ETV Bharat / state

ଆଜିଠୁ +୨ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ, ଏମିତି କରନ୍ତୁ ଆବେଦନ - Plus two admission - PLUS TWO ADMISSION

Plus Two Admission: ରାଜ୍ୟରେ ଯୁକ୍ତ ଦୁଇ ନାମଲେଖା ପାଇଁ ଆଜିଠୁ ଆରମ୍ଭ ହୋଇଛି ଆବେଦନ । www samsodisha.gov.in ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Apply for plus two admission in Odisha begins
tApply for plus two admission in Odisha begins (Etv Bharat Odisha)
author img

By ETV Bharat Odisha Team

Published : Jun 7, 2024, 12:44 PM IST

Updated : Jun 7, 2024, 3:36 PM IST

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ଲାଗି ଯୁକ୍ତ ଦୁଇ ନାମଲେଖା ପାଇଁ ଆଜିଠୁ ଆବେଦନ ଆରମ୍ଭ ହୋଇଛି । ଉଚ୍ଚ ମାଧ୍ୟମିକ (ଯୁକ୍ତ ଦୁଇ) ଶିକ୍ଷା ଅନ୍ତର୍ଭୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍‌ଲାଇନରେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । www samsodisha.gov.in ପୋର୍ଟାଲରେ ଆବେଦନ କରିହେବ ।

Apply for plus two admission in Odisha begins (Etv Bharat Odisha)

ରାଜ୍ୟର ମୋଟ ୨ ହଜାର ୨୨୧ଟି କଲେଜରେ ଯୁକ୍ତ ଦୁଇ ପାଇଁ ନାମଲେଖା ହେବ । ଏଥିପାଇଁ କଳାରେ ୨ ଲକ୍ଷ ୯୪ ହଜାର ୮୪୦ ସିଟ୍ ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୯୨୯ଟି ସିଟ୍ ରହିଛି । ସେହିପରି ଭାବରେ ବାଣିଜ୍ୟରେ ୪୦ ହଜାର ୧୦୪, ସଂସ୍କୃତରେ ୧୩ ହଜାର ୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୫୦୪ ସିଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ରହିଛି । ଆଡମିଶନ ସମ୍ପର୍କିତ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ ହେଲ୍ପଲାଇନ୍‌ ନମ୍ବର ୧୫୫୩୩୫ / ୧୮୦୦୩୪୫୬୭୭୦ରେ ଯୋଗାଯୋଗ କରିପାରିବେ ।

ସାମ୍ସ ତଥ୍ୟ ଅନୁସାରେ, ୨୦୨୩-୨୪ ଶିକ୍ଷାବର୍ଷରେ ୨୨୧୬ଟି ଯୁକ୍ତ ଦୁଇ କଲେଜ ରହିଥିଲା । କଳାରେ ୨ ଲକ୍ଷ ୯୪ ହଜାର ୬୧୯ ସିଟ ରହିଥିବା ବେଳେ ୩୩ ହଜାର ୮୯୮ ସିଟ ବଳକା ରହିଥିଲା । ସେହିପରି ଭାବରେ ବିଜ୍ଞାନରେ ୧ ଲକ୍ଷ ୬୬ ହଜାର ୩୩ଟି ସିଟ ରହିଥିବା ବେଳେ ୫୫ ହଜାର ୮୦ଟି ସିଟ ବଳକା ରହିଥିଲା । ବାଣିଜ୍ୟରେ ୪୦ ହଜାର ୧୦୬ଟି ସିଟ ଥିବାବେଳେ ୧୩ ହଜାର ୬୪୪ ସିଟ୍ ବଳକା ପଡିଥିଲା ।

ଏହା ମଧ୍ୟ ପଢନ୍ତୁ: ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ, ଚିନ୍ତା ବଢ଼ାଇଲା ନକଲି ସାର୍ଟିଫିକେଟ - Fake Certificate Tension

୨୦୨୨-୨୩ ଶିକ୍ଷା ବର୍ଷରେ ରାଜ୍ୟରେ ମୋଟ ୨ ହଜାର ୬୮ଟି ଯୁକ୍ତ ଦୁଇ କଲେଜ ରହିଥିଲା । ସେଥିରୁ କଳା ବିଭାଗର ସିଟ୍ ସଂଖ୍ୟା ଥିଲା ୨ ଲକ୍ଷ ୭୭ ହଜାର ୪୫୫ ଏବଂ ବଳକା ରହିଥିଲା ୫୧ ହଜାର ୭୯୦ । ବିଜ୍ଞାନରେ ୧ ଲକ୍ଷ ୬୩ ହଜାର ୩୦୪ଟି ସିଟ ଥିବାବେଳେ ୬୧ ହଜାର ୩୦ଟି ସିଟ ବଳକା ରହିଥିଲା । ବାଣିଜ୍ୟରେ ମୋଟ ସିଟ ସଂଖ୍ୟା ୪୫ ହଜାର ୩୩୩ଟି ସିଟ ଥିବାବେଳେ ୨୦ ହଜାର ୧୩୭ଟି ସିଟ ପୂରଣ ହୋଇପାରି ନଥିଲା ।

ପ୍ରତିବର୍ଷ ଦଶମ ଶ୍ରେଣୀ ପରୀକ୍ଷାର ଫଳାଫଳକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ କଲେଜ ବଢିବା ସହିତ ବିଭିନ୍ନ ବିଭାଗରେ ମଧ୍ୟ ସିଟ ବୃଦ୍ଧି ପାଉଛି । କିନ୍ତୁ ବିଭାଗର ତଥ୍ୟ ଆଧାରରେ ଦେଖାଗଲେ ଅନେକ କଲେଜରେ ସିଟ୍ ପୂରଣ ହୋଇପାରୁନାହିଁ । ଯାହାଫଳରେ କି ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ସିଟ ଖାଲି ପଡୁଥିବା ସାମ୍ସ ତଥ୍ୟରୁ ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 7, 2024, 3:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.