ETV Bharat / state

ନିର୍ବାଚନ ଆଚରଣ ବିଧି ଲାଗୁ ପରେ ମଧ୍ୟ ରାଜଧାନୀରେ ମାଳମାଳ ହୋଡିଂ, ଉଚ୍ଛେଦ ଆରମ୍ଭ କଲା ବିଏମସି

author img

By ETV Bharat Odisha Team

Published : Mar 17, 2024, 9:43 PM IST

BMC started removing posters: ନିର୍ବାଚନ ଆଚରଣ ବିଧି ଲାଗୁ ପରେ ମଧ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ମାଳମାଳ ପୋଷ୍ଟର ଓ ବ୍ୟାନର ଲାଗିଛି । ବିଏମ୍‌ସି ଆରମ୍ଭ କଲା ଉଚ୍ଛେଦ ପ୍ରକ୍ରିୟା । ଅଧିକ ପଢନ୍ତୁ

ନିର୍ବାଚନ ଆଚରଣ ବିଧି ଲାଗୁ ପରେ ମଧ୍ୟ ରାଜଧାନୀରେ ମାଳମାଳ ପୋଷ୍ଟର

ନିର୍ବାଚନ ଆଚରଣ ବିଧି ଲାଗୁ ପରେ ମଧ୍ୟ ରାଜଧାନୀରେ ମାଳମାଳ ପୋଷ୍ଟର, ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କଲା ବିଏମସି

ଭୁବନେଶ୍ବର: ଗତକାଲି ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ସହ ସାରା ଦେଶରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ମଧ୍ୟ କାର୍ଯ୍ୟକାରୀ ହୋଇଛି । ସ୍ବଚ୍ଛ ଓ ମୁକ୍ତ ନିର୍ବାଚନ ପାଇଁ ଏଥିରେ ଏକାଧିକ ନିୟମାବଳି ଥିବାବେଳେ ସର୍ବସାଧାରଣ ସ୍ଥାନରେ ନିର୍ବାଚନୀ ତଥା ରାଜନୈତିକ ପୋଷ୍ଟର ବ୍ୟାନର ନଲାଗିବା ନେଇ ମଧ୍ୟ ସ୍ପଷ୍ଟ ନିୟମ ରହିଛି । ମାତ୍ର ତାରିଖ ଘୋଷଣାର ଗୋଟିଏ ଦିନ ପରେ ମଧ୍ୟ ରାଜଧାନୀର ବିଭିନ୍ନ ସ୍ଥାନରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି ମାଳମାଳ ହୋଡିଂ, ବ୍ୟାନର ଓ ପୋଷ୍ଟର । ସେଥିମଧ୍ୟରୁ ଅଧିକାଂଶ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ବିଜ୍ଞାପନ ବ୍ୟାନର ରହିଛି । ତେବେ ଏହାକୁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଉଚ୍ଛେଦ କରାଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।

ରାଜଧାନୀରେ ମାଳମାଳ ହୋଇ ଲାଗିଛି ଶାସକ ବିଜୁ ଜନତା ଦଳର ହୋଡିଂ । ସ୍ଥିତି ଏମିତି ଯେ, ନିର୍ବାଚନ କମିଶନଙ୍କ ନିୟମ ଅର୍ଥାତ ନିର୍ବାଚନ ଆଚରଣ ବିଧି ସମ୍ପର୍କରେ ସମସ୍ତଙ୍କୁ ଯେମିତି ଅଜଣା । ତାହା ପୁଣି କୌଣସି ଗଳିକନ୍ଦି ନୁହେଁ, ବରଂ ରାଜଧାନୀର ଏକାଧିକ ପ୍ରମୁଖ ଛକ ଓ ବ୍ୟସ୍ତବହୁଳ ସ୍ଥାନଗୁଡିକରେ ଲାଗିଛି ଆଖିଦୃଶିଆ ବିଶାଳ ହୋଡିଂ । ଏହାକୁ ଦେଖିଲେ ମନେ ହେଉଛି ନିର୍ବାଚନ କମିଶନଙ୍କ ନିୟମକୁ ପାଳନ କରିବାକୁ ପ୍ରସ୍ତୁତ ନୁହନ୍ତି ରାଜନୈତିକ ଦଳମାନେ ।

ଅନ୍ୟପଟେ ଏହାକୁ ନେଇ ବିଏମ୍‌ସି କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି, "ନିର୍ବାଚନ ଆଚରଣ ବିଧିକୁ ଧ୍ୟାନରେ ରଖି ନିର୍ଦ୍ଧାରିତ ସମୟସୀମା ଭିତରେ ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ସରକାରୀ ଓ ଦଳୀୟ ପୋଷ୍ଟର, ବ୍ୟାନର ଆଦିକୁ ହଟାଇବାକୁ ବିଏମ୍‌ସି ପ୍ରକ୍ରିୟା ଆରମ୍ଭ କରିଛି । ସରକାରୀ ସ୍ଥାନରେ ଲାଗିଥିବା ପୋଷ୍ଟର ୨୪ ଘଣ୍ଟା ମଧ୍ୟରେ, ସର୍ବସାଧାରଣ ସ୍ଥାନରେ ଲାଗିଥିବା ପୋଷ୍ଟର ୪୮ ଘଣ୍ଟା ଓ ବ୍ୟକ୍ତିଗତ ମାଲିକାନାରେ ଥିବା ସ୍ଥାନରେ ଲାଗିଥିବା ପୋଷ୍ଟର ୭୨ ଘଣ୍ଟା ମଧ୍ୟରେ ହାଟାଇବାକୁ ଗାଇଡଲାଇନ ରହିଛି । କାନ୍ଥଲେଖା ବା ପୋଷ୍ଟର କିମ୍ବା ଯେଉଁଠି ବି ରାଜନୈତିକ ବିଜ୍ଞାପନ ରହିଛି ତାକୁ ମଧ୍ୟ ହଟାଇବାକୁ ନିର୍ଦ୍ଦେଶ ରହିଛି । ଯଥାସମ୍ଭବ ଏହି ନିର୍ଦ୍ଦେଶାବଳିକୁ ପାଳନ କରାଯିବ ।" ଯେଉଁ ଦଳଗୁଡିକ ଏହାର ଅବମାନନା କରିବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ବିଏମସି କମିଶନର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ତାଜା ନିର୍ବାଚନୀ ବଣ୍ଡ ତଥ୍ୟ ସାର୍ବଜନୀନ କଲା ECI, ବିଜେପି ପାଇଛି ସର୍ବାଧିକ 6,987 କୋଟି

ଗତକାଲି ଲୋକସଭା ସମେତ 4 ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରିଛନ୍ତି । ସାଧାରଣ ନିର୍ବାଚନ ମୋଟ 7ଟି ପର୍ଯ୍ୟାୟରେ ହେବାକୁ ଥିବାବେଳେ ଶେଷ 4ଟି ପର୍ଯ୍ୟାୟରେ ରାଜ୍ୟରେ ଲୋକସଭା ଓ ସମାନ୍ତରଳ ଭାବେ ବିଧାନସଭା ନିର୍ବାଚନ ମଧ୍ୟ ହେବ । ରାଜ୍ୟରେ ମେ’ 13, 20, 25 ତାରିଖ ଓ ଜୁନ ପହିଲାରେ ଭୋଟିଂ ହେବ । ଜୁନ 4 ତାରିଖରେ ଏକକାଳୀନ ଫଳାଫଳ ପ୍ରକାଶ ପାଇବ । ଗତକାଲି ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ମଧ୍ୟ ସାରା ଦେଶରେ କାର୍ଯ୍ୟକାରୀ ହୋଇସାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.