ETV Bharat / state

ମେସିନ କିଣାରେ ଜାଲିଆତି ଅଭିଯୋଗ ଆଣିଲେ ମହିଳା ଗୋଷ୍ଠୀ - SHG group

Nimapara SHG group: ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ ଶକ୍ତି ରୂପା ମହିଳା ସଂଗଠନର ମହିଳା ଗୋଷ୍ଠୀ ମେସିନ କିଣାରେ ଜାଲିଆତି ହୋଇଥିବା ଆଣିଛନ୍ତି ଅଭିଯୋଗ । ଅଧିକ ପଢନ୍ତୁ

Nimapara SHG group
Nimapara SHG group
author img

By ETV Bharat Odisha Team

Published : Mar 20, 2024, 1:14 PM IST

Nimapara SHG group

ନିମାପଡା: ମହିଳା ଗୋଷ୍ଠୀଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିବାକୁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଗ୍ରାମାଞ୍ଚଳରେ ମହିଳାମାନେ ଗ୍ରୁପ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ତିଆରି କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ରୋଜଗାରର ବାଟ ଦେଖାଉଛନ୍ତି । ହେଲେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ପାଇଁ କିଣାଯାଇଥିବା ମେସିନକୁ ନେଇ ଜାଲିଆତି ହୋଇଥିବା ଅଭିଯୋଗ ଆଣିଛନ୍ତି ଏସଏଚଜି ମହିଳା ।

ତେବେ ନିମାପଡ଼ା ବ୍ଲକ ଗଡଚାନ୍ଦପୁର ଶକ୍ତି ରୂପା ମହିଳା ସଂଗଠନ 2018 ମସିହାରୁ 25 ଜଣ ମହିଳାଙ୍କୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗଢିଉଠିଥିଲା । ମହିଳାମାନେ ଡାଲି ପ୍ରୋସେସିଂ ମେସିନ, ଧାନ ପେଶିବା ମେସିନ ସହିତ ସେଉ , ବୁନ୍ଦିଆ,ବଡି,ପାମ୍ପଡ,ତିଆରି କରି ନିକଟସ୍ଥ ବଜାରରେ ଏବଂ ବିଭିନ୍ନ ଷ୍ଟଲ ରେ ବିକ୍ରୟ କରୁଛନ୍ତି । ମାତ୍ର ଦୀର୍ଘ 6 ବର୍ଷ ଧରି ଗ୍ରୁପର ସଭାପତି ,ସଂପାଦକ ଓ କୋଷାଧ୍ୟକ୍ଷ ଆଜି ପର୍ଯ୍ୟନ୍ତ କୌଣସି ଆୟ ବ୍ୟୟ ହିସାବ ଦେଉ ନାହାଁନ୍ତି । ଏଥିସହ କିଣା ଯାଇଥିବା ମେସିନର ମଧ୍ୟ ହିସାବ ଦେଉ ନ ଥିବା ବେଳେ ମେସିନ କିଣାରେ ଜାଲିଆତି ହୋଇଥିବା ଅଭିଯୋଗ ଆଣିଛନ୍ତି ଶକ୍ତି ରୂପା ଗୋଷ୍ଠୀର ମହିଳାମାନେ ।

ଏହା ମଧ୍ୟ ପଢନ୍ତୁ- ବନ୍ଦ ପଡ଼ିଛି ନାପକିନ ଉତ୍ପାଦନ କେନ୍ଦ୍ର, ହାତ ବାନ୍ଧି ବସିଛନ୍ତି ମହିଳା ଗୋଷ୍ଠୀ

ଏହା ମଧ୍ୟ ପଢନ୍ତୁ- ମେସିନ ଯୋଗାଇବା ନାଁରେ ମହିଳା ଗୋଷ୍ଠୀଙ୍କୁ ଚୂନ ଲଗାଇ ଫେରାର ଠିକା ସଂସ୍ଥା

ପୁରୁଣା ମେସିନକୁ ଦେଖାଇ ସଭାପତି, ସଂପାଦକ, କୋଷାଧ୍ୟକ୍ଷ DICରୁ ଚଞ୍ଚକତା କରି ଲୋନ ଆଣିଛନ୍ତି । ଏଥିସହ ଏହାର ବିରୋଧ କଲେ ସମସ୍ତ କାଗଜ ପତ୍ର ନିଆଁ ଲଗାଇ ପୋଡ଼ି ଦେବା ସହିତ ଥାନାରେ କେସ କରି ଜେଲ ପଠାଇବା ଦେବେ ବୋଲି ସଭାପତି ମହିଳାମାନଙ୍କୁ ଧମକାଉ ଥିଲା ବେଳେ ମେସିନ ଥିବା ଘରକୁ ତାଲା ପକାଇ ରଖିଛନ୍ତି । ତେଣୁ ଘଟଣାର ତଦନ୍ତ କରାଯାଇ ସତ୍ୟାସତ୍ୟ ଲୋକ ଲୋଚନକୁ ଆଣିବା ସହିତ ନୂତନ କର୍ମ କର୍ମକର୍ତ୍ତା ଚୟନ କରିବାକୁ ଶକ୍ତି ରୂପା ଗୋଷ୍ଠୀର ମହିଳାମାନେ ପୁରୀ ଜିଲ୍ଲାପାଳ ଓ ନିମାପଡ଼ା ବିଡ଼ିଓଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସେପଟେ ସଭାପତି ପୁରୁଣା ମେସିନକୁ ଦେଖାଇ ଋଣ ହୋଇଥିବା କଥା ସ୍ବୀକାର କରିଛନ୍ତି ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.