ETV Bharat / state

ଲକ୍ଷ ଲକ୍ଷ ଟଙ୍କା ଗାଏବ: ଚାଷୀଙ୍କ ଋଣ ଟଙ୍କା ଉଠାଇଛନ୍ତି ସମ୍ପାଦକ ! ଏତଲା ପରେ ଏମିତି କହିଲେ - Loan Amount Corruption - LOAN AMOUNT CORRUPTION

Loan Amount Corruption: ସରକାରୀ ସେବା ସମବାୟ ସମ୍ପାଦକଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଚାଷୀଙ୍କ ଅଜାଣତରେ ଲକ୍ଷ ଲକ୍ଷ ଟଙ୍କା ଆକାଉଣ୍ଟରୁ ଉଠିଛି । ଜାଣନ୍ତୁ ପୂରା ଖବର।

Loan Amount Corruption
Loan Amount Corruption (ETV Bharat Odisha)
author img

By ETV Bharat Odisha Team

Published : Aug 7, 2024, 11:04 PM IST

କେନ୍ଦ୍ରାପଡ଼ା: ସରକାରୀ ସେବା ସମବାୟ ସମ୍ପାଦକଙ୍କ ନାଁରେ ଅନିୟମିତତା ଅଭିଯୋଗ । ରାଜକନିକା ଥାନାରେ ପୃଥକ ପୃଥକ ୫ଟି ଲିଖିତ ଏତଲା ହୋଇଛି । କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି ।

Loan Amount Corruption (ETV Bharat Odisha)

ପୂର୍ବରୁ ଅଭିଯୋଗ ଆଣିଥିଲେ ପୂର୍ବତନ ବିଧାୟକ:

ଆଳି ଓ ରାଜକନିକା ବ୍ଲକର ବିଭିନ୍ନ ସେବା ସମବାୟ ସମିତିର କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଥିଲେ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥଶର୍ମା । ଅନ୍ୟପଟେ ରାଜକନିକା ବ୍ଲକରେ ଚାଷୀ ଶୋଷଣ ଦିନକୁ ଦିନ ବଢୁଥିବା ଅଭିଯୋଗ ହୋଇଛି । ମନମୁଖୀ ଭାବରେ ଋଣ ଟଙ୍କା ଉଠାଇବା ଭଳି ସଙ୍ଗୀନ ଅଭିଯୋଗ ଆସିବା ଏବଂ ଏଥିରେ ଖୋଦ ସମ୍ପାଦକଙ୍କ ସମ୍ପୃକ୍ତି ଅଭିଯୋଗ ଘଟଣାକୁ ଆହୁରି ସଙ୍ଗୀନ କରିଛି । ଅନ୍ୟପଟେ ଥାନାରେ ଗତ ୪ଦିନ ତଳେ ଏତଲା ହୋଇଥିବାବେଳେ ପୋଲିସ ମାମଲା ରୁଜ୍ଜୁ କରିନଥିବା ଅଭିଯୋଗ ହୋଇଛି ।

କ'ଣ ରହିଛି ପୂରା ଘଟଣା ?

ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ବରୁଣା ପ୍ରାଥମିକ କୃଷି ସମବାୟ ସମିତି ଅଧୀନ ପାତୁଳି ଗାଁର ଚାଷୀ ଧରଣୀଧର ନାୟକଙ୍କ ନାଁରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କରୁ ଋଣ ମଞ୍ଜୁର ହୋଇଥିଲା । ଚଳିତବର୍ଷ ମାର୍ଚ୍ଚ ୩୦ ତାରିଖରେ ୧ ଲକ୍ଷ ୫୯ ହଜାର ଟଙ୍କା କୃଷି ଋଣ ମଞ୍ଜୁର ହୋଇଥିଲା । ଜୁଲାଇ ମାସ ୧୭ ତାରିଖ ଦିନ ବ୍ୟାଙ୍କରୁ ସେଲ୍ଫ ଚେକ୍ ଆବେଦନ କରି ୧୦ଟି ଚେକ ପ୍ରାପ୍ତ କରିଥିଲେ ଧରଣୀ । ଏହାର ଠିକ ୮ଦିନ ପରେ ଅର୍ଥାତ ୨୫ ଜୁଲାଇରେ ତାଙ୍କ ଅଜାଣତରେ ଆକାଉଣ୍ଟରୁ ୧ ଲକ୍ଷ ୫୮ ହଜାର ଟଙ୍କା ଉଠି ଯାଇଥିଲା । ଯାହାକୁ ନେଇ ସେ କୃଷି ସମବାୟ ସମିତିର ସମ୍ପାଦକ ଅସିତ କୁମାର ବେହୁରା ଓ କଟକ ସେଣ୍ଟ୍ରାଲ କୋ ଅପରେଟିଭ ବ୍ୟାଙ୍କ ଶାଖା ପରିଚାଳକ ସଞ୍ଜୟ କୁମାର ମହାପାତ୍ରଙ୍କ ନାଁରେ ଅଭିଯୋଗ କରିଛନ୍ତି ।

ଏତଲାରେ କ'ଣ ଉଲ୍ଲେଖ ରହିଛି ?

ଏତଲା ମୁତାବକ, ପାତୁଳି ଗାଁର ଚାଷୀ ଧରଣୀଧର ନାୟକ (୬୯) ଚାଷ କାମ ଲାଗି ବରୁଣା ପ୍ରାଥମିକ କୃଷି ସମବାୟ ସମିତିରୁ ଋଣ ପାଇଁ ସବୁ କାଗଜପତ୍ର ଦେଇଥିଲେ । କାଗଜପତ୍ର ଠିକ ଥିବାରୁ କୃଷି ସମବାୟ ସମିତି ଓ ବ୍ୟାଙ୍କ ପକ୍ଷରୁ ୩୦ମାର୍ଚ୍ଚ ୨୦୨୪ରେ ଋଣ ଆସିଥିଲା । ଧରଣୀଧର ନାୟକଙ୍କ ଆକାଉଣ୍ଟ ନମ୍ବର କୁ ୧ ଲକ୍ଷ ୫୯ ହଜାର ଟଙ୍କା ଋଣ ଆସିଥିଲା । ଏହାପରେ ସେ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ। ହେଲେ "ବ୍ୟାଙ୍କ ଶାଖା ପରିଚାଳକ କହିଥିଲେ ଚେକ୍ ବହି ଦ୍ୱାରା ଟଙ୍କା ଉଠା ଯାଇପାରିବ । ୧୭ ଜୁଲାଇ ୨୦୨୪ରେ ଚେକ୍ ବହି ପାଇଥିଲି । ଜୁଲାଇ ୨୫ ତାରିଖରେ ବ୍ୟାଙ୍କକୁ ଟଙ୍କା ଉଠାଇବା ଲାଗି ଯାଇଥିଲି । ହେଲେ ବ୍ୟାଙ୍କ ଶାଖା ପରିଚାଳକ ଟଙ୍କା ଉଠାଇ ଦେଇନଥିଲେ" ବୋଲି କହିଛନ୍ତି ଚାଷୀ ଧରଣୀଧର। ଚାଷ କାମ ଆରମ୍ଭ ହୋଇଥିବାରୁ ମଜୁରିଆଙ୍କୁ ଟଙ୍କା ଦେବା ଲାଗି ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ ବି ଲାଭ ମଳିନଥିବା ସେ କହିଛନ୍ତି । ଏହାପରେ ୨୫ ଜୁଲାଇରେ ତାଙ୍କ ବ୍ୟାଙ୍କ ଖାତାରୁ ୧ ଲକ୍ଷ ୫୮ ହଜାର ଟଙ୍କା ଦିନ ଟଙ୍କା ଉଠି ଯାଇଥିବା ନେଇ ସେ ପରେ ଜାଣିବାକୁ ପାଇଲେ। ଯାହା ଜାଣିବା ପରେ ତାଙ୍କ ମୁଣ୍ଡରେ ଚଡକ ପଡିଥିଲା ।

କିଏ ଉଠାଇଲା ଟଙ୍କା ?

ଶାଖା ପରିଚାଳକଙ୍କୁ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିବା କହିଛନ୍ତି ଧରଣୀଧର । ଏନେଇ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନନେବାରୁ କେନ୍ଦ୍ରାପଡା ଆରକ୍ଷୀ ଅଧୀକ୍ଷକଙ୍କୁ ସେ ଫେରାଦ ହୋଇଛନ୍ତି । ଏ ସମ୍ପର୍କରେ ବ୍ୟାଙ୍କ ଶାଖା ପରିଚାଳକ ସଞ୍ଜୟ କୁମାର ମହାପାତ୍ର କହିଛନ୍ତି, "ଧରଣୀଧରଙ୍କ ଚେକ ଓ ତାଙ୍କ ଦସ୍ତଖତରେ ଟଙ୍କା ଉଠାଯାଇଛି ଏବଂ ଚାଷୀଙ୍କୁ ଟଙ୍କା ଉଠାଇବା ପାଇଁ ମୁଁ ମନା କରି ନାହିଁ।" ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇନଥିବାରୁ ଏହା ବିରୋଧରେ ଏସପି, କେନ୍ଦ୍ରାପଡାଙ୍କ ନିକଟରେ ଧରଣୀଧର ଫେରାଦ ହୋଇଛନ୍ତି ।

ପୂର୍ବରୁ ବି ରହିଛି ଅନେକ ଅଭିଯୋଗ:

ରାଜକନିକା ଥାନା ଅଧୀନ ସାତଘରିଆ ଗାଁର ଚାଷୀ ମହେଶ୍ବର ପରିଡା ଏବଂ ଇଚ୍ଛାପୁର ଗାଁର କୃଷ୍ଣଚନ୍ଦ୍ର ପୃଷ୍ଟି ପୂର୍ବରୁ ଅଭିଯୋଗ ଆଣିଥିଲେ। ସମବାୟ ସମିତିର ସମ୍ପାଦକ ଅସିତ କୁମାର ବେହୁରିଆ ସେମାନଙ୍କ ନାଁରେ ଥିବା ସମବାୟ ସମିତି ଆକାଉଣ୍ଟରୁ ଚାଷ କ୍ଷୟକ୍ଷତି ଜନିତ ସହାୟତା ରାଶି ଓ ଋଣ ଟଙ୍କା ହଡପ କରିଥିବା ନେଇ ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି । ସେହିପରି ଶିବାନନ୍ଦ ବେହେରା ନାମକ ଜଣେ ବ୍ୟକ୍ତି ଅସିତ ବେହୁରିଆଙ୍କ ନାଁରେ ଅଭିଯୋଗ ଆଣିଥିଲେ। ତାଙ୍କ ନାଁରେ ଥିବା ବ୍ୟାଙ୍କ ଆକାଉଣ୍ଟରୁ ୨୮ହଜାର ଟଙ୍କା ଉଠାଇ ନେଇଥିବା ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଛଦେଶ ଗାଁର ଭାଗିରଥି ବିଶ୍ୱାଳ ଏକ ଏତଲାରେ ଅସିତ ବେହୁରିଆ ୧ଲକ୍ଷ ୧୯ହଜାର ୬୪୦ ଟଙ୍କା ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଉଠାଇ ନେଇଥିବା ଓ ଟଙ୍କା ମାଗିବା ବେଳକୁ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ନେଇ ରାଜକନିକା ଥାନାରେ ଅଭିଯୋଗ କରିଛନ୍ତି।

ଏହା ବି ପଢନ୍ତୁ...କଟକ ସମବାୟ ବ୍ୟାଙ୍କରେ ଦୁର୍ନୀତି ! ଖରିଫ ବିମାରେ ଜଣେ ବ୍ୟକ୍ତିଙ୍କୁ ମିଳିଛି 6 ଥର ଅର୍ଥ - Kharif Insurance

"ଧରଣୀଧର ଓ ମୋର ପାରିବାରିକ ସମ୍ପର୍କ ଭଲ। ସେଥିପାଇଁ 1 ଲକ୍ଷ 69 ହଜାର ଋଣ ଯାହା ସେ ପୂର୍ବରୁ ନେଇଥିଲେ ସେଥିରୁ 1 ଲକ୍ଷ 20 ହଜାର ଟଙ୍କାକୁ ସେ ନିଜେ ପରିଶୋଧ କରିଥିଲି। ଏବେ ସେ ବିଶ୍ବାସଘାତକତା କରିଛନ୍ତି" ବୋଲି ଫୋନ ଯୋଗେ ଏସମ୍ପର୍କରେ କହିଛନ୍ତି ଅସିତ ବେହୁରିଆ ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.