ETV Bharat / state

ରାଜ୍ୟରେ ଷ୍ଟ୍ରିଟ ଲାଇଟ ଲଗାଇବାରେ ବଡ ଧରଣର ଦୁର୍ନୀତି, ଚଳୁ କରୁନେଲେ ୪୫୦ କୋଟି ! - Street Light Scam

author img

By ETV Bharat Odisha Team

Published : Jul 3, 2024, 8:14 PM IST

Corruption In installation Street Light: ଷ୍ଟ୍ରିଟ ଲାଇଟ ଲଗାଇବାରେ ଟଙ୍କା ହଡପ । ରାଜ୍ୟରେ ମୋଟ ଦୁର୍ନୀତିର ପରିମାଣ ହେଉଛି ୪୫୦ କୋଟ ଟଙ୍କା । ଅଧିକ ପଢ଼ନ୍ତୁ

installation Of Street Light
installation Of Street Light (ETV Bharat Odisha)

କେନ୍ଦୁଝର: ସରକାର ସାଧାରଣ ଲୋକଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ଏହି ଟଙ୍କା ବ୍ୟୟ ବରାଦ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ମଧ୍ୟ ଚାଲୁଅଛି । କିନ୍ତୁ ଏହି ଟଙ୍କାର ସଠିକ ବିନିଯୋଗ ହେଉ ନଥିବା ନେଇ ବହୁବାର ଅଭିଯୋଗ ହେଉଛି । ଏବେ କେନ୍ଦୁଝର ଜିଲ୍ଲାର ଗାଁ ଗୁଡ଼ିକରେ ଲାଗିଥିବା ଷ୍ଟ୍ରିଟ ଲାଇଟ ଲଗାଇବାରେ ଟଙ୍କା ହଡପ ହୋଇଥିବା ନେଇ ଅଭିଯୋଗ ହୋଇଛି ।

ରାଜ୍ୟ ସରକାରଙ୍କ ଦ୍ଵାରା ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ପ୍ରତି ପଞ୍ଚାୟତରେ ଷ୍ଟ୍ରିଟ ଲାଇଟ ଲାଗିବା ପାଇଁ ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିସରେ ଯୋଜନା ହୋଇଥିଲା । ଏହି ଯୋଜନାରେ ରାଜ୍ୟର ପ୍ରତି ପଞ୍ଚାୟତରେ ପ୍ରତି ବର୍ଷ ୧୦ଟି ଷ୍ଟ୍ରିଟ ଲାଇଟ (୮୦ୱାଟ) ଲାଗିବା ପାଇଁ ଟେଣ୍ଡର ଆହ୍ବାନ ହୋଇଥିଲା । ଟେଣ୍ଡର ବି ହେଲା ପ୍ରତି ପଞ୍ଚାୟତରେ ଲାଇଟ ବି ଲାଗିଲା । କିନ୍ତୁ ଏହି ଲାଇଟ ଲାଗିବାର ମାତ୍ର କିଛି ମାସ ମଧ୍ୟରେ ଲାଇଟ ଗୁଡ଼ିକ ଖରାପ ହୋଇ ଖୁଣ୍ଟ ଗୁଡିକରେ ଝୁଲି ରହିଛି । ଏନେଇ ଗ୍ରାମବାସୀ ବିଜୁଳି ବିଭାଗ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଏହା ତାଙ୍କର ଲାଇଟ ନାହିଁ କହି ଫେରାଇ ଦେଇଛନ୍ତି । ପଞ୍ଚାୟତ ଗୁଡିକରେ ରାସ୍ତା କଡ଼ରେ ଲାଇଟ ଲାଗିଛି କିନ୍ତୁ ଏହି ଲାଇଟ ଗୁଡ଼ିକ ବନ୍ଦ ରହିଛି । ଲୋକେ ନିଜ ଖର୍ଚ୍ଚରେ ଲାଇଟ ଗୁଡ଼ିକ ମରାମତି କରି ଥିବା ପ୍ରକାଶ କରିଛନ୍ତି । କିନ୍ତୁ ଏହି ଲାଇଟ ଗୁଡ଼ିକ ବିଲ ପଞ୍ଚାୟତ ପ୍ରତି ମାସ ଦେଉଥିବା ସରପଞ୍ଚ କହିଛନ୍ତି । ପଞ୍ଚାୟତ ଟଙ୍କା ଅଯଥା ବ୍ୟୟ ହେଉଥିବା କ୍ଷୋଭ ପ୍ରକାଶ କରିଛନ୍ତି ପଞ୍ଚାୟତ ।

ସୂଚନା ଅଧିକାର କର୍ମୀ ହିମାଂଶୁ ନାୟକ ସୂଚନା ଅଧିକାର ଆଇନ ଜରିଆରେ ଏହି ଷ୍ଟ୍ରିଟ ଲାଇଟ ଲଗାଇବା ଖର୍ଚ୍ଚରେ ହୋଇଥିବା ଘୋଟଲାକୁ ପର୍ଦ୍ଦାଫାସ କରିଛନ୍ତି । ଏନେଇ ବିଭିନ୍ନ କାଗଜପତ୍ର ସହ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ହିମାଂଶୁ ନାୟକ । ଏହି ଟେଣ୍ଡର ପ୍ରକିୟାରେ ବ୍ୟାପକ ଅନିୟମିତତା ହୋଇଥିବା ବେଳେ ଷ୍ଟ୍ରିଟ ଲାଇଟରେ ଅତ୍ୟାବଶ୍ୟକ ଯନ୍ତ୍ରାଂଶ ଲାଗି ନଥିବା ଅଭିଯୋଗ କରିଛନ୍ତି ହିଂମାଶୁ । ଏହା ସହ ବିଜୁଳି ବିଲ ପାଇଁ ଏନର୍ଜି ମିଟର ଲାଗି ନଥିବା ବେଳେ ଏହାର ମରାମତି ନକରି ଅର୍ଥ ଚଳୁ ହୋଇଥିବା ଅଭିଯୋଗ କରିଛନ୍ତି ହିଂମାଶୁ ନାୟକ ।

ହିଂମାଶୁ ନାୟକ କରିଛନ୍ତି ଯେ, ସାଧାରଣତଃ ଏନର୍ଜି ମିଟର ଥିଲେ ମିଟର ରିଡିଂ ଅନୁସାରେ ବିଲ୍‌ ଆସିଥାଏ । ମାତ୍ର ଯେଉଁଠି ମିଟର ନ ଥାଏ ସେଠାରେ ବିଦ୍ୟୁତ୍‌ ବିଭାଗ ଲୋଡ ଫ୍ୟାକ୍ଟର ନିୟମରେ ବିଲ କରେ । ଅର୍ଥାତ ଷ୍ଟିଟ୍‌ ଲାଇଟ୍‌ ସାଧାରଣତଃ ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଚାଲିବାକୁ ବ୍ୟବସ୍ଥା ଥିବାରୁ ଲୋଡ ଫ୍ୟାକ୍ଟର ନିୟମରେ ଏହି ଷ୍ଟ୍ରିଟ୍‌ ଲାଇଟ୍‌ର ବିଲ୍‌ ୧୨ ଘଣ୍ଟା ହିସାବରେ ହେଉଛି । ଏମିତିକି କେନ୍ଦୁଝର ଭଳି ହାତୀ ପ୍ରବଣ ଜିଲ୍ଲାରେ ଚମ୍ପୁଆ, ସଦର, ବାଂଶପାଳ, ତେଲକୋଇ, ପାଟଣା, ସାହରପଡା, ଘଟଗାଁ, ହରିଚନ୍ଦନପୁର ଭଳି ବ୍ଲକରେ ଫସଲ ଅମଳ ସମୟରେ ହାତୀ ପାଇଁ ରାତି ୮ଟାରୁ ସକାଳ ୬ ପର୍ଯ୍ୟନ୍ତ ପ୍ରାୟତଃ ବିଜୁଳି କଟାଯାଇଥାଏ । ଯଦି ଏନର୍ଜି ମିଟ୍‌ର ଥାନ୍ତା, ତେବେ ଏହି ବିଜୁଳି କଟିବା ସମୟର ବିଲ୍‌ ଆସି ନ ଥଥାନ୍ତା କି ଏହି ବିଏଲ୍‌ର ବୋଝ ପଞ୍ଚାୟତ ଉପରେ ପଡି ନ ଥାନ୍ତା ।

ହିଂମାଶୁ ନାୟକ ଦେଇଥିବା ତଥ୍ୟ ଅନୁସାରେ, ଜିନ୍ଦଲର ଷ୍ଟ୍ରିଟ୍‌ ଲାଇଟ୍‌ ପାଇଁ ୨ କିଲୋ ୱାଟ୍‌ର ବିଜୁଳି ବିଲ୍‌ ୨୬୦୧ ଟଙ୍କା ରହିଛି । ଏନର୍ଜି ମିଟ୍‌ର ଥିବାରୁ ବିଲ୍‌ ପରିମାଣ ୨୬୦୧ ଟଙ୍କାରେ ଅଛି । କିନ୍ତୁ ଏଠାରେ ରାଇସୁଆଁ ପଞ୍ଚାୟତରେ ଲାଗିଥିବା ଷ୍ଟ୍ରିଟ୍‌ ଲାଇଟ୍‌ ପାଇଁ ଏନର୍ଜି ମିଟ୍‌ର ନ ଥିବାରୁ ୨ କିଲୋୱାଟ୍‌ ବିଜୁଳି ବ୍ୟବହାର ପାଇଁ ୪୬୪୭ ଟଙ୍କା ୮୦ ପଇସା ବିଲ୍‌ ଦିଆଯାଉଛି । ଅର୍ଥାତ ଗୋଟିଏ ମାସରେ ପ୍ରତି ପଞ୍ଚାୟତ ପାଖାପାଖି ୨ ହଜାର ଟଙ୍କାର କ୍ଷତି ସହୁଛି । ଯଦି ମାସକୁ ୨ ହଜାର ଟଙ୍କାର କ୍ଷତି ବର୍ଷକୁ ୨୪ ହଜାର ଟଙ୍କା ଏବଂ ୧୦ ବର୍ଷରେ ଏହା ୨ ଲକ୍ଷ ୪୦ ହଜାର ଟଙ୍କାର କ୍ଷତି ସହିଛି ରାଇସୁଆଁ ପଞ୍ଚାୟତ । ଯଦି ସମଗ୍ର ରାଜ୍ୟର ହିସାବକୁ ନିଆଯାଏ ତେବେ ସମସ୍ତ ୬୭୯୪ ପଞ୍ଚାୟତରେ ମୋଟ ୧୬୩ କୋଟି ୫ ଲକ୍ଷ ୬୦ ହଜାର ଟଙ୍କାର ଦୁର୍ନୀତି ହୋଇଛି । ଯଦି ଏନର୍ଜି ମିଟର ଥାନ୍ତା ତେବେ ଏହି ଦୁର୍ନୀତ ହୋଇ ନ ଥାନ୍ତା ବୋଲି ହିଂମାଶୁ ନାୟକ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...'ଲକ୍ଷ୍ମୀ ବସ' ପରେ 'ମୋ ବସ' ପାଳି; ବଦଳିପାରେ ନାଁ, ଇସାରା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର - Mo Bus Name May Be Changed

ଏହାସହ ଏହି ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥାରେ ଯନ୍ତ୍ରାଂଶ ନ ଲଗାଇ ପ୍ରାୟ ୨୬୬ କୋଟି ୫୩ ଲକ୍ଷ, ମରାମତି ନ କରି ୧୯ କୋଟି ୫୧ ଲକ୍ଷ ୨୩ ହଜାର ୬୮୦ ଟଙ୍କା ଏବଂ ଏନର୍ଜି ମିଟର ନ ଲଗାଇବା କାରଣ ଅଧିକ ବିଲ୍‌ ବାବଦରେ ୧୬୩ କୋଟି ୫ ଲକ୍ଷ ୬୦ ହଜାର ଟଙ୍କାର ଦୁର୍ନୀତି ହୋଇଛି । ଅର୍ଥାତ ଏହି ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥାରେ ରାଜ୍ୟରେ ମୋଟ ଦୁର୍ନୀତିର ପରିମାଣ ହେଉଛି ୪୫୦ କୋଟ ଟଙ୍କା ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ହିଂମାଶୁ ନାୟକ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.