ETV Bharat / state

ଜୀବନ ଯାତ୍ରାରେ ଏକା ଲଢୁଛନ୍ତି 70 ବର୍ଷୀୟା ବନିତା, ସ୍ବାମୀଙ୍କ ଅବର୍ତ୍ତମାନରେ ଜଳଖିଆ ଦୋକାନ କରି ପୋଷୁଛନ୍ତି ପରିବାର - International Womens Day 2024

International Women's Day 2024: ଅନ୍ୟ ନାରୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଖୋର୍ଦ୍ଧା ଜିଲ୍ଲାର ବନିତା ସାହୁ । ସ୍ବାମୀଙ୍କର ମୃତ୍ୟୁ ପରେ ଜଳଖିଆ ଦୋକାନ କରି 5 ଝିଅଙ୍କୁ କରାଇଛନ୍ତି ବାହାଘର । ଅଧିକ ପଢ଼ନ୍ତୁ,

Women's Day 2024
Women's Day 2024
author img

By ETV Bharat Odisha Team

Published : Mar 7, 2024, 3:02 PM IST

Updated : Mar 8, 2024, 9:59 AM IST

Women's Day 2024

ନିଆଳି/ଖୋର୍ଦ୍ଧା: ନାରୀ.. ନ'ର ଅର୍ଥ ନିଷ୍କଳଙ୍କ ପ୍ରତିମା, 'ର' ର ଅର୍ଥ ରୂପେ ନିରୂପମା । ସେ ନୁହେଁ ଅବଳା, ଦୁର୍ବଳା, ଦୃଢ଼ ନାୟିକାର ସେ ଶ୍ରେଷ୍ଠ ପ୍ରଚ୍ଛଦପଟ । ମାଟିରୁ ଆକାଶ ଆଜି ସବୁଠି ନାରୀର ପ୍ରତିଭା ବିଦ୍ୟମାନ । ଅଦମ୍ୟ ସାହାସ ବଳରେ ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ସେ । ସ୍ବାର୍ଥପର ସମାଜରେ ସମସ୍ତେ ତାର ହାତ ଛାଡିଲେବି ସେ କିନ୍ତୁ ପଛ ଘୁ଼୍ଞ୍ଚା ଦିଏନି । କାହାର ସାହାର ନୁହଁ ବରଂ ଅନ୍ୟର ସାହାର ହୋଇଛି । ଆମେ ଏମିତି ଜଣେ ନାରୀଙ୍କ ବିଷୟରେ କହିବୁ ଯେକି ପରିଣତ ବୟସରେ ନିଜ ପିଲାଙ୍କ ସାହାରା ପାଲଟିଛନ୍ତି । କାହାର ଅଧିନରେ ନୁହଁ ନିଜ ସ୍ବାଧୀନତାରେ ଜୀବନ ସଂଗ୍ରାମ ଜାରି ରଖିଛନ୍ତି ।

ଏ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଗାରେଡ଼ି ପାଞ୍ଚଣ ପଞ୍ଚାୟତ ତରଡପଡାର ବନିତା ସାହୁ । ସ୍ବାମୀ ପର କରି ଆରପାରିକୁ ଚାଲିଯିବା ପରେ ସେ କିନ୍ତୁ ଜୀବନ ଯୁଦ୍ଧରେ ହାର ମାନି ନାହାନ୍ତି । ଜଳଖିଆ ଦୋକାନଟିଏ ଖୋଲି 5ଟି ଝିଅଙ୍କୁ ବିବାହ କରାଇଛନ୍ତି । ପରିବାର ପ୍ରତିପୋଷଣ କରୁଛନ୍ତି ।

ବିଜୟିନୀ ବନିତା:

ବନିତା ମାଉସୀଙ୍କ ବୟସ 70 ପାର କଲାଣି । ଚମ ଧୁଡୁ ଧୁଡୁ ମଧ୍ୟ ହେଲାଣି । କିନ୍ତୁ ପରିଣତ ବୟସରେ ଘରେ ବସି ରହିବା ତାଙ୍କର ପସନ୍ଦ ନୁହେଁ । ହାତରେ ଚଟୁ ଧରି ଗରମ କଡେଇରେ ଜଳଖିଆ ଛାଣୁଛନ୍ତି । ବୟସ ଯେତେ ବଢୁଛି ତାଙ୍କ ମନୋବଳ ସେତେ ଦୃଢ ହେଉଛି । 26 ବର୍ଷ ତଳେ ସ୍ବାମୀ ବେଣୁଧରଙ୍କୁ ହରାଇବା ପରେ ପାଞ୍ଚ ବାଡୁଅ ଝିଅ ଦାୟିତ୍ଵ ନିଜ କାନ୍ଧକୁ ନେଇଥିଲେ ବନିତା । ତରଡପଡାଠାରୁ କମ ବାଟରେ ପଡେ ମଧୁବନ ଛକ । ସେହି ଛକରେ ଆରମ୍ଭ କଲେ ଜଳଖିଆ ଦୋକାନ । ସକାଳ ଠାରୁ ରାତି ପର୍ଯ୍ୟନ୍ତ ବନିତା ମାଉସୀଙ୍କ ହାତରେ ପ୍ରସ୍ତୁତି ହୁଏ ବରା, ଇଡିଲ, ଆଳୁ ଚପ, ପିଆଜି, ଗୁଗୁନି ଓ ଜିଲାପି । ବେଶ ପାଟି ସୁଆଦଦିଆ ମଧ୍ୟ। ଏହି ବେପାର ଏବଂ ଏଠୁ ସେଠୁ ଧାର ଉଧାର କରି ପାଞ୍ଚ ଝିଅକୁ ବିବାହ କରାଇଛନ୍ତି ସେ । ଭବିଷ୍ୟତରେ ଝିଅ ମାନଙ୍କ ଉପରେ ବୋଝ ହେବା ପାଇଁ ରାଜି ନୁହଁନ୍ତି ବନିତା।

ଏହା ମଧ୍ୟ ପଢନ୍ତୁ-International Women's Day: ମହିଳା ସମିତି ପକ୍ଷରୁ ଗଣବିବାହ, ପରସ୍ପର ହାତ ଧରିଲେ ୫ ନବଦମ୍ପତି

କଣ କୁହନ୍ତି ବନିତା ମାଉସୀ :

ସେ କହିଛନ୍ତି, ''ଜୀବନ ଥିବା ପର୍ଯ୍ୟନ୍ତ ଜଳଖିଆ ଦୋକାନ କରି ନିଜ ପେଟ ଚାଖଣ୍ଡକ ପାଇଁ ସଂଗ୍ରାମ କରୁଛି । ଆଉ ଗରମ ଚୁଲି ଏବଂ ଗରମ ତେଲ କଡ଼ଇ ହେଉଛି ମୋର ରୋଜଗାର ମାଧ୍ୟମ ।'' ବାଳକାଟିଠାରୁ ଅଠାନ୍ତର ରାସ୍ତାର ପ୍ରଶସ୍ତିକରଣ ଯୋଗୁଁ ରାସ୍ତା କଡ଼ରେ ବନିତାଙ୍କ ରୋଜଗାରିଆ ଜଳଖିଆ ଦୋକାନ ଭାଙ୍ଗି ଯିବ ଏଥିପାଇଁ ସେ ଭାଙ୍ଗି ପଡିଛନ୍ତି । ଅଧା ରାସ୍ତାରେ ବନିତାଙ୍କ ସ୍ବାମୀ ସିନା ହାତ ଛା଼ଡି ଦେଲେ କିନ୍ତୁ ସେ ଏକା ଲଢିବାକୁ କେବେବି ପଛ ଘୁଞ୍ଚା ଦେଇନାହାନ୍ତି । ସମାଜରେ ବଞ୍ଚିବା ପାଇଁ ତାଙ୍କର ସାହାସ ଓ ଦୃଢ ମନ ଅନ୍ୟକୁ ପ୍ରେରଣା ଦେବ ନିଶ୍ଚୟ । ସେଇଥି ପାଇଁ ତ ସେ ସ୍ବୟଂସିଦ୍ଧା ।

ଇଟିଭି ଭାରତ, ନିଆଳି

Last Updated : Mar 8, 2024, 9:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.