ETV Bharat / state

ବ୍ୟାପିଲାଣି ହଇଜା, ଝାଡ଼ାବାନ୍ତିରେ ଦୁଇ ଶ୍ରମିକଙ୍କ ମୃତ୍ୟୁ - two labourers death in diarrhea

author img

By ETV Bharat Odisha Team

Published : Aug 2, 2024, 7:13 PM IST

TWO LABOURERS DEATH IN DIARRHEA: କେନ୍ଦ୍ରାପଡା ରାଜନଗର ବ୍ଲକରେ ମୟୂରଭଞ୍ଜରୁ ଆସିଥିବା ଦୁଇ ଶ୍ରମିକଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

TWO LABOURERS DEATH IN DIARRHEA
TWO LABOURERS DEATH IN DIARRHEA (ETV Bharat Odisha)

କେନ୍ଦ୍ରାପଡା: ବ୍ୟାପିଲାଣି ମହାମାରୀ ହଇଜା ! ଗୋଟିଏ ଦିନରେ ଝାଡ଼ାବାନ୍ତିରେ ଚାଲିଗଲା ଦୁଇ ଜଣଙ୍କର ଜୀବନ । ପେଟ ପୋଷିବା ଆଶାରେ ଆସି ଶେଷକୁ ଚାଲିଯାଇଛି ଦୁଇ ଜୀବନ । ଝାଡାବାନ୍ତିରେ ଚାଲିଗଲା ମୟୂରଭଞ୍ଜ ଜିଲ୍ଲାର ୨ ଶ୍ରମିକଙ୍କ ଜୀବନ । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୋଠାଘର କାମ, ରାସ୍ତା କାମ, ମାଛଚାଷ ଏବଂ କୁକୁଡ଼ାଚାଷ ଭଳି ବିଭିନ୍ନ କାର୍ଯ୍ୟ ପାଇଁ ଅନ୍ୟଜିଲ୍ଲାରୁ ଯୁବକ-ଯୁବତୀ ମାନେ ଆସି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ହେଲେ ଏଭଳି ଆସିଥିବା ଦୁଇ ଜଣ ଶ୍ରମିକଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଉପାନ୍ତରେ କରାଳ ରୂପ ନେଉଛି ହଇଜା:

କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକର ଉପାନ୍ତ ଅଞ୍ଚଳ ରଙ୍ଗଣୀ, ତାଳଚୁଆ, ଗୁପ୍ତି, ଡାଙ୍ଗମାଳ ଭଳି ଅଞ୍ଚଳରେ ଚାଷ କାମ ସହ ଚିଙ୍ଗୁଡ଼ି ଘେରି ଜଗିବା କାର୍ଯ୍ୟ କରୁଛନ୍ତି ଶ୍ରମିକ ମାନେ । ଏହି ପରିପ୍ରେକ୍ଷୀରେ ମୟୁରଭଞ୍ଜ ବାଉଁଶବିଲର ବାହାଦୁରପୁର ଗ୍ରାମରୁ ଆସିଥିବା ବଂଶୀଧର କାଳନ୍ଦୀ(୫୦) ଓ ପତ୍ନୀ ସରୋଜିନୀ କାଳନ୍ଦୀ (୪୫) ଗତ ଗୁରୁବାର ମଧ୍ୟାହ୍ନ ସମୟରେ ଉଭୟ ଝାଡାବାନ୍ତିର ଶିକାର ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ । ଉଭୟ ଆକ୍ରାନ୍ତ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ସମୟରେ ରାସ୍ତାରେ ସ୍ତ୍ରୀ ସରୋଜିନୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ସେହିପରି ମୟୂରଭଞ୍ଜ ବେତନଟି ବ୍ଲକ କେନ୍ଦୁଛାଟିଆ ଗ୍ରାମର ଅଜିତ ଦେହୁରୀ(୫୦) ମଧ୍ୟ ରାଜନଗର ବ୍ଲକର ବେଲପାଳ ଗ୍ରାମରେ କାମ କରୁଥିଲେ । ତାଙ୍କର ମଧ୍ୟ ଝାଡାବାନ୍ତି ହେବାରୁ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣୁଥିବା ବାଟରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଏହି ଦୁଇଟିର ଘଟଣା କାରଣ ଜଣା ପଡିନଥିବା ବେଳେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୂଚନା ମିଳିଛି । ଅନ୍ୟପଟେ ମେଡିକାଲ ଟିମ ଦୁଇଟି ଗାଁକୁ ଯାଇ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ ...ଆତଙ୍କ ଖେଳାଇଛି ଡାଇରିଆ, ପାରଦ୍ବୀପ ଓ କୋକସରାରେ ଝାଡ଼ାବାନ୍ତି ଆକ୍ରାନ୍ତରେ ବଢ଼ୁଛି ମୃତ୍ୟୁ ସଂଖ୍ୟା - DIARRHEA DISEASE

ଝାଡ଼ାବାନ୍ତିରେ ଗଲା ଦୁଇ ଶ୍ରମିକଙ୍କ ଜୀବନ:

ମୃତ ଅଜିତ ଦେହୁରୀଙ୍କ ସମ୍ପର୍କୀୟ ସରୋଜଙ୍କ କହିବା ଅନୁଯାୟୀ,"ଅଜିତଙ୍କ ବେକ ଯନ୍ତ୍ରଣା ହେଉଥିଲା । ଏହାସହ ପେଟ ଯନ୍ତ୍ରଣା ଏବଂ ଝାଡା ହେବା ପରେ ତାଙ୍କୁ ମାଲିକଙ୍କ ଘରେ ବିଶ୍ରାମ ପାଇଁ କୁହାଯାଇଥିଲା । ତେବେ ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ଅଜିତଙ୍କୁ ମେଡିକାଲ ଅଣା ଯାଇଥିଲା । ହେଲେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।"ଏହାସହ ମୃତଦେହକୁ ମୟୂରଭଞ୍ଜ ଫେରାଇ ନେବା ପାଇଁ ପ୍ରଶାସନକୁ ନିବେଦନ କରିଛନ୍ତି ।ସେହିପରି ମୃତକ ସରୋଜିନୀ କାଳନ୍ଦୀଙ୍କ ଝିଅ ସବିତା କାଳନ୍ଦୀ କହିବା ଅନୁଯାୟୀ, "ବାପା ବୋଉ କାମ କରୁଥିବା ସ୍ଥାନର ମାଲିକ ତାଙ୍କ ବଡ଼ ଭଉଣୀଙ୍କୁ ଫୋନ ଯୋଗେ ସେମାନେ ଅସୁସ୍ଥ ଥିବା ସମ୍ପର୍କରେ ଜଣାଇଥିଲେ । ପରେ ଭଉଣୀଙ୍କ ଫୋନ ପାଇ ମେଡ଼ିକାଲ ଆସି ଦେଖିଲା ବେଳେ ବାପା ଅସୁସ୍ଥ ହୋଇ ପଡିଛନ୍ତି ଏବଂ ମାଆ ଆଖି ବୁଜିଛନ୍ତି ।"

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.