହୋଇ ଏବେ ବନ୍ଦ ଥିବା ବେଳେ ଆଜି ସ୍ଥିତି ଅନୁଧ୍ୟାନ କରିବା ସହିତ ଗୁରୁତ୍ୱପୂର୍ଣ ବୈଠକ କରିଛନ୍ତି ଏଏସଆଇ ଅତିରିକ୍ତ ମହାନିର୍ଦ୍ଦେଶକ ଜାହ୍ନବୀଜ ଶର୍ମାଙ୍କ ସହିତ 15 ଜଣିଆ କୋର କମିଟି ଟିମ । ଅନୁଧ୍ୟାନ ଶେଷ କରିବା ପରେ ଏହି ଉଚ୍ଚସ୍ତରୀୟ ଟିମ କୋଣାର୍କ ମନ୍ଦିର ପରିସର ଏକ ସଂକ୍ଷିପ୍ତ ଗୁରୁତ୍ବପୂର୍ଣ୍ଣ ବୈଠକ ମଧ୍ୟ କରିଛି । ସ୍ଥିତି ଅନୁଧ୍ୟାନ କରିବା ପାଇଁ ADG ଙ୍କ ସହିତ ସମସ୍ତ ଏକ୍ସପୋର୍ଟ ଟିମ୍ ଜଗମୋହନର ଉପର ଭାଗକୁ ଯାଇଥିଲେ । କିଭଳି ଜଗମୋହନର ସୁରକ୍ଷା ସହିତ କାରୁକାର୍ଯ୍ୟର କୌଣସି ପ୍ରକାର କ୍ଷତି ନହେବ, ସେନେଇ ସମୀକ୍ଷା କରିଥିଲେ ।ପଥର ନିର୍ମିତ ନିଖୁଣ କାର୍ଯ୍ୟକୁ ତନ ତନ କରି ନିରିଖି ଥିଲା ଏହି ଟିମ୍‌ । ସୂଚନାରୁ ଜଣାପଡିଛି ଯେ, ଜଗମୋହନର ଉପରି ଭାଗରୁ ପ୍ରାୟ ପାଞ୍ଚ ମିଟର ଊର୍ଦ୍ଧ୍ବ ତଳକୁ ବାଲି ରହିଛି । ଜଗମୋହନର ବେଶ ଲାଇନରୁ ପ୍ରାୟ 60 ଫୁଟର ଉପରି ଭାଗରେ ୬/୬ ଏକ ଗର୍ତ୍ତ କରାଯାଇ ଅତ୍ୟାଧୁନିକ ମେସିନ ଦ୍ଵାରା ବାଲିକୁ ବାହାରକୁ ନିଷ୍କାସନ କରାଯିବା ପାଇଁ ଯୋଜନା ରହିଛି ।

ଏହା ମଧ୍ୟ ପଢନ୍ତୁ:- ଶ୍ରୀମନ୍ଦିର ମେଘନାଦ ପାଚେରୀରେ ଫାଟ; ASIର ଅବହେଳା ଅଭିଯୋଗ, ପୂର୍ବ ସରକାରଙ୍କୁ ଦୋଷ ଦେଲା ବିଜେପି

ଏହା ମଧ୍ୟ ପଢ଼ନ୍ତୁ...ମରାମତି ହେବ ମେଘନାଦ ପାଚେରି, ASIକୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.