ETV Bharat / state

ଅଗ୍ନିବୀର ଯୋଜନାରେ ସେନାରେ ଭର୍ତ୍ତି ପାଇଁ ପ୍ରସ୍ତୁତି, ଜୁଲାଇ ୨ରୁ ଆରମ୍ଭ ହେବ ଚୟନ - Army Recruiting Programme - ARMY RECRUITING PROGRAMME

Agniveer Recruitment Programme: ଆସନ୍ତା ଜୁଲାଇ ୨ ତାରିଖରେ ଆରମ୍ଭ ହେବାକୁ ଯାଉଛି ଅଗ୍ନିବୀର ଭର୍ତ୍ତି କାର୍ଯ୍ୟକ୍ରମ । ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡାଠାରେ ଚୟନ ପ୍ରକ୍ରିୟା ହେବାକୁ ଥିବା ବେଳେ ଓଡ଼ିଶାର ୧୦ରୁ ୧୨ ଗୋଟି ଜିଲ୍ଲାର ଆବେଦନ କରିଥିବା ପ୍ରାର୍ଥୀମାନେ ଅଂଶଗ୍ରହଣ କରିବେ । ଅଧିକ ପଢନ୍ତୁ

Agniveer Recruitment Programme
Agniveer Recruitment Programme (ETV Bharat Odisha)
author img

By ETV Bharat Odisha Team

Published : Jun 8, 2024, 7:32 PM IST

ବ୍ରହ୍ମପୁର: ଜୁଲାଇ ୨ରୁ ଆରମ୍ଭ ହେବ ଅଗ୍ନିବୀରରେ ଭର୍ତ୍ତି କାର୍ଯ୍ୟକ୍ରମ । ଅଗ୍ନିବୀର ଯୋଜନାରେ ଭାରତୀୟ ସେନାରେ ଭର୍ତ୍ତି ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ରଙ୍ଗେଇଲୁଣ୍ଡା ଠାରେ ଆସନ୍ତା ଜୁଲାଇ ୨ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଭାରତୀୟ ସ୍ଥଳ ସେନାରେ ଭର୍ତ୍ତି ହେବା ନିମନ୍ତେ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଅଗ୍ନିବୀର ଯୋଜନାରେ ଓଡିଶାର ୧୦ରୁ ୧୨ ଗୋଟି ଜିଲ୍ଲାର ଆବେଦନ କରିଥିବା ପ୍ରାର୍ଥୀମାନେ ଏହି ଚୟନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ । ଏଥିସକାଶେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।

ବୈଠକରେ ଆର୍ମି ଏଡି କଲେଜ, ଗୋପାଳପୁରର କର୍ଣ୍ଣେଲ ଆନନ୍ଦ ପ୍ରାର୍ଥୀଙ୍କ ଚୟନ ସକାଶେ କିଭଳି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ସେ ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ଜିଲ୍ଲା ଦକ୍ଷତା ବିକାଶ ଏବଂ କର୍ମ ନିୟୋଜନ ଅଧିକାରୀ ଫଲଗୁନୀ ସହାୟ ନାୟକ ଆୟୋଜନ ହେବାକୁ ଥିବା ରାଲିର ସମସ୍ତ ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଗତ ଥର ସମ୍ବଲପୁରଠାରେ ହୋଇଥିବା ଚୟନ ସକାଶେ କେବଳ ଗଞ୍ଜାମ ଜିଲ୍ଲାର ୭୬ ପ୍ରତିଶତ ଯୁବ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ଯାତାୟତ ଖର୍ଚ୍ଚ, ରହଣି ଦିଗରେ ଅଂଶଗ୍ରହଣ ଯୁବକ ମାନଙ୍କୁ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡିଥିଲା । ସେହି ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍ ଠାରେ ଏହି ଚୟନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା କର୍ଣ୍ଣେଲ ଆନନ୍ଦ ପ୍ରକାଶ କରିଥିଲେ । ଯାହାଦ୍ବାରା ଯୁବ ପ୍ରାର୍ଥୀ ମାନଙ୍କ ଯାତାୟତ ଖର୍ଚ୍ଚ ଏବଂ ସମୟ ବଞ୍ଚିବ । ଚୟନ ପ୍ରତିଯୋଗିତାରେ ସମ୍ପୂର୍ଣ୍ଣ ସ୍ବଚ୍ଛତା ବଜାୟ ରଖି କରାଯିବ । ଯେଉଁମାନେ ଚୟନ ସକାଶେ ଉପଯୁକ୍ତ, ସେମାନେ ନିଶ୍ଚିତ ରୂପେ ଅଗ୍ନିବୀର ଯୋଜନାରେ ଭର୍ତ୍ତି ହୋଇପାରିବେ । ଏଥିସକାଶେ କସ୍ମିନ୍ କାଳେ ଉତ୍କୋଚ ଗ୍ରହଣ କରାଯାଉନାହିଁ ବୋଲି ଦୃଢତାର ସହ କହିଥିଲେ ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ .... ଓଡ଼ିଶାରେ CDS ଅନୀଲ ଚୌହାନ, INS ଚିଲିକା କଲେ ପରିଦର୍ଶନ - CDS Visits INS Chilika

ଯଦି କୌଣସି ବ୍ୟକ୍ତି କିମ୍ବା ଖଳ ପ୍ରକୃତିର ବ୍ୟକ୍ତିବିଶେଷ ଭାରତୀୟ ସ୍ଥଳ ସେନାରେ ଭର୍ତ୍ତି କରିବା ନିମନ୍ତେ ପ୍ରଲୋଭନ ଦେଖାଇ ଉତ୍କୋଚ ମାଗନ୍ତି । ତେବେ ପ୍ରଶାସନ କିମ୍ବା ଆର୍ମି ଅଧିକାରୀଙ୍କ ନଜରକୁ ଆଣିବାକୁ କୁହାଯାଇଛି । ଜୁଲାଇ ୨ ତାରିଖ ଠାରୁ ଆରମ୍ଭ ହେଉଥିବା ଏହି ଚୟନ ସକାଶେ ଦୈନିକ ୪୦୦ ରୁ ଉର୍ଦ୍ଧ୍ବ ଯୁବ ପ୍ରାର୍ଥୀ ଅଂଶଗ୍ରହଣ କରିବାର ପୂର୍ବାନୁମାନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ହାତକୁ ନିଆଯାଇଛି ।

ଆଇନଶୃଙ୍ଖଳା ପରିସ୍ଥିତି, ଡାକବାଜି ଯନ୍ତ୍ର, ପରିସର ସଫେଇ ସମେତ ପ୍ରାର୍ଥୀ ମାନଙ୍କ ବିଶ୍ରାମ ସ୍ଥଳୀ, ଦୌଡଟ୍ରାକ, ସ୍ବାସ୍ଥ୍ୟ ପରୀକ୍ଷା, ଡାକ୍ତରୀ ପରୀକ୍ଷା, ପାନୀୟ ଜଳଯୋଗାଣ, ଆଲୋକ ଓ ବିଦ୍ୟୁତ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା ସହିତ ପ୍ରାର୍ଥୀମାନେ କିଭଳି ସୁବିଧାରେ ବ୍ରହ୍ମପୁର ରେଳଷ୍ଟେସନ୍ ଏବଂ ବସଷ୍ଟାଣ୍ଡ ଠାରୁ ସୁବିଧାରେ ଯାତାୟତ କରିପାରିବେ ସେଥିନିମନ୍ତେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାକୁ ସୂଚାରୁ ରୂପେ ସମ୍ପାଦନ କରିବା ନିମନ୍ତେ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ବୈଠକରେ ଆର୍ମି ଏ ଡି କଲେଜର ସଂପୃକ୍ତ ଅଧିକାରୀ ମାନଙ୍କ ସମେତ ବ୍ରହ୍ମପୁର ମହାନଗର କମିଶନର ଭବାନୀ ପ୍ରସାଦ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରମେଶ ଚନ୍ଦ୍ର ସେଠୀ, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.