ETV Bharat / state

ରାଜ୍ୟରେ ମାଡ଼ିଚାଲିଛି ଡେଙ୍ଗୁ; ସ୍କୁଲ ଓ ହଷ୍ଟେଲ ପାଇଁ ଆସିଲା ଆଡଭାଇଜରୀ, ରାଜ୍ୟ କହିଲା ମଶାରୀ ଦେଉନି କେନ୍ଦ୍ର - dengue cases rises in odisha

author img

By ETV Bharat Odisha Team

Published : Jul 12, 2024, 11:53 AM IST

Updated : Jul 12, 2024, 2:11 PM IST

Dengue cases rises in odisha: ରାଜ୍ୟରେ ମାଡ଼ିଚାଲିଛି ଡେଙ୍ଗୁ ମେଲେରିଆ ।ସ୍କୁଲ ଓ ହଷ୍ଟେଲଗୁଡିକ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି । ଅଧିକ ପଢନ୍ତୁ

Dengue cases rises in odisha
Dengue cases rises in odisha (ETV Bharat Odisha)

ଭୁବନେଶ୍ୱର: ଚିନ୍ତା ବଢାଉଛି ଡେଙ୍ଗୁ । ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ବର୍ଷ ଆରମ୍ଭରୁ ଏବେସୁଦ୍ଧା ମୋଟ ୪୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି । ତେବେ ଆଶ୍ୱସ୍ତିକର ବିଷୟ ହେଉଛି ଯେ, ଡେଙ୍ଗୁ କାରଣରୁ ରାଜ୍ୟରେ ଏବେସୁଦ୍ଧା କାହାର ମୃତ୍ୟୁ ହୋଇନାହିଁ । ଅନ୍ୟପଟେ ଏବାବଦରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିବା ବେଳେ ପ୍ରତ୍ୟେକ ବିଭାଗ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "ଡେଙ୍ଗୁ ଗତ ବର୍ଷ ତୁଳନାରେ ଏଥର କମ ରହିଛି । ବର୍ଷ ଆରମ୍ଭରୁ ବର୍ତ୍ତମାନ ଯାଏ ମୋଟ ୪୮୮ ଜଣ ଡେଙ୍ଗୁ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସବୁଠୁ ଅଧିକ ସଂଖ୍ୟା ୧୩୦ ରହିଛି । କିନ୍ତୁ ରାଜ୍ୟରେ ଡେଙ୍ଗୁରେ କାହାରି ମୃତ୍ୟୁ ହୋଇ ନାହିଁ । ବୁଧବାର ୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ମ୍ୟାଲେରିଆ କେସ ମଧ୍ୟ ଦେଖାଯାଉଛି । କିନ୍ତୁ କାହାରି ମୃତ୍ୟୁ ହୋଇନାହିଁ ।"

ଡେଙ୍ଗୁ ନିରାକରଣ ପାଇଁ ମାର୍ଗଦର୍ଶିକା ଜାରି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆଉମଧ୍ୟ କହିଛନ୍ତି, " ଡେଙ୍ଗୁ ତଦନ୍ତ ନେଇ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ହୋଇଛି । ପ୍ରତ୍ୟେକ ବିଭାଗ ପାଇଁ ମାର୍ଗ ଦର୍ଶିକା ଜାରି ହୋଇଛି । ଖାସ କରି ସ୍କୁଲ ପିଲାମାନେ ଏବଂ ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ ମଧ୍ୟ ବିଶେଷ ସଚେତନ କରାଯାଇଛି । ଯେଉଁ ପିଲାମାନେ ହଷ୍ଟେଲରେ ରହୁଛନ୍ତି ମଶାରୀ ଟାଙ୍ଗି ଶୋଇବା ପାଇଁ ପରାମର୍ଶ ଦିଆଯାଇଛି । ଏ ବାବଦରେ ତଦାରଖ ମଧ୍ୟ କରିବାକୁ ମଧ୍ୟ ସ୍କୁଲ ଅଧିକାରୀଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ହଷ୍ଟେଲରେ ପ୍ରତିଦିନ ମଶା ଧୂଆଁ ଦିଆଯିବ। ପିଲାମାନଙ୍କୁ ଡେଙ୍ଗୁ ବାବଦରେ ପ୍ରଧାନ ଶିକ୍ଷକ ସଚେତନ କରାଇବେ । ବିଭିନ୍ନ ମାର୍ଗଦର୍ଶିକା ସବୁ ବିଭାଗ ପାଇଁ ଜାରି ହୋଇଛି ।"

"ଝାଡା ବାନ୍ତି ଋତୁ ପରିବର୍ତ୍ତନ ପାଇଁ ବି ହୁଏ । ମାଥିଲିରେ ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ଉପରେ ନଜର ରହିଛି । ବିଶେଷ କରି ଏହି ଦିନରେ ଖାଦ୍ୟ ଓ ପାଣି ଉପରେ ବିଶେଷ ସଚେତନ ହେବା କଥା । ସବୁ ସ୍ଥାନରେ ପାଣିର ମାନ ମଧ୍ୟ ଯାଞ୍ଚ ହେବା ନେଇ କହିଛନ୍ତି ନୀଳକଣ୍ଠ ମିଶ୍ର ।

ଏହାମଧ୍ୟ ପଢନ୍ତୁ..ରାଜ୍ୟରେ ବଢୁଛି ଡେଙ୍ଗୁ ସଂକ୍ରମଣ, ତତ୍ପର ହେଲା ସ୍ୱାସ୍ଥ୍ୟ ବିଭାଗ - DENGUE SITUATION IN ODISHA

ଅନ୍ୟପଟେ ରାଜ୍ୟରେ କଟକ, ଭୁବନେଶ୍ଵର, ଖୋର୍ଦ୍ଧା ଭଳି ଅନେକ ସ୍ଥାନରେ ମଶାଙ୍କ ପ୍ରକୋପ ବୃଦ୍ଧି ପାଉଛି । ଯାହା ଫଳରେ ଡେଙ୍ଗୁ, ମେଲେରିଆ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିକି କେନ୍ଦ୍ରକୁ ରାଜ୍ୟ ସରକାର ବାରମ୍ବାର ଔଷଧୀୟ ମଶାରୀ ଯୋଗାଇ ଦେବା ପାଇଁ ଚିଠି ଲେଖିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧୀୟ ମଶାରୀ ରାଜ୍ୟରେ ପହଞ୍ଚିପାରିଲା ନାହିଁ । ତେବେ ବର୍ଷା ଦିନ ପୂର୍ବରୁ ସମସ୍ତଙ୍କୁ ଔଷଧୀୟ ମଶାରୀ ବାଣ୍ଟିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଥିଲା । ଆଗାମୀ ଡେଙ୍ଗୁ ମୁକ୍ତ ରାଜ୍ୟ ଗଠନ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକକଳା ମାଧ୍ୟମରେ ସତେଚନତା କାର୍ଯ୍ୟକ୍ରମ କରାଯାଇ ଲୋକମାନଙ୍କୁ ଡେଙ୍ଗୁ ମେଲେରିଆ ବିଷୟରେ ସଚେତନ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 12, 2024, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.