ETV Bharat / state

ମହାପ୍ରଭୁଙ୍କୁ ବି ଛାଡୁନାହାନ୍ତି ଠକ, ପତିତପାବନ ବାନା ନାଁରେ ଚାଲିଛି ବିଜେପି ପତାକା ବିକ୍ରି - SRIMANDIR PATITAPABANA FLAG

author img

By ETV Bharat Odisha Team

Published : Mar 24, 2024, 2:22 PM IST

Online fraud in Patitapabana flag: ଭକ୍ତଙ୍କ ଭାବନା ସହ ସାଂଘାତିକ ଖେଳ । ଅନଲାଇନରେ ଶ୍ରୀମନ୍ଦିର ପତିତପାବନ ବାନା ମିଳୁଥିବା ଅଭିଯୋଗ । ଅର୍ଡର କରିବା ପରେ ପତିତପାବନ ବାନା ବଦଳରେ ଆସିଲା ରାଜନୈତିକ ଦଳର ପତାକା । ଅଧିକ ପଢନ୍ତୁ

Online fraud in Patitapabana flag
Online fraud in Patitapabana flag
Online fraud in Patitapabana flag

ପୁରୀ: ଭକ୍ତଙ୍କ ଭାବନା ସହ ସାଂଘାତିକ ଖେଳ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତିତପାବନ ବାନା ନାମରେ ଠକେଇ ଅଭିଯୋଗ । ଅନଲାଇନ ଆପରେ ମହାପ୍ରଭୁଙ୍କ ପତିତପାବନ ବାନା ବିକ୍ରି ହେଉଥିବା ନେଇ ଜାଣିବା ପରେ ଅର୍ଡର କରିବା ପରେ ସେଥିରୁ ରାଜନୈତିକ ଦଳର ପତାକା ବାହାରିଥିବା ଅଭିଯୋଗ ହୋଇଛି । ଏନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଉପଭୋକ୍ତା ।

ଅନଲାଇନରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପତିତପାବନ ବାନା ମଗାଇ ଠକେଇର ଶିକାର ହୋଇଥିବା ନେଇ ପୁରୀ ଜିଲ୍ଲା ବାସେଳି ସାହି ଅଞ୍ଚଳର ଭଗବାନ ମହାପାତ୍ର କହିଛନ୍ତି । ଭଗବାନ ମହାପାତ୍ରଙ୍କ କହିବା ମୁତାବକ, କିଛି ଦିନ ତଳେ ହ୍ୱାର୍ଟ୍ସଆପ (WhatsApp) ରେ ସେ ଦେଖିଥିଲେ ଅନଲାଇନ ସପିଙ୍ଗ ଆପ ଆମାଜନରେ ଶ୍ରୀମନ୍ଦିରର ପତିତପାବନ ବାନା ବିକ୍ରି ହେଉଛି । ଦିଲ୍ଲୀର ଏକ ସଂସ୍ଥା mcart shope ପତିତପାବନ ବାନା ଅମାଜନରେ ବିକ୍ରୀ କରୁଛି । ପରେ ସେ ଏନେଇ ଉକ୍ତ କମ୍ପାନୀ ସହ ମେସେଜ ଜରିଆରେ କଥା ହୋଇଥିଲେ । ମହାପ୍ରଭୁଙ୍କ ବାନା ବିକ୍ରି ପାଇଁ କିଏ ତାଙ୍କୁ ଅନୁମତି ଦେଇଛି ବୋଲି ପ୍ରଶ୍ନ କରିଥିଲେ । ହେଲେ କମ୍ପାନୀ କର୍ତ୍ତୃପକ୍ଷ ଏହି ପ୍ରଶ୍ନର ଉତ୍ତର ସଠିକ ଭାବରେ ଦେଇ ପାରିନଥିଲେ । କହିଥିଲେ ଆମେ ନିଜେ ବାନା ପ୍ରସ୍ତୁତ କରି ବିକ୍ରି କରୁଛୁ ।

ତେବେ ପ୍ରକୃତରେ ପତିତପାବନ ବାନା ବିକ୍ରି ହେଉଛି କି ନାହିଁ ତାହା ପରୀକ୍ଷା କରିବା ପାଇଁ ସେ ଅନଲାଇନ ଆପ ଆମାଜନରେ ପତିତପାବନ ବାନା ମଗାଇଥିଲେ । ହେଲେ ସେ ଯେତେବେଳେ ପ୍ୟାକେଟ ଖୋଲି ଦେଖିଥିଲେ ସେଥିରୁ ଏକ ବିଜେପିର ପତାକା ବାହାରିଥିବା ନେଇ କହିଛନ୍ତି ଅଭିଯୋଗକାରୀ ।

ଏହାମଧ୍ୟ ପଢନ୍ତୁ.. ଶ୍ରୀମନ୍ଦିର ଯିବାକୁ ତିଆରି ହେବ ଭୂତଳ ରାସ୍ତା; ନାପସନ୍ଦ କଲେ ସେବାୟତ - Servitors Oppose UNDERGROUND ROAD

ଏହି ଘଟଣାକୁ ଗୁରୁତର ସହ ନେଇ ଗଣମାଧ୍ୟମକୁ ନେଇ ଏନେଇ ଜଣାଇଛନ୍ତି ଭଗବାନ ମହାପାତ୍ର । ତେବେ ପତିତପାବନ ବାନା ଅନଲାଇନରେ ବିକ୍ରୀ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାହାରିକୁ ଆଜି ପର୍ଯ୍ୟନ୍ତ ଅନୁମତି ଦେଇନଥିବା ବେଳେ ମହାପ୍ରଭୁ ନାମରେ ଏଭଳି ଠକେଇକୁ ସେ ନିନ୍ଦା କରିଛନ୍ତି । ଭକ୍ତଙ୍କ ଭାବନା ସହ ଖେଳ ଖେଳି ପତିତପାବନ ବାନାକୁ ବ୍ୟବସାୟ କରିବା ପାଇଁ କିଛି କମ୍ପାନୀ କାରବାର ଆରମ୍ଭ କରିଥିବା ଭଗବାନ ମହାପାତ୍ର ଅଭିଯୋଗ କରିଛନ୍ତି । ତେବେ ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ଉକ୍ତ କମ୍ପାନୀ ନାଁରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି । ଆଉ ମଧ୍ୟ ଭଗବାନ ମହାପାତ୍ର ଏନେଇ ଉପଭୋକ୍ତା ଅଦାଲତରେ ମାମଲା ଦାୟର କରିବା ସହ ଥାନା ମଧ୍ୟ ଠକେଇ ଅଭିଯୋଗ କରିବେ ବୋଲି କହିଛନ୍ତି ।

ସେପଟେ ଏହି ଘଟଣା ଜଣାପଡିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପତିତପାବନ ବାନା ଲଗାଉଥିବା ଚୂନରା ସେବକ । ଭକ୍ତଙ୍କ ଭାବନା ସହ ଖେଳି ଅନଲାଇନ ନକଲି ବାନା ବିକ୍ରି ଏକ ଅପରାଧ । ଏହା ଉପରେ ସରକାର ଓ ପ୍ରଶାସନ କଡ଼ା ପଦକ୍ଷେପ ନେବା ଉଚିତ ବୋଲି କହିଛନ୍ତି ଚୂନରା ସେବକ । ଶ୍ରୀମନ୍ଦିର ପତିତପାବନ ବାନା କେବଳ ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ଶ୍ରୀମନ୍ଦିର ଚୂନରା ସେବକଙ୍କ ନିକଟରେ ଉପଲବ୍ଧ । ଭକ୍ତମାନେ ବିଭ୍ରାନ୍ତ ନ ହୋଇ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ଓ ଚୂନରା ସେବକଙ୍କ ନିକଟରୁ ପତିତପାବନ ବାନା ନେବା ଉଚିତ୍ ବୋଲି ଚୂନରା ସେବାୟତ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.