ETV Bharat / state

ଶୈଳ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ରଥ ପଥ ସବୁ ପ୍ରସ୍ତୁତ - Saila Shreekhetra Rath Yatra

author img

By ETV Bharat Odisha Team

Published : Jul 5, 2024, 10:00 PM IST

Rath Yatra At Saila Shreekhetra: ରଥଯାତ୍ରା ପାଇଁ ଉତ୍ସବମୁଖର ଶୈଳ ଶ୍ରୀକ୍ଷେତ୍ର । ଏଠାରେ କିପରି ହୁଏ ନୀତିକାନ୍ତି, ଜାଣନ୍ତୁ ।

Angul Rath Yatra
Angul Rath Yatra (ETV Bharat Odisha)

ଅନୁଗୋଳ: ଦିନକ ପରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ଶୈଳ ଶ୍ରୀକ୍ଷେତ୍ରର ବଡ଼ ଠାକୁରଙ୍କ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏନେଇ ଶୈଳ ଶ୍ରୀକ୍ଷେତ୍ର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଭାଇ, ଭଉଣୀଙ୍କୁ ସାଥୀରେ ଘେନି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ କାଳିଆ ସାଆନ୍ତ । ଏକାକାର ହେବେ ରଥ, ପଥ ଓ ଭକ୍ତ । ରଥଯାତ୍ରାକୁ ଭକ୍ତ ଚାତକ ଭଳି ଚାହିଁ ରହିଥିବାବେଳେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରର ବଡ଼ ଠାକୁରଙ୍କ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏନେଇ ଶୈଳ ଶ୍ରୀକ୍ଷେତ୍ର ପରିଚାଳନା କମିଟି ପକ୍ଷରୁ ରଥଯାତ୍ରାଠୁ ନେଇ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିର ସୂଚନା ଦିଆଯାଇଛି । ରବିବାର ସକାଳ ୯ଟାରେ ଠାକୁରମାନଙ୍କ ପହଣ୍ଡି ବିଜେ ହେବ।

Angul Rath Yatra (ETV Bharat Odisha)

ସେହିପରି ଅପରାହ୍ନ ସାଢେ ୨ଟାରେ ରଥଟଣା ଆରମ୍ଭ ହେବ ବୋଲି ମନ୍ଦିର ପରିଚାଳନା କମିଟି ସମ୍ପାଦକ ହେମନ୍ତ ଦାଶ ସୂଚନା ଦେଇଛନ୍ତି । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଏ ବର୍ଷ ବ୍ୟାପକ କାଣ୍ଟଛାଣ୍ଟ କରାଯାଇଛି । ବହୁ ସେବକଙ୍କ ଯୋଗଦାନରେ ଅଯଥା ଭିଡ଼ ସାଙ୍ଗକୁ ଶୃଙ୍ଖଳା ଭଙ୍ଗ ହେଉଥିବା ଦୃଷ୍ଟିରେ ରଖି ଚତୁର୍ଦ୍ଧାମୁର୍ତ୍ତିଙ୍କ ଗୁଣ୍ଡିଚା ଯାତ୍ରାଠୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ୯୯ ଜଣ ସେବକଙ୍କ ଦ୍ବାରା ସମ୍ପାଦନ ହେବ । ଏଥିରେ ମୋଟ ୩୯ ଜଣ ପହଣ୍ଡି ସେବକ, ୧୮ ଜଣ ଦଇତାପତି, ଚାମର ସେବା ଓ ଚନ୍ଦନ ପାଣି ସିଞ୍ଚନରେ ୮ ଜଣ ଓ ଅନ୍ୟାନ୍ୟ ସେବକ ନିୟୋଜିତ ହେବେ । ୬ ତାରିଖ ଶନିବାର ରାତି ୯ଟାରେ ଠାକୁରମାନଙ୍କ ବଡ଼ସିଂହାର ଧୂପ ପରେ ପହୁଡ଼ ହେବ । ଅଣସର ଘରେ ପରେ ନବଯୌବନ ଦର୍ଶନ ସାଙ୍ଗକୁ ନେତ୍ରୋତ୍ସବ ନୀତି ସମାପନ କରାଯିବ । ରବିବାର ରାତି ୩ଟା ୩୦ରେ ଦ୍ଵାର ଫିଟା ଓ ମଙ୍ଗଳ ଆଳତୀ ହେବ । ୪ଟାରେ ସେନାପଟା ଲାଗି, ଅବକାଶ ନୀତି ଓ ରୋଷ ହୋମ କାର୍ଯ୍ୟ ସମ୍ପାଦିତ ହେବ ।

ଏହା ବି ପଢନ୍ତୁ...୭ରେ ରଥଯାତ୍ରା; ସରିଲା ରଥନିର୍ମାଣ, ସୌନ୍ଦର୍ଯ୍ୟକରଣରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର - Ratha Yatra Preparation

ଭୋର ସାଢ଼େ ୫ଟାରେ ବେଶ ଲାଗି, ସୂର୍ଯ୍ୟପୂଜା ଦ୍ୱାରପାଳ ପୂଜା, ଗରୁଡ଼ ପୂଜା ଓ ବାଳଧୂପ ସହିତ ଖେଚୁଡ଼ି ଧୂପ ଲାଗି କରାଯିବ । ସକାଳ ସାଢ଼େ ୭ ଟାରେ ରଥ ପ୍ରତିଷ୍ଠା ଓ ଚାରମାଳ ଲାଗି ହେବା ପରେ ୯ଟାରେ ପହଣ୍ଡି, ମଧ୍ୟାହ୍ନରେ ରଥ ଉପରେ ଛେରାପହଁରା ନୀତି ଓ ଅପରାହ୍ନ ସାଢ଼େ ୨ଟାରୁ ଆରମ୍ଭ ହେବ ରଥ ଟଣା । ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ୩ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ୮ ତାରିଖ ଦିନ ଅପରାହ୍ନ ୫ଟାରେ ଗୋଟି ପହଣ୍ଡିରେ ଠାକୁରମାନେ ଗୁଣ୍ଡିଚା ବିଜେ କରିବେ । ସେହିପରି ୧୧ ତାରିଖରେ ହେରାପଞ୍ଚମୀ ପର୍ବ, ୧୨ ତାରିଖରେ ରଥ ଦକ୍ଷିଣ ମୋଡ଼ ଓ ୧୫ ତାରିଖ ଦିନ ଗୁଣ୍ଡିଚା ଯାତ୍ରା ନୀତିକାନ୍ତି ଭଳି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.