ETV Bharat / state

ବିଜେଡିରେ ବଢୁଛି ଅସନ୍ତୋଷ; ଶଙ୍ଖ ଭବନରେ ଶ୍ରୀମୟୀ କଳି, ମୁହଁ ଖୋଲିଲେ ପ୍ରଦୀପ - khordha bjd tension - KHORDHA BJD TENSION

All is not well between BJD leaders: ଶଙ୍ଖ ଭବନରେ ବିଜେଡି ନେତାଙ୍କ ବିବାଦ ବଢିବାରେ ଲାଗିଛି । ଗତକାଲି (ମଙ୍ଗଳବାର) ଖୋର୍ଦ୍ଧା ଜିଲ୍ଲା ବିଜେଡି ବୈଠକର ଶ୍ରୀମୟୀ ମିଶ୍ର ଓ ପ୍ରଦୀପ ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଆଜି ପ୍ରତିକ୍ରିୟାରେ ଉଭୟ ଶ୍ରୀମୟୀ ଏବଂ ପ୍ରଦୀପ, କହିଲେ ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଅଧିକ ପଢନ୍ତୁ

khordha bjd tension
khordha bjd tension (ETV Bharat Odisha)
author img

By ETV Bharat Odisha Team

Published : Oct 2, 2024, 6:36 PM IST

Updated : Oct 2, 2024, 6:42 PM IST

ଭୁବନେଶ୍ବର/ଖୋର୍ଦ୍ଧା: କ୍ଷମତା ରାଜନୀତିରୁ ଯିବା ପରେ ବିଜେଡ଼ି ଭିତରେ କଳି ଲୋକଲୋଚନକୁ ଆସିବାରେ ଲାଗିଛି । ଦଳ ଭିତରେ ଥିବା ଅସନ୍ତୋଷ ନିର୍ବାଚନ ମଣ୍ଡଳୀ ଡେଇଁ ଜିଲ୍ଲା ପରେ ରାଜ୍ୟକୁ ଆସିଲାଣି । ଏମିତିକି ଦଳୀୟ ମୁଖ୍ୟାଳୟ ଶଙ୍ଖ ଭବନରେ ଦଳର ଅନ୍ତଃକନ୍ଦଳ ଉଗ୍ର ରୂପ ନେବାରେ ଲାଗିଛି । ଭୁବନେଶ୍ୱର, ଭଦ୍ରକ ପରେ ଖୋର୍ଦ୍ଧା ଜିଲ୍ଲା କଳି ଦାଣ୍ଡରେ ପଡି ହାଟରେ ପଡିଲାଣି ।

ଶ୍ରୀମୟୀ ମିଶ୍ର ଓ ପ୍ରଦୀପ ସାହୁଙ୍କ ମଧ୍ୟରେ କଥା କଟାକଟି:

ଗତକାଲି ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ବିଜେଡି ବୈଠକ ବେଳେ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ଶ୍ରୀମୟୀ ମିଶ୍ର ଓ ବେଗୁନିଆ ବିଧାୟକ ପ୍ରଦୀପ ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହା ସହ ଶ୍ରୀମୟୀଙ୍କୁ ନେଇ ଦଳର ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ କିଛି ଅରୁଚିକର ମନ୍ତବ୍ୟ ଦେଇଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ଶ୍ରୀମୟୀ, ମନ୍ମଥ ଓ ପ୍ରଦୀପ ପ୍ରତିକ୍ରିୟା ରଖିଛନ୍ତି ।

ବିଜେଡିରେ ବଢୁଛି ଅସନ୍ତୋଷ (ETV Bharat Odisha)

ଯୁଗେ ଯୁଗେ ଲେଖା ଅଛି...

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି, "ଯୁଗେ ଯୁଗେ ଲେଖା ଅଛି ଯେଉଁମାନେ ମହିଳାଙ୍କୁ ଅସମ୍ମାନ କରିଛନ୍ତି ତାର ଫଳ ସେ ନିଶ୍ଚିତ ପାଇଛନ୍ତି । ପୁରାଣ ଇତିହାସଠୁ ନେଇ ପ୍ରତିଦିନ ତାର ଉଦାହରଣ ଦେଖିବାକୁ ମିଳିଛି । ଗତକାଲି ଯାହା ହୋଇଛି ତାହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର । ଦଳର ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ନେତୃ ମଣ୍ଡଳୀ, ତାର ତର୍ଜମା ଓ ବିଶ୍ଳେଷଣ କରିବେ । ଗଣମାଧ୍ୟମରେ ଦଳର କଥା କହିବା ଶୃଙ୍ଖଳିତ କର୍ମୀର ପରିଚୟ ହେବନାହିଁ ।"

ସେ ଏହା ମଧ୍ୟ କହିଛନ୍ତି, "କହିବା ଲୋକ କେବେ ବି ବଡ଼ ନୁହେଁ । ମୁଁ ଭାବେ ସହିବା ଲୋକଟି ବଡ଼ । ପ୍ରଦୀପ ସାହୁ ମୋର ବଡ଼ ଭାଇ । ନିର୍ବାଚନ ବେଳେ ମୋତେ ସେ ବହୁତ ବୁଲେଇଛନ୍ତି । କାହାର କେଉଁଠି ମତାନ୍ତର ଓ ମନାନ୍ତର ଯଦି ଥିବ ସେଇଟା ଦଳର ସଭାପତି ନିଷ୍ପତ୍ତି ନେବେ । ତେଣୁ ଆମ ଦଳରେ କଣ ହେଉଛି ତାହା ମିଡ଼ିଆରେ କହିବାକୁ ଚାହୁଁ ନାହିଁ । ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ବୈଠକର ଅଧ୍ୟକ୍ଷତା କରୁଥିଲେ, ତାଙ୍କୁ ପଚାରନ୍ତୁ ସେ କହିବେ କଣ ହୋଇଛି ।"

‘ଦଳରେ କମିଛି ଶୃଙ୍ଖଳା’

ସେପଟେ ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ କହିଛନ୍ତି, "ଦଳରେ କମିଛି ଶୃଙ୍ଖଳା । ଖାଲି ମହିଳା ସମ୍ମାନ ଆଶା କଲେ ହେବନାହିଁ । ସେମାନେ ବି ସମ୍ମାନ ଦେବା ଶିଖନ୍ତୁ । ଦଳର ଭିତର କଥା ଯଦି ସେ ବାହାରକୁ ଆଣିବାକୁ ଚାହୁଁଛନ୍ତି, ସେ କେତେ ଠିକ ନିଜକୁ ପଚାରନ୍ତୁ । ଆମର ତ୍ରୁଟି ପାଇଁ ଆମେ ନିର୍ବାଚନ ହାରିଲୁ ।"

ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲା ନେତାଙ୍କ କଥା କଟାକଟି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ଦେବୀ କହିଛନ୍ତି, "ଖୋର୍ଦ୍ଧା ଜିଲ୍ଲା ବୈଠକରେ ସେଭଳି କିଛି ହୋଇନାହିଁ । ଯେତେବେଳେ ଆମେ ସମୀକ୍ଷା କରୁଛୁ ବା ଆଲୋଚନା କରୁଛୁ ସଂଗଠନକୁ ନେଇ ସେତେବେଳେ ଏମିତି ପ୍ରାୟ ଘଟଣା ସାମନାକୁ ଆସୁଛି । ତାର ସମାଧାନ ବି କରାଯାଉଛି । ଏମିତି କିଛି ନୁହଁ ଯେ କେହି ଦଳ ବିରୋଧୀ କାମ କରୁଛନ୍ତି । କାଲିର ଆଲୋଚନା ସୁରୁଖୁରୁରେ ପରିସମାପ୍ତି ହୋଇଛି । ଦଳ ଶୃଙ୍ଖଳା ବାହାରେ କାମ କରିବା କାହାର ଆଭିମୁଖ୍ୟ ନାହିଁ ।

ଶଙ୍ଖ ଭବନରେ ବିବାଦ ସମ୍ପର୍କରେ ମୁଁହ ଖୋଲିଲେ ପ୍ରଦୀପ-

ଗତକାଲି ଶଙ୍ଖ ଭବନରେ ଖୋର୍ଦ୍ଧା ଜିଲ୍ଲାର ନେତୃତ୍ୱଙ୍କ ସହ ସମୀକ୍ଷା ବୈଠକ ଚାଲିଥିବା ବେଳେ ଉଠାଚୁଲିଆ ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି । ଦଳୀୟ ପରାଜୟର କାରଣ ଖୋଜା ଚାଲିଥିବା ବେଳେ ନିଜ ଦଳ ଭିତରେ ତୁ ତୁ ମେ ମେକୁ ନେଇ ରାଜନୀତି ସରଗରମ ହୋଇଛି । ଭୁବନେଶ୍ୱର ନେତା ବୁଟୁ ପାତ୍ରଙ୍କ ଉଠାଚୁଲିଆ ମନ୍ତବ୍ୟ ଉପରେ ଚିହିଁକି ଉଠି ଚୋପା ଛଡେଇଦେବି ମନ୍ତବ୍ୟ ଦେଇଥିଲେ ବେଗୁନିଆ ବିଧାୟକ । ଯାହାକୁ ନେଇ ରାଜନୈତିକ ତୁମ୍ବି ତୋଫାନ ଆରମ୍ଭ ହୋଇଥିବା ବେଳେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବେଗୁନିଆ ବିଧାୟକ ପ୍ରଦୀପ ସାହୁ । ପ୍ରଦୀପ କହିଛନ୍ତି ଗତକାଲି ଆମର ସାଙ୍ଗଠନିକ ବୈଠକ ଥିଲା ତେଣୁ ଯାହା ମନରେ ଯାହା ଦୁଃଖ ଥିଲା ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହା ଆମର ଅଭ୍ୟନ୍ତରୀଣ ବ୍ୟାପାର କହିଥିଲେ ।

ପୂର୍ବରୁ ଭୁବନେଶ୍ବର ଏବଂ ଭଦ୍ରକ ବିଜେଡିରେ ଫାଟ:

ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡିରେ ଥିବା ଅସନ୍ତୋଷ ସାମ୍ନାକୁ ଆସିବାରେ ଲାଗିଛି । ପଦାରେ ପଡ଼ିଲା ବିଜେଡି କଳି । ଭୁବନେଶ୍ୱର ବିଜେଡିରେ ବଡ଼ ଧରଣର ହଲଚଲ । ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସର ଉତ୍ତର ରଖିବାକୁ ନିର୍ଦ୍ଦେଶ । ଭୁବନେଶ୍ୱର, ବିଜେଡି ଓ ବିବାଦ । ଦଳର ଦୁଇ କର୍ପୋରେଟରଙ୍କ ସମେତ ୪ ନେତାଙ୍କୁ କାରଣ ଦର୍ଶାଅ ନୋଟିସ । ଭୁବନେଶ୍ବରର ପରେ ଭଦ୍ରକ ଜିଲ୍ଲାର କଳି ଶଙ୍ଖ ଭବନରେ ପହଞ୍ଚିଛି । ଶଙ୍ଖ ଭବନରେ ବିଜେଡି ନବୀନ ପଟ୍ଟନାୟକ ଉପସ୍ଥିତ ଥିବାବେଳେ ଦୁଇ ଜଣ ପୂର୍ବତନ ବିଧାୟକ ମୁହାଁମୁହିଁ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଥିବା ଅସନ୍ତୋଷ ଦୂର କରିବା ହସ୍ତକ୍ଷେପ କରିଛନ୍ତି ଦଳର ବରିଷ୍ଠ ନେତା ।

ଏହା ମଧ୍ୟ ପଢନ୍ତୁ:

ଶଙ୍ଖଭବନରେ ପଶିଲା ବିଜେଡି କଳି, ନବୀନଙ୍କ ସାମ୍ନାରେ ଭଦ୍ରକ ନେତା ମୁହାଁମୁହିଁ

କର୍ପୋରେଟର କଳି, ମେୟର କହିଲେ ‘ତାଳ ପଡ଼ିବାକୁ କାଉ ରଡ଼ିବା’

କାହିଁକି ନିର୍ବାଚନ ହାରିଲା ବିଜେଡି ? ନବୀନଙ୍କୁ କାରଣ କହିଲେ ପରାଜିତ ପ୍ରାର୍ଥୀ -

Last Updated : Oct 2, 2024, 6:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.