ETV Bharat / state

ହୋଟେଲ କର୍ମଚାରୀଙ୍କୁ ପୋଲିସର ମାଡ଼ ! ଏସପିଙ୍କ ଦ୍ବାରସ୍ଥ ମାଲିକ - police assault to hotel staff

author img

By ETV Bharat Odisha Team

Published : Apr 21, 2024, 9:21 PM IST

POLICE ASSAULT TO HOTEL STAFF: ପୋଲିସ ମାଡରେ ଲହୁଲୁହାଣ ହେଲେ ହୋଟେଲ କର୍ମଚାରୀ । ଖଜୁରୀପଡ଼ା ଥାନା ଅଧିକାରୀଙ୍କ ବିରୋଧରେ କନ୍ଧମାଳ ଏସପିଙ୍କ ଦ୍ବାରସ୍ଥ ହେଲେ ହୋଟେଲ ମାଲିକ ସୁବ୍ରତ । ଅଧିକ ପଢନ୍ତୁ

ହୋଟେଲ କର୍ମଚାରୀଙ୍କୁ ପୋଲିସର ମାଡ଼, ଏସପିଙ୍କ ଦ୍ବାରସ୍ଥ ମାଲିକ !

ଫୁଲବାଣୀ: ସୁରକ୍ଷା ଦେବା ବଦଳରେ ମାରପିଟ କଲା ପୋଲିସ । ପୋଲିସ ମାଡରେ ଲହୁଲୁହାଣ ହେଲେ ହୋଟେଲ କର୍ମଚାରୀ ।ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଅଞ୍ଚଳରୁ । ଗତକାଲି ଖଜୁରୀପଡ଼ା ଅଞ୍ଚଳରେ ଗୋଟିଏ ହୋଟେଲ ବିଳମ୍ବିତ ରାତି ଯାଏ ଖୋଲାଥିବାରୁ ଖଜୁରୀପଡ଼ା ଥାନା ଅଧିକାରୀ ଉକ୍ତ ହୋଟେଲରେ ଚଢାଉ କରିଥିଲେ ।

ଏହି ସମୟରେ ହୋଟେଲରୁ କିଛି ନ ମିିଳିବାରୁ ବଟି ମାଗିିଥିବା ଅଭିଯୋଗ ହୋଇଛି । ତେବେ ହୋଟେଲ ମାଲିକ ବଟି ଦେବାକୁ ବାରଣ କରିବାରୁ ତାଙ୍କୁ ଏବଂ ହୋଟେଲରେ କାର୍ଯ୍ୟରତ କର୍ମଚାରୀଙ୍କୁ ପୋଲିସ ମାରପିଟ କରିଥିବା ଅଭିଯୋଗ ହୋଇଛି । ତେବେ ଆଜି(ରବିବାର)ଦିନ ଉକ୍ତ ହୋଟେଲ ମାଲିକ ଖଜୁରୀପଡ଼ା ଥାନା ଅଧିକାରୀଙ୍କ ବିରୋଧରେ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି ।

ସୂଚନାଯୋଗ୍ୟ, ଖଜୁରୀପଡ଼ା ଥାନା ନିକଟସ୍ଥ ମୁଖ୍ୟ ରାସ୍ତାରେ ଥିବା ଏକ ହୋଟେଲରେ କିଛି ପୋଲିସ କର୍ମଚାରୀ ପହଞ୍ଚି ହୋଟେଲ କର୍ମଚାରୀ ଓ ମାଲିକ ସୁବ୍ରତ ସାହୁଙ୍କୁ ନିସ୍ତୁକ ମାଡ ମାରିଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଟେଲ ଖୋଲାଥିବାରୁ ପୋଲିସ ହୋଟେଲରେ ପହଞ୍ଚିଥିଲା । ତେବେ ହୋଟେଲ କର୍ମଚାରୀମାନେ ଖାଉଥିବାରୁ ହୋଟେଲ ବନ୍ଦ ହେବାରେ ବିଳମ୍ବ ହେବା ନେଇ ମାଲିକ ସୁବ୍ରତ ପୋଲିସକୁ କହିଥିଲେ । ହେଲେ ପୋଲିସ କିନ୍ତୁ ସୁବ୍ରତଙ୍କ କଥା ଶୁଣି ନଥିଲା ।

ଏହା ମଧ୍ୟ ପଢନ୍ତୁ ....ନିର୍ବାଚନ ପାଇଁ ମାଲକାନଗିରିରେ କଡା ସୁରକ୍ଷା ବ୍ୟବସ୍ଥା, ଫ୍ଲାଗ ମାର୍ଚ୍ଚ କଲା ପୋଲିସ - Police Flag March

ଏହା ମଧ୍ୟ ପଢନ୍ତୁ ....ନିର୍ବାଚନ ପାଇଁ ବଲାଙ୍ଗୀରରେ କଡା ସୁରକ୍ଷା ବ୍ୟବସ୍ଥା, ନିୟମିତ ଚାଲିଛି ଚେକିଂ - Election Preparation

ଉଭୟଙ୍କ ମଧ୍ୟରେ ତର୍କ ବିତର୍କ ହେବାରୁ ପୋଲିସ ଉତ୍ୟକ୍ତ ହୋଇ ସେମାନଙ୍କୁ ମାଡ଼ ମରାଯାଇଥିବା ନେଇ ହୋଟେଲ ମାଲିକ ସୁବ୍ରତ କନ୍ଧମାଳ ଏସପିଙ୍କ ନିକଟରେ ଅଭିଯୋଗ କରିବା ସହ ଥାନା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ତେବେ ଏନେଇ ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ବର୍ତ୍ତମାନ ନିର୍ବାଚନ ସମୟ ଏ ସମୟରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଟେଲ ଖୋଲା ଥିବାରୁ ହୋଟେଲ ବନ୍ଦ କରିବା ପାଇଁ କୁହାଯାଇଥିଲା । ହେଲେ ଏହାକୁ ହୋଟେଲ ମାଲିକ ଶୁଣି ନଥିଲେ । ଓଲଟି ହୋଟେଲ ମାଲିକ ପୋଲିସ କର୍ମଚାରୀକୁ ଦୁର୍ବ୍ୟବବହାର କରିବା ସହ ଜଣେ କର୍ମଚାରୀକୁ ଧକ୍କା ମଧ୍ୟ ମାରିଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.