ETV Bharat / state

ନିର୍ବାଚନ ପୂର୍ବରୁ ବିଜେଡ଼ି କର୍ମୀଙ୍କୁ ଅପହରଣ ଅଭିଯୋଗ - POLITICAL VIOLENCE IN BHATLI

author img

By ETV Bharat Odisha Team

Published : May 18, 2024, 10:18 PM IST

POLITICAL VIOLENCE IN BHATLI: ଭଟଲି ବିଧାନସଭା ଆସନର ନେଗିମୁଣ୍ଡା ଗାଁରେ ଦେଖା ଦେଇଛି ରାଜନୈତିକ ହିଂସା । ବନ୍ଧୁକ ଦେଖାଇ ବିଜେଡି କାର୍ଯ୍ୟଳୟକୁ କର୍ମୀଙ୍କୁ ଉଠାଇ ନେଇଥିବା ଅଭିଯୋଗ । ଘଟଣାରେ ସମ୍ପୃକ୍ତ ଥିବା 8 ଜଣଙ୍କ ମଧ୍ୟରୁ 3 ଜଣ ଅଟକ । ଅଧିକ ପଢନ୍ତୁ

ନିର୍ବାଚନ ପୂର୍ବରୁ ଭଟଲିରେ ହିଂସାକାଣ୍ଡ , ବିଜେଡ଼ି କର୍ମୀଙ୍କୁ ଅପହରଣ ଅଭିଯୋଗ
ନିର୍ବାଚନ ପୂର୍ବରୁ ଭଟଲିରେ ହିଂସାକାଣ୍ଡ , ବିଜେଡ଼ି କର୍ମୀଙ୍କୁ ଅପହରଣ ଅଭିଯୋଗ (ETV Bharat Odisha)

ବରଗଡ଼: ଭଟଲି ବିଧାନସଭା ଆସନରେ ବିଜେଡି-ବିଜେପି ମଧ୍ୟରେ କଡ଼ା ଫାଇଟ ଦେଖିବାକୁ ମିଳିଛି । ମତଦାନ ପାଇଁ ସମୟ ଯେତିକି ପାଖେଇ ଆସୁଛି ନିର୍ବାଚନୀ ହିଂସା ସେତିକି ବଢୁଥିବା ଦେଖିବାକୁ ମିଳିଛି । ବିଜେଡି କର୍ମୀଙ୍କୁ ବେଜେପି କର୍ମୀ ଅପହରଣ କରି ମାଡ ମାରିଥିବା ଅଭିଯୋଗ ହୋଇଛି । ବିଜେଡିର ପ୍ରାର୍ଥୀ ସୁଶାନ୍ତ ସିଂଙ୍କ ସମର୍ଥକଙ୍କୁ ଅପହରଣ କରି ନେଇଥିବା ପରି ଘଟଣା ଦେଖିବାକୁ ମିଳିଛି ସୋହେଲା ଥାନା ଅନ୍ତର୍ଗତ ନେଗିମୁଣ୍ଡା ଗ୍ରାମରେ । ବିଜେପି ଅପରାଧୀକ କାର୍ଯ୍ୟକଳାପ କରି ବିଜେଡି ସମର୍ଥିତ ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ଆକ୍ରମଣ ଓ ଅପହରଣ କରିଥିବା ଅଭିଯୋଗ କରିଛନ୍ତି ବିଜେଡି କର୍ମୀ ।

ସୂଚନା ଅନୁଯାୟୀ ଯେ,ଭଟଲି ସୋହେଲା ଥାନା ଅନ୍ତର୍ଗତ ନେଗିମୁଣ୍ଡା ଗ୍ରାମରେ ରହିଥିବା ବିଜେଡି କାର୍ଯ୍ୟାଳୟକୁ ଗତ ରାତିରେ ବିଜେପି ଦଳର କିଛି କର୍ମୀ ଦୁଇଟି ଗାଡିରେ ପହଞ୍ଚି ବନ୍ଧୁକ ଓ ଛୁରୀ ଦେଖାଇ ବିଜେଡି କର୍ମୀମାନଙ୍କୁ ଭୟଭୀତ କରିବା ସହିତ ସାନନ୍ଦ ସାହୁ ନାମକ ଜଣେ ବିଜେଡି କର୍ମୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଅପହରଣ କରି ନେଇଥିଲେ ଓ ନିସ୍ତୁକ ମାଡ ମାରିଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ଉପସ୍ଥିତ ବିଜେଡି କର୍ମୀ ସଙ୍ଗେ ସଙ୍ଗେ ସୋହେଲା ଥାନାରେ ଏତଲା ଦେବାପରେ ପୋଲିସର ଏକ ଟିମ ଗଠନ କରାଯାଇ ଅପହରଣକାରୀଙ୍କ ମୋବାଇଲ ଟ୍ରାକ କରି ଉଦ୍ଧାର କରିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ ...... କଂଗ୍ରେସ ସାସଂଦ ପ୍ରାର୍ଥୀ କହ୍ନୈୟା କୁମାରଙ୍କୁ ଆକ୍ରମଣ, ଫୁଲମାଳ ପିନ୍ଧାଇ ପିଟିଲେ ଦୁର୍ବୃତ୍ତ - Attack On Kanhaiya Kumar

ସାନନ୍ଦଙ୍କୁ ନେଗିମୁଣ୍ଡା ଗ୍ରାମରୁ ଅପହରଣ କରି ଛତିଶଗଡ ରାଜ୍ୟ ଦେଇ ପୁଣି ଅମ୍ବଭୋନା ଅଞ୍ଚଳକୁ ଆଣିଥିବା ମୋବାଇଲ ଟ୍ରାକିଙ୍ଗରୁ ପୋଲିସ ସୂଚନା ପାଇବା ପରେ ଅପହରଣକାରୀଙ୍କୁ ଠାବ କରିଥିଲା । ପୋଲିସ ଅପହରଣକାରୀଙ୍କୁ ଗିରଫ କରିବା ସହିତ ଅପହୃତ ସାନନ୍ଦଙ୍କୁ ଉଦ୍ଧାର କରିଥିଲା । ତେବେ ସାନନ୍ଦ ସାହୁଙ୍କ ଶରୀରରେ ଗଭୀର ଆଘାତ ଲାଗି ଥିବାବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ଏହି ଘଟଣାରେ 8 ଜଣଙ୍କ ମଧ୍ୟରୁ 3 ଜଣ ଅପହରଣକାରୀଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି ।

ତେବେ ଅପହୃତ ସାନନ୍ଦ ସାହୁ ପୂର୍ବରୁ ବିଜେପିରେ ଥିବାବେଳେ ପରବର୍ତ୍ତୀ ସମୟରେ ସେ ବିଜେଡିରେ ସାମିଲ ହୋଇ ଦଳ ପାଇଁ କାର୍ଯ୍ୟ କରୁଥିଲେ ଏବଂ ନେଗିମୁଣ୍ଡାରେ ସାନନ୍ଦଙ୍କ ପ୍ରୟାଶରେ ବିଜେଡି ଅଫିସ ଖୋଲାଯାଇଥିଲା । ନେଗିମୁଣ୍ଡା ଗ୍ରାମରେ ବିଜେପିର ଭଞ୍ଜ ପରିବାରଙ୍କ ଦବଦବା ରହି ଥିବାବେଳେ ବିଜେଡି ଦଳର କର୍ମୀଙ୍କୁ ଭୟଭୀତ କରାଇବାକୁ ବିଜେପି ଏପରି ହିଂସାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.