ETV Bharat / state

ଆଖି ଓଦା କରିଦେଇ ଦୁଇ ଭାଇଙ୍କ ଦୁଃଖ କାହାଣୀ: ଆରପାରିରେ ବାପା-ମାଆ, ଶୁଦ୍ଧିକ୍ରିୟା ପାଇଁ ଅର୍ଥ ନାହିଁ - SEEKING GOVT HELP

author img

By ETV Bharat Odisha Team

Published : Jul 29, 2024, 10:21 PM IST

ASHISH SEEKING GOVT HELP FOR LAST RITUALS OF MOTHER: ତିନି ବର୍ଷ ପୂର୍ବେ ଆରପାରିକୁ ଯାଇଥିଲେ ବାପା,ଏବେ ମାଆ ଛାଡି ଚାଲିଗଲା ପରେ ଅନାଥ ଦୁଇ ଭାଇ ଆଶିଷ ଏବଂ ଦେବାଶିଷ । ମାଆର ଶୁଦ୍ଧିକ୍ରିୟା ଏବଂ ବଞ୍ଚିବା ପାଇଁ ସରକାରୀ ସହାୟତା ଆଶାରେ ଦୁଇ ଭାଇ । ଅଧିକ ପଢନ୍ତୁ

ମାଆର ଶୁଦ୍ଧିକ୍ରିୟା ପାଇଁ ଅର୍ଥ ସାଜିଛି ବାଧକ
ମାଆର ଶୁଦ୍ଧିକ୍ରିୟା ପାଇଁ ଅର୍ଥ ସାଜିଛି ବାଧକ (ETV Bharat Odisha)

କେନ୍ଦ୍ରାପଡ଼ା: ନିଜ ପାଖରେ ନାହିଁ ଯୋଗାଯୋଗ ପାଇଁ ମାଧ୍ୟମ କିମ୍ବା ସ୍ବର୍ଗତ ମାଆଙ୍କର ଶୁଦ୍ଧିକ୍ରିୟା ପାଇଁ ସମ୍ବଳ । ନିଜର ଫୋନ ନଥିବାରୁ ପଡୋଶୀଙ୍କ ଫୋନ ଯୋଗେ ମୃତ ମାଆର ଶୁଦ୍ଧିକ୍ରିୟା ପାଇଁ ଫେସବୁକ ଓ ହ୍ବାଟସଆପ ମାଧ୍ୟମରେ ଆର୍ଥିକ ସାହାଯ୍ୟ ମାଗୁଛନ୍ତି ଦୁଇ ନାବାଳକ ଭାଇ । ଏବେ କେନ୍ଦ୍ରାପଡା ଜିଲ୍ଲାରେ ମୋବାଇଲରୁ ମୋବାଇଲକୁ ଭାଇରାଲ ହେଉଛି, ଦୁଇ ଅନାଥ ଭାଇଙ୍କ ଫଟୋ ଆଉ ସେଥିରେ ଯୋଡହସ୍ତରେ ସାହାଯ୍ୟ ପାଇଁ ଆକୁଳ ନିବେଦନ । ଏଭଳି ଘଟଣା ସାମ୍ନାକୁ ଆସିଛି ମାର୍ଶାଘାଇ ବ୍ଲକ କୁହୁଡି ପଞ୍ଚାୟତର ନରେନ୍ଦ୍ରପୁର ଗ୍ରାମରୁ ।

ଅସହାୟ ଆଶିଷ ଏବଂ ଦେବାଶିଷ:

ନରେନ୍ଦ୍ରପୁର ଗ୍ରାମର ତ୍ରିଲୋଚନ ସେଠୀଙ୍କର ତିନିବର୍ଷ ପୂର୍ବରୁ ଦୁରାରୋଗ୍ୟରେ ଦେହାନ୍ତ ହୋଇଥିଲା । ସ୍ତ୍ରୀ ନମିତା ଓ ଦୁଇପୁଅ ଆଶିଷ-ଦେବାଶିଷଙ୍କୁ ନେଇ ପରିବାର ବହୁ ଦୁଃଖ କଷ୍ଟରେ କାଟୁଥିଲେ । ବଡ ପୁଅ ଆଶିଷ ନବମ ଶ୍ରେଣୀରେ ପାଠ ପଢୁଥିବାବେଳେ ସାନପୁଅ ଦେବାଶିଷ ଷଷ୍ଠ ଶ୍ରେଣୀରେ ପଢୁଛି । ବାପା ଆରପାରିକୁ ଚାଲିଯିବା ପରେ ଦୁଇ ପୁଅଙ୍କୁ କିପରି ଭଲ ମଣିଷ କରିବେ ଓ ବାଟ ଚାଲିବା ଶିଖାଉଥିବା ମାଆ ନମିତା ମଧ୍ୟ ଚଳିତ ମାସ ୧୮ ତାରିଖ ଦିନ ବ୍ରେନ ଷ୍ଟ୍ରୋକରେ ଆରପାରିକୁ ଚାଲିଗଲେ । ଏବେ ନମିତାଙ୍କ ଦୁଇ ପୁଅ ବାପା-ମାଆ ଛେଉଣ୍ଡ ହୋଇ ଯାଇଛନ୍ତି ।

ମାଆର ଶୁଦ୍ଧିକ୍ରିୟା କରିବା ପାଇଁ ସହାୟତା ଲୋଡ଼ିଛନ୍ତି ଦୁଇ ଭାଇ:

ମାଆର ଶେଷକୃତ୍ୟ ପାଇଁ ହରିଶ୍ଚନ୍ଦ୍ର ଯୋଜନାରୁ ସରପଞ୍ଚ ଟଙ୍କା ପ୍ରଦାନ କରିଥିଲେ ।ଏହାପରେ ନମିତାଙ୍କ ଶେଷକୃତ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ସ୍ବାସ୍ଥ୍ୟକର୍ମୀ ମଧ୍ୟ ମୃତ ନମିତାଙ୍କ ଘରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି । ହେଲେ ଆର୍ଥିକ ସମ୍ବଳ ନଥିବା କାରଣରୁ ଶୁଦ୍ଧିକ୍ରିୟା କରିବା ପାଇଁ ଦୁଇ ଭାଇ ଏଇ କଅଁଳ ବୟସରେ ଚିନ୍ତାରେ ପଡ଼ିଛନ୍ତି । ଖେଳିବା ବୁଲିବା ବୟସରେ ବୋଝ ଉପରେ ଲଳିତା ବିଡ଼ା ଲଦି ଦେଇଛି ବିଧାତା । ଆଶିଷ ଓ ଦେବାଶିଷଙ୍କ ନିକଟରେ ଫୋନଟିଏ ମଧ୍ୟ ନଥିବାବେଳେ ପଡୋଶୀଙ୍କ ଫୋନରେ ସୋସିଆଲ୍ ମିଡିଆରେ ଶୁଦ୍ଧିକ୍ରିୟା କରିବା ପାଇଁ ସହାୟତା ଲୋଡ଼ିଛନ୍ତି ।

ଏହା ମଧ୍ୟ ପଢନ୍ତୁ....ଦୁଃଖ ଆଣିଲା ଦୁର୍ଘଟଣା: ଶଯ୍ୟାଶାୟୀ କୈଳାସ, ପରିବାର ମାଗୁଛି ସାହାଯ୍ୟ - Kailash Chatriya Seeks Govt Help

ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ ଦାବି:

ଏହା ଦେଖି କିଛି ସାମାଜିକ କର୍ମୀ ଦୁଇ ଭାଇଙ୍କୁ ସହାୟତାର ହାତ ବଢାଇଛନ୍ତି । ସେମାନେ କହିଛନ୍ତି ଯେ , ଶୁଦ୍ଧିକ୍ରିୟା ପାଇଁ ଆମ୍ଭେମାନେ ଯେତିକି ସାହାଯ୍ୟ କରୁଛୁ, ସେତିକି ଯଥେଷ୍ଟ ନୁହେଁ । କେନ୍ଦ୍ରାପଡା ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ଦୁଇ ଅନାଥ ଶିଶୁଙ୍କ ମାଆର ଶୁଦ୍ଧିକ୍ରିୟା ପାଇଁ ଅର୍ଥ ପ୍ରଦାନ କରନ୍ତୁ । ଦୁଇ ନାବାଳକ ଅନାଥ ଶିଶୁ କିପରି ଆଗାମୀ ଦିନରେ ଭଲ ପାଠ ପଢିବେ ସେଥିପୋଇଁ ମଧ୍ୟ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ ,କେନ୍ଦ୍ରାପଡାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.