ETV Bharat / state

ବିଦେଶକୁ ରପ୍ତାନୀ ଓ ବିଦେଶରୁ ଆମଦାନୀ ହେଲା ସହଜ; BPIAରୁ ଏୟାର-କାର୍ଗୋ ଅପରେସନର ଶୁଭାରମ୍ଭ - ଏୟାର କାର୍ଗୋ ଅପରେସନର ଶୁଭାରମ୍ଭ

Air Cargo Operation Starts From BPIA: ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ରାଜ୍ୟର ବାଣିଜ୍ୟ କ୍ଷେତ୍ରରେ ଆଜି ଏକ ସ୍ମରଣୀୟ ମୁହୂର୍ତ୍ତ । ରାଜ୍ୟର ରପ୍ତାନୀକାରୀ ଓ ଆମଦାନୀକାରୀ ସଂସ୍ଥାର ଦୂର ହେଲା ସମସ୍ୟା । ଦୀର୍ଘଦିନର ଅସୁବିଧାରୁ ମିଳିଲା ମୁକ୍ତି । ବିଦେଶକୁ ରପ୍ତାନୀ ଓ ବିଦେଶରୁ ଆମଦାନୀ ପାଇଁ ଭାଇଜାଗ, ଚେନ୍ନାଇ, ବିଶାଖାପାଟଣା ଓ କୋଲକାତା ଏୟାରପୋର୍ଟ ଉପରେ ଆଉ ନିର୍ଭର କରିବାକୁ ପଡିବ ନାହିଁ । ଅଧିକ ପଢନ୍ତୁ

ବିଦେଶକୁ ରପ୍ତାନୀ ଓ ବିଦେଶରୁ ଆମଦାନୀ ହେଲା ସହଜ; BPIAରୁ ଏୟାର-କାର୍ଗୋ ଅପରେସନର ଶୁଭାରମ୍ଭ

author img

By ETV Bharat Odisha Team

Published : Jan 31, 2024, 8:50 PM IST

ବିଦେଶକୁ ରପ୍ତାନୀ ଓ ବିଦେଶରୁ ଆମଦାନୀ ହେଲା ସହଜ; BPIAରୁ ଏୟାର-କାର୍ଗୋ ଅପରେସନର ଶୁଭାରମ୍ଭ

ଭୁବନେଶ୍ବର: ବିଦେଶକୁ ରପ୍ତାନୀ ଓ ବିଦେଶରୁ ଆମଦାନୀ ଏଣିକି ହେଲା ସହଜ । ଭାଇଜାଗ, ଚେନ୍ନାଇ, ବିଶାଖାପାଟଣା ଓ କୋଲକାତା ଉପରେ କରିବାକୁ ପଡ଼ିବନି ନିର୍ଭର । ଭୁବନେଶ୍ବରରୁ ସିଧାସଳଖ ହେବ ବିଦେଶକୁ ରପ୍ତାନୀ ଓ ବିଦେଶରୁ ଆମଦାନୀ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଆଜି ଏୟାର କାର୍ଗୋ ବା ଅନ୍ତରାଷ୍ଟ୍ରୀୟ ଆମଦାନୀ-ରପ୍ତାନୀ ଅପରେସନର ଶୁଭାରମ୍ଭ ହୋଇଛି । ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଏହାକୁ ଉଦଘାଟନ କରିଛନ୍ତି ।

ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ରାଜ୍ୟର ବାଣିଜ୍ୟ କ୍ଷେତ୍ରରେ ଆଜି ଏକ ସ୍ମରଣୀୟ ମୁହୂର୍ତ୍ତ । ରାଜ୍ୟର ରପ୍ତାନୀକାରୀ ଓ ଆମଦାନୀକାରୀ ସଂସ୍ଥାର ଦୂର ହେଲା ସମସ୍ୟା । ଦୀର୍ଘଦିନର ଅସୁବିଧାରୁ ମିଳିଲା ମୁକ୍ତି । ବିଦେଶକୁ ରପ୍ତାନୀ ଓ ବିଦେଶରୁ ଆମଦାନୀ ପାଇଁ ଭାଇଜାଗ, ଚେନ୍ନାଇ, ବିଶାଖାପାଟଣା ଓ କୋଲକାତା ଏୟାରପୋର୍ଟ ଉପରେ ଆଉ ନିର୍ଭର କରିବାକୁ ପଡିବ ନାହିଁ । ବାଣିଜ୍ୟିକ ଫି ସହ କୌଣସି କାରଣବଶତଃ ଦିନ ଦିନ ଧରି ମାଲ ପରିବହନରେ ହେବନି ସମସ୍ୟା । ଭୁବନେଶ୍ବର ଏୟାରପୋର୍ଟରୁ ଏବେ ସିଧାସଳଖ ରପ୍ତାନୀ-ଆମଦାନୀରେ ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । କୌଣସି କାରଣବଶତଃ ବିଳମ୍ବ ହୁଏ ତେବେ ଖୁବ କମ ଦିନ ମଧ୍ୟରେ ଏହାର ସମାଧାନ ସମ୍ଭବ ହୋଇପାରିବ ।

ଅଧିକ ପଢନ୍ତୁ- ଜୟପୁରକୁ ଉଡିବ ବିମାନ: ଡିଜିସିଏର ଅନୁମତି ପରେ ସେବା ପାଇବେ ଯାତ୍ରୀ

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ରପ୍ତାନୀ ଉତ୍ପାଦର ଯଥେଷ୍ଟ ସମ୍ଭାବନା ରହିଛି । କାଜୁ, ଧାତବ, ପଦାର୍ଥ, ହସ୍ତତନ୍ତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ, ଉଦ୍ୟାନ କୃଷିଜାତ ଦ୍ରବ୍ୟ, ସାମୁଦ୍ରିକ ଦ୍ରବ୍ୟ, ଫାର୍ମାସ୍ୟୁଟିକାଲ ପରି ବିଭିନ୍ନ ଦ୍ରବ୍ୟର ରପ୍ତାନୀର ମଧ୍ୟ ସୁବିଧା ହେବ । ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଏହି ଅନ୍ତରାଷ୍ଟ୍ରୀୟ ରପ୍ତାନୀ-ଆମଦାନୀ ସେବା ଆରମ୍ଭ କରାଯାଇଛି । ସିଙ୍ଗାପୁର, ବ୍ୟାଙ୍କକ ଓ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ ସଂଯୋଗ କରାଯାଇଛି । କେବଳ ଆଧୁନିକ ସମୟରେ ନୁହେଁ, ବହୁପୂର୍ବେ ଓଡ଼ିଶା ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ସୁନାମ ଅର୍ଜନ କରିଆସିଛି । ଆମଦାନୀ-ରପ୍ତାନୀକୁ ବିଚାରକୁ ନିଆଗଲେ ପ୍ରତିବର୍ଷ ଓଡ଼ିଶା ୧୫ରୁ ୭୦ ହଜାର କୋଟି ଟଙ୍କାର ସମୁଦ୍ରଜାତ ଦ୍ରବ୍ୟ ଓ ହସ୍ତତନ୍ତ ରପ୍ତାନୀ କରୁଛି ।

ଏମଏସଏମଇ ବିଭାଗ ପ୍ରମୁଖ ଶାସନ ସଚିବ ଶାଶ୍ବତ ମିଶ୍ର କହିଛନ୍ତି ଯେ, ଭୁବନେଶ୍ବର ଏୟାରପୋର୍ଟରୁ ସିଧାସଳଖ କାର୍ଗୋ ସେବା ଓଡ଼ିଶାର ଆମଦାନୀ-ରପ୍ତାନୀ କ୍ଷେତ୍ରରେ ଏକ ଐତିହାସିକ ଦିବସ । ଆସନ୍ତା ଦିନମାନଙ୍କରେ ଏହା ଏସିଆ, ୟୁରୋପ, ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ରପ୍ତାନୀ କରିବ । କରୋନା ସ୍ବତେ ଓଡ଼ିଶାରେ ୫୬ ପ୍ରତିଶତ ଏୟାରକାର୍ଗୋରେ ପରିବହନ ଜାରି ରହିଛି । ଏଥି ପାଇଁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ, କଷ୍ଟମ ବିଭାଗ, ଏଏଆଇକ୍ଲାସ, ଆପେଡ଼ା, ଏମପେଡ଼ା, ପ୍ଲାଣ୍ଟ କ୍ବାରାଣ୍ଟାଇନ, ଜିନ୍ଦଲ ଷ୍ଟେନଲେସ ଷ୍ଟିଲ, ଇଆଏ, ଉଦ୍ୟୋଗୀ, ରପ୍ତାନୀକାରୀ ସମସ୍ତଙ୍କର ଅବଦାନ ରହିଛି ।

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କାର୍ଗୋ ଅପରେସନ ଉତ୍ସବରେ ଯୋଗ ଦେଇଛନ୍ତି । ସେ କହିଛନ୍ତି ଯେ, ଆଜିର ଦିନଟି ପ୍ରତୀକାତ୍ମକ ହେଲେ ମଧ୍ୟ ଓଡ଼ିଶାରୁ ରପ୍ତାନୀ ଯୋଗ୍ୟ ଓ ଓଡ଼ିଶାକୁ ଆମଦାନୀ ପାଇଁ ଏହି ପ୍ରକ୍ରିୟାର ପ୍ରଚୁର ସମ୍ଭାବନା ରହିଛି । ଓଡ଼ିଶା ସରକାରଙ୍କ ଅନ୍ତର୍ଜାତୀୟ ଯୋଗାଯୋଗ ଏକ ଯୁଗାନ୍ତକାରୀ ପଦକ୍ଷେପ । ଇଣ୍ଡିଗୋର ବିଶ୍ବସାରା ସଂଯୋଗୀକରଣ ରହିଛି । ଏୟାରକାର୍ଗୋ ସେଥି ମଧ୍ୟରୁ ଅନ୍ୟତମ । ଇଣ୍ଡିଗୋ ଏୟାରକାର୍ଗୋ ପ୍ରତିଦିନ ୨୧୦ ଟନ ଓଜନ ପରିବହନ କ୍ଷମତା ବିଶିଷ୍ଟ । ତେଣୁ ଆମ ରାଜ୍ୟରୁ ଅନ୍ତତଃ ପକ୍ଷେ ୩୦ ପ୍ରତିଶତ କାର୍ଗୋ ମାଧ୍ୟମରେ ପରିବହନ ହେବା ଉଚିତ ।

କଷ୍ଟମ କମିଶନର ମାଧବ ଚନ୍ଦ୍ର ମିଶ୍ର ଓ ଇଣ୍ଡିଗୋର ସିନିଅର ମ୍ୟାନେଜର ନିଜ ନିଜ ବକ୍ତବ୍ୟ ରଖିଛନ୍ତି । କହିଛନ୍ତି ଯେ, ଭୁବନେଶ୍ବର କାର୍ଗୋ ଅପରେସନକୁ କେବଳ ପୂର୍ବଭାରତରେ ସୀମିତ ନରଖି ଏହାକୁ ସାରା ଦେଶ ଓ ବିଶ୍ବ ସମ୍ମୁଖରେ ପରିଚିତ କରାଇବାକୁ ହେବ । ଆଜିର ଶୁଭାରମ୍ଭରେ ୧୦୦ କେଜି କାଜୁ ଦୁବାଇ ଓ ଜିନ୍ଦଲ ଷ୍ଟିଲ ଯାହା ପ୍ରତ୍ୟେକ ଦିନ କଲିକତା ଏୟାରପୋର୍ଟ ମାଧ୍ୟମରେ ବ୍ୟବସାୟ କରିଆସୁଥିଲେ, ଏହାର ୨୮ କେଜି ଉତ୍ପାଦ ସ୍ବିଡେନକୁ ପଠାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.