ETV Bharat / state

SCBରେ 3 ହଜାର ଦିଅ ରକ୍ତ ନିଅ ! ଗଠନ ହେଲା ତଦନ୍ତ କମିଟି - SCB Medical College

author img

By ETV Bharat Odisha Team

Published : Jun 29, 2024, 9:55 AM IST

SCB Medical College Cuttack: କଟକ ଏସସିବିରେ ବିକ୍ରି ହେଉଛି ରକ୍ତ । ରୋଗୀଙ୍କ ସମ୍ପର୍କୀୟଙ୍କୁ କର୍ମଚାରୀଙ୍କ ଦ୍ବାରା ମଗାଯାଉଛି ଟଙ୍କା । ଅଭିଯୋଗ ପରେ କର୍ତ୍ତୃପକ୍ଷ ଗଠନ କଲେ ତଦନ୍ତ କମିଟି । ଅଧିକ ପଢନ୍ତୁ

ଏସସିବିରେ ରକ୍ତ ବିକ୍ରି ଅଭିଯୋଗ, କମିଟି ଗଠନ କଲା ମେଡିକାଲ
ଏସସିବିରେ ରକ୍ତ ବିକ୍ରି ଅଭିଯୋଗ, କମିଟି ଗଠନ କଲା ମେଡିକାଲ (ETV Bharat Odisha)

କଟକ: ରାଜ୍ୟର ସର୍ବବୃହତ୍ତ ସରକାରୀ ହସ୍ପିଟାଲ ‘ଏସସିବି’ ମେଡ଼ିକାଲରେ ବିକ୍ରି ହେଉଛି ରକ୍ତ । ଟଙ୍କା ନଦେଲେ ରକ୍ତ ମିଳୁନି । ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟ ବ୍ଲଡ଼ବ୍ୟାଙ୍କ ଗଲେ ହଟହଟା ହେବାକୁ ବାଧ୍ୟ ହେଉଛନ୍ତି । ଏପରି କିଛି ଅଭିଯୋଗ ଏବେ ରାଜ୍ୟରେ ସ୍ବାସ୍ଥ୍ୟସେବା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଣେ ମହିଳାଙ୍କୁ ରକ୍ତ ପାଇଁ ହସ୍ପିଟାଲର କର୍ମଚାରୀ 3 ହଜାର ଟଙ୍କା ମାଗିଥିବା ଅଭିଯୋଗ ହେବା ପରେ ମେଡିକାଲ କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି । ଏକ କମିଟି ଗଠନ କରାଯାଇ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ‘ଏସସିବି’ କୁଳସଚିବ । ତଦନ୍ତ ରିପୋର୍ଟ ଆସିବା ପରେ ଅଭିଯୋଗର ସତ୍ୟତା ଜଣାପଡିବ ଓ ଯଦି ଏପରି ହୋଇଥାଏ, ତେବେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ହସ୍ପିଟାଲ କୁଳସଚିବ କହିଛନ୍ତି ।

‘ଏସସିବି’ରେ ରକ୍ତ ପାଇଁ ଟଙ୍କା ମାଗୁଛନ୍ତି କର୍ମଚାରୀ ! ଗଠନ କଲା ତଦନ୍ତ କମିଟି (ETV Bharat Odisha)

ଅଭିଯୋଗ ଅନୁସାରେ, ସମ୍ବଲପୁର ଚକଳିଆବାହାଳ ଅଞ୍ଚଳର ଦୁର୍ଯ୍ୟୋଧନ ଖାରସେଲଙ୍କ ଝିଅ ସୁନିତା ଖାରସେଲଙ୍କୁ ସମ୍ବଲପୁର ମେଡ଼ିକାଲରୁ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା । ସୁନିତାଙ୍କୁ ପ୍ରଥମେ ଆଶୁଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ହେମାଟୋଲୋଜି ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସୁନିତାଙ୍କୁ ଦୈନିକ ତିନୋଟି ଲେଖାଏଁ ରକ୍ତ ନେବା ଆବଶ୍ୟକତା ରହିଛି । ରକ୍ତ ପାଇଁ ‘ଏସସିବି’ ରକ୍ତଭଣ୍ଡାରକୁ ସୁନିତାଙ୍କ ବାପା ଯାଇଥିବାବେଳେ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ରକ୍ତଦାତା ଖୋଜି ଦେବେ କହି ୩ ହଜାର ଟଙ୍କା ମାଗିଥିଲେ । ବାଧ୍ୟ ହୋଇ ଦୁର୍ଯ୍ୟୋଧନ ଟଙ୍କା ମଧ୍ୟ ଦେଇଥିଲେ । ତେବେ ଘଟଣା ସମ୍ପର୍କରେ ସେ ବାହାରେ ପ୍ରକାଶ କରିବା ପରେ ‘ଏସସିବି’ର ସ୍ବାସ୍ଥ୍ୟସେବା ଏବେ ପ୍ରଶ୍ନଘେରକୁ ଟାଣି ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ :- କେନ୍ଦ୍ରୀୟ ନେତାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ - MOHAN MEETS UNION MINISTERS

ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଦିନ ହଜାର ହଜାର ରୋଗୀ କଟକ ଏସସିବି ଆସୁଛନ୍ତି । ତେବେ ଏସସିବି କ୍ଷେତ୍ରରେ ଏପରି ଅଭିଯୋଗ ଓ ଅବ୍ୟବସ୍ଥା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିବା ଓ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହୋଇଥିବାର ନଜିର ରହିଛି । ଗତ କିଛି ଦିନ ପୂର୍ବରୁ ମେଡିକାଲ ପରିସରରୁ ଜଣେ ରକ୍ତ ଦଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏହା ପଛରେ ରାକେଟ କାମ କରୁଥିବା ସନ୍ଦେହ କରାଯାଉଥିଲା । କିଛି ଦିନ ବ୍ୟବଧାନରେ ପୁଣି ଏକ ସମାନ ଅଭିଯୋଗ ଆସିବା ପରେ ତଦନ୍ତ ପାଇଁ ମେଡିକାଲ କର୍ତ୍ତୃପକ୍ଷ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.