ETV Bharat / state

ପୁଣି ରାଜଧାନୀରେ ଝାଡଖଣ୍ଡ ଛାତ୍ରଙ୍କ ସନ୍ଦେହଜଣକ ମୃତ୍ୟୁ, 15 ଦିନରେ ଦ୍ବିତୀୟ ଘଟଣା - Jharkhand Student Death

author img

By ETV Bharat Odisha Team

Published : Sep 14, 2024, 11:02 PM IST

Jharkhand Student suspicious death: ରାଜଧାନୀରେ ପୁଣି ଜଣେ ଝାଡଖଣ୍ଡ ଛାତ୍ରଙ୍କ ସନ୍ଦେହଜଣକ ମୃତ୍ୟୁ । 3 ଦିନ ତଳେ ନେଇଥିଲେ ଆଡମିଶନ । ମିଳିଲା ମୃତଦେହ । ଜାଣନ୍ତୁ ପୂରା ଘଟଣା ।

ଝାଡଖଣ୍ଡ ଛାତ୍ରଙ୍କ ସନ୍ଦେହଜଣକ ମୃତ୍ୟୁ
ଝାଡଖଣ୍ଡ ଛାତ୍ରଙ୍କ ସନ୍ଦେହଜଣକ ମୃତ୍ୟୁ (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ପୁଣି ଜଣେ ଝାଡଖଣ୍ଡ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଭୁବନେଶ୍ବରର ଏକ ଘରୋଇ କଲେଜ କ୍ୟାମ୍ପସରେ ମିଳିଛି ଛାତ୍ରଙ୍କ ରକ୍ତାକ୍ତ ମୃତଦେହ । ଗତ 3 ଦିନ ତଳେ ଛାତ୍ର ଜଣକ ବିଟେକରେ ଆଡମିଶନ ନେଇଥିଲେ । ଛାତ୍ରଙ୍କ ମୃତଦେହ ମିଳିବା ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାରଲୋକେ । ଖଣ୍ଡଗିରି ଥାନାର ହେଲେ ଦ୍ବାରସ୍ଥ ମୃତକଙ୍କ ଉଭଣୀ । ସେପଟେ 15 ଦିନରେ ଏହା ଦ୍ବିତୀୟ ଘଟଣା ।

ପଢିବାକୁ ଆସିଥିଲେ ହଷ୍ଟେଲରେ ଗଲା ଜୀବନ:

ମୃତ ଛାତ୍ର ଜଣକ ହେଲେ ଅଭିଷେକ ରବି । ତାଙ୍କ ବୟସ ୧୯ ବର୍ଷ । ଘର ଝାରଖଣ୍ଡ ରାଞ୍ଚିରେ । ସେ ଏକ ଖଣ୍ଡଗିରି ଥାନା ଅନ୍ତର୍ଗତ ଜାଗମରା ପାଖରେ ଥିବା ଏକ ଘରୋଇ ଇଞ୍ଜିନିୟର କଲେଜରେ ତିନିଦିନ ତଳେ ଆଡମିଶନ ନେଇଥିଲେ । ପୁଅକୁ ଆଡ଼ମିଶନ କରାଇ ଫେରି ଯାଇଥିଲେ ପରିବାରଲୋକେ । ସେ କଲେଜ ହଷ୍ଟେଲରେ ପଞ୍ଚମ ମହଲାର ୪୦୮ନମ୍ବର ରୁମରେ ରହୁଥିଲେ । ତାଙ୍କ ସହ ଦୁଇ ଜଣ ଝାଡଖଣ୍ଡର ଛାତ୍ର ମଧ୍ୟ ରହୁଥିଲେ । ତେବେ ଗତକାଲି( ସେପ୍ଟେମ୍ବର 13)ରେ ହଷ୍ଟେଲ ଗ୍ରାଉଣ୍ଡରେ ମୁହଁ ମାଡି ରକ୍ତାକ୍ତ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା । ପରେ ତାଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଥିଲା ।

ଅଭିଷେକ ରବି
ଅଭିଷେକ ରବି (ETV Bharat Odisha)

ଏହାକୁ ନେଇ ପରିବାରଲୋକେ ଖଣ୍ଡଗିରି ଥାନାରେ ଏକ ଏତଲା ଦେଇଛନ୍ତି । ଏନେଇ ମୃତକ ଛାତ୍ରଙ୍କ ଭଉଣୀ ସାଲିନି ଇଟିଭି ଭାରତକୁ କହିଛନ୍ତି, ‘ମୋ ପାଖେ ସାହାସ ନାହିଁ ମୋ ଭାଇକୁ ଦେଖା କରିବାକୁ କି ତାକୁ ଦେଖିବାକୁ । ତାର ଏମିତି ବଡ଼ ଅଘଟଣ ହୋଇଛି ତାର ଅବସ୍ଥା ଏପରି ହୋଇଛି । କାହା ସହ ଏପରି ଘଟଣା ନ ଘଟୁ । କାହିଁକି କଲେଜ କତୃପକ୍ଷ ଧ୍ୟାନ ଦେଲେ ନାହିଁ । କାହିଁକି ଏହି ଘଟଣାକୁ ଚପାଯାଉଛି ‌?’

କଲ୍‌ ଆସିଲା ପୁଅ ଆଉ ନାହିଁ:

ସାଲିନି ଆହୁରି କହିଛନ୍ତି, ‘ଗତ୧୩ ତାରିଖରେ ହଷ୍ଟେଲରେ ସୁପରିଟେଣ୍ଡର ଓ୍ବାର୍ଡେନ ବାପାଙ୍କୁ କଲ କଲେ ଆପଣଙ୍କ ପୁଅ ସିଡିର ତଳେ ଗଳିପଡିଛନ୍ତି । ତାକୁ ଆମେ ହସ୍ପିଟାଲକୁ ପଠାଇ ଦେଇଛୁ । ଆମେ କଲେଜରୁ ଯୋଗାଯୋଗ କରିଥିଲୁ । ଆମକୁ କେହି କିଛି କହୁନଥିଲେ କି ଅପଡେଟ ଦେଉନଥିଲେ । ଆମେ ଜାଣିବାକୁ ଚାହୁଁଥିଲୁ କଣ ହୋଇଛି ହୋଇଛି । ୩ଟା ସମୟରେ ଆମକୁ କଲ ଆସିଲା ଆପଣଙ୍କ ପୁଅ ଆଉ ନାହାନ୍ତି ତାଙ୍କର ମୃତ୍ୟୁ ହୋଇଛି ।’

ଅଭିଷେକ ରବି
ଅଭିଷେକ ରବି (ETV Bharat Odisha)

ଅଭିଶେକଙ୍କୁ ମୃତ୍ୟୁକୁ ନେଇ ସନ୍ଦେହରେ ପରିବାର:

ସାଲିନି ଆହୁରି କହିଛନ୍ତି, ‘ଏହି ଖବର ଶୁଣି ଆମ ପରିବାର ଭାଙ୍ଗି ପଡିଛି । କଲେଜ ଆମକୁ କାହିଁକି ଏତେ ବିଳମ୍ବରେ ଜଣାଇଲେ । ଯେଉଁଠି ୧୦ଟା ୪୦ସମୟରେ ଘଟଣା ଘଟିଛି । ଆମକୁ ବହୁତ ବିଳମ୍ବରେ ଜଣାଇ ଦିଆଗଲା । ସେମାନେ କହିଲେ ସିଡିର ଫାଙ୍କାରୁ ଅଭିଶେକ ଗଳି ପଡିଛି । ଏହା କଣ ସମ୍ଭବ ? କିଏ କଣ ଚାଲିବା ସମୟରେ ଗଳି ପଡିବ । ରେଲିଂ ମଧ୍ୟରେ କେତେ ଫାଙ୍କା ଅଛି ଯେ ସେ ଗଳି ପଡିଲା ୪ର୍ଥ ମହଲାରୁ ? ଏମିତିକି ତାର ଚପଲ ଅଛି ଉପରେ । ସେ ପଡ଼ିଛି ତଳେ ଯେଉଁ ଅବସ୍ଥାରେ ତାର ମୋବାଇଲ କିଛି ହୋଇନାହିଁ । ଆମକୁ ସନ୍ଦେହ ହେଉଛି ତା ସହ କିଛି ଘଟିଛି । କାରଣ ସେଦିନ ତା ସହ ଦୁଇ ଜଣ ରୁମମେଟ୍ ରହୁଥିଲେ । ସେମାନେ ହିଁ ସଠିକ ଜାଣିଛନ୍ତି । ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ବିରୋଧରେ ଆକ୍ସନ ହେବା ଦରକାର ।’

ଅଭିଷେକ ରବି
FIR COPY (ETV Bharat Odisha)

ପୂର୍ବରୁ ଘରୋଇ ଅନୁଷ୍ଠାନରେ ଘଟିଥିଲା ଅଘଟଣ:

ତେବେ ଏ ଘଟଣା ନୂଆ ନୁହେଁ କିଛି ଦିନ ତଳେ ଅର୍ଥାତ୍ ଗତ ଅଗଷ୍ଟ ୩୦ରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଏକ ଘରୋଇ କୋଚିଂ ଅନୁଷ୍ଠାନରେ ନିଟ ପାଇଁ କୋଚିଂ ନେଉଥିବା ଜଣେ ଝାଡଖଣ୍ଡର ଜଣେ ଛାତ୍ର ଅର୍ଣ୍ଣବ କ୍ରିଷ୍ଣାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା‌ । ଏପରିକି ରୁମରେ ଏକାକୀ ଥିବା ସମୟରେ ତିନିଦିନ ପରେ ହଷ୍ଟେଲରୁ ମୃତଦେହ ମିଳିଲା । ପୁଣି 14 ଦିନ ପରେ ଆଉ ଜଣେ ଛାତ୍ରଙ୍କ ମୃତ୍ୟୁକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଛି ।

ଔରସରୁ ନୁହେଁ ବୋଲି ମାରିଦେଲା ବାପା, ୫ ବର୍ଷ ପୁଅ ହତ୍ୟାକାଣ୍ଡରେ ସାବତ ବାପାକୁ ସଜ୍ଜା -

ମା'କୁ ମିଳିମିଶି ମାରିଦେଲେ ୨ ନରହନ୍ତା ପୁଅ

ମଦ ନେଲା ଜୀବନ, ସାଙ୍ଗକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସାଙ୍ଗ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.