ETV Bharat / state

ଫାଟୁଛି ଶଙ୍ଖ; ବିଜେଡ଼ିର ଅନ୍ତଃକନ୍ଦଳ ପ୍ରତିଫଳନ ନା ଅପରେସନ ଲୋଟସ୍‌ ! - BJD becoming weaker

author img

By ETV Bharat Odisha Team

Published : Sep 14, 2024, 7:46 AM IST

BJD becoming weaker: କ୍ଷମତା ଯିବା ପରେ ଭୁଶୁଡିବାରେ ଲାଗିଛି ବିଜେଡି ଦଳ । ଛାଡୁଛନ୍ତି ଜଣେ ପର ଜଣେ ନେତା । ମମତା ସୁଜିତଙ୍କ ଧାରାରେ ସାମିଲ ହୋଇପାରନ୍ତି ଆଉ କିଛି । ଦଳୀୟ ଅସନ୍ତୋଷ ନା ବିଜେପିର ଅପରେସନ ଲୋଟସ । କଣ କହୁଛନ୍ତି, ଦୁଇ ଦଳର ନେତା ଓ ରାଜନୈତିକ ସମୀକ୍ଷକ । ଅଧିକ ପଢନ୍ତୁ

ଫାଟୁଛି ଶଙ୍ଖ; ବିଜେଡ଼ିର ଅନ୍ତଃକନ୍ଦଳ ପ୍ରତିଫଳନ ନା ଅପରେସନ ଲୋଟସ ନା !
ଫାଟୁଛି ଶଙ୍ଖ; ବିଜେଡ଼ିର ଅନ୍ତଃକନ୍ଦଳ ପ୍ରତିଫଳନ ନା ଅପରେସନ ଲୋଟସ ନା ! (ETV Bharat Odisha)

ଭୁବନେଶ୍ବର: ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦୁର୍ବଳ ହେବାରେ ଲାଗିଛି ଏକଦା 24 ବର୍ଷ ଧରି କ୍ଷମତା ଦଖଲ କରିଥିବା ଶକ୍ତିଶାଳୀ ବିଜୁ ଜନତା ଦଳ । ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ମମତା ମହନ୍ତ ଓ ସୁଜିତ କୁମାର ଭଳି ନେତା ଦଳ ସହ ରାଜ୍ୟସଭା ପଦ ମଧ୍ୟ ଛାଡିଛନ୍ତି । ସେହିପରି ଏମାନଙ୍କ ପରେ ଆଉ କିଛି ନେତା ଦଳ ଛାଡିବା ଧାରାରେ ଥିବା ନେଇ ଚର୍ଚ୍ଚା ଲାଗି ରହିଛି । ଯାହାକୁ ନେଇ ବିଜେଡି ମହଲରେ କମ୍ପନ ସୃଷ୍ଟି ହୋଇଛି । ବିଜେଡ଼ିର ସ୍ଥିତି ଓ ଅନ୍ତଃକନ୍ଦଳର ଫାଇଦା ‘ଅପରେସନ ଲୋଟସ’ ଜରିଆରେ ଉଠାଇବାକୁ ଶାସକ ବିଜେପି ଚେଷ୍ଟା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

  • ମମତା ଓ ସୁଜିତଙ୍କ ପରେ କିଏ !

ଜୁଲାଇ 31 ତାରିଖରେ ହଠାତ ବିଜେଡ଼ିର ପ୍ରାଥମିକ ସଦସ୍ୟତା ସହ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ମମତା ମହନ୍ତ । ଏହାପରେ ସେ ଦିଲ୍ଲୀରେ ବିଜେପିରେ ସାମିଲ ହେଲେ । ତାଙ୍କ ଇସ୍ତଫା ପରେ ଖାଲି ହୋଇଥିବା ରାଜ୍ୟସଭା ଆସନରେ ନିକଟରେ ନିର୍ବାଚନ ମଧ୍ୟ ସରିଛି । ମମତା ବିଜେପି ଟିକେଟରେ ପୁଣି ଥରେ ରାଜ୍ୟସଭା ଗଲେ । ଏହାପରେ ସମାନ ଧାରାରେ ଆଉ ଜଣେ ବିଜେଡି ସାଂସଦଙ୍କୁ ଦେଖିବାକୁ ମିଳିଥିଲା । ଏହାର ଠିକ ମାସକ ପରେ ଅର୍ଥାତ 6 ସେପ୍ଟେମ୍ବର ରାଜ୍ୟସଭାରୁ ଇସ୍ତଫା ଦେଇ ଦେଲେ ସୁଜିତ କୁମାର । ଇସ୍ତଫା ଦେବାର କିଛି ସମୟ ମଧ୍ୟରେ ସେ ବିଜେପିରେ ସାମିଲ ହୋଇ ବିଜେଡିର ଗୁମର ଖୋଲିଥିଲେ । ବିଜେଡିର ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ସେ ଟାର୍ଗେଟ କରିଥିଲେ । ଦଳରେ ଦୁର୍ନୀତି ଓ ନେତାଙ୍କୁ ଅବହେଳା ଅଭିଯୋଗ କରିଥିଲେ । ଦଳ ଛାଡିଥିବା ଉଭୟ ନେତା ମମତା ଓ ସୁଜିତଙ୍କୁ ବିଜେଡ଼ି ପକ୍ଷରୁ ସମାଲୋଚନା କରାଯାଇଥିଲେ ମଧ୍ୟ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରାଯାଇନଥିଲା । ଫଳରେ ବିଜେଡିରେ ସବୁ କିଛି ଠିକ ନଥିବା କଥା ଚର୍ଚ୍ଚାକୁ ଆସିଥିଲା ।

  • ଆତ୍ମନିରୀକ୍ଷଣର ଆବଶ୍ୟକତା କଥା କହିଲେ ଅମର:-

ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଛନ୍ତି, "କିଏ କେଉଁଠିକୁ ଯିବେ କି ନଯିବେ ସେନେଇ ମୋ ପାଖରେ ଖବର ନାହିଁ । ଆମକୁ ଆହୁରି ଅଧିକ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି । ଆମର ଦୁର୍ବଳତା ରହିଛି । ତ୍ରୁଟି ମଧ୍ୟ ରହିଛି । ଏହାର ନିରୀକ୍ଷଣର ଅବଶ୍ୟକ ରହିଛି । ଆମର ତ୍ରୁଟି ଓ ଦୁର୍ବଳତାର ସୁଧାର କରିବାର ଆବଶ୍ୟକତା ରହିଛି । ଆଜି ମଧ୍ୟ ଗାଁ ଗହଳିରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଲୋକଙ୍କର ଭରସା ରହିଛି । କିନ୍ତୁ ନବୀନଙ୍କ ନେତୃତ୍ୱ ସହ ସାଂଗଠନିକ ଢାଞ୍ଚାର ଆବଶ୍ୟକତା ରହିଛି । ଉଭୟ ଥିଲେ ଦଳ କ୍ଷମତାକୁ ଆସି ପାରିବ । କେବଳ ଗୋଟିଏରେ ହେବନାହିଁ । ଆମର ସାଂଗଠନିକ ଢାଞ୍ଚାକୁ ସୁଧାରିବାର ଆବଶ୍ୟକତା ରହିଛି । ଲୋକଙ୍କ ବିଶ୍ୱାସ ଭାଜନ ହେବା ଲାଗି ଉଦ୍ୟମ ଆରମ୍ଭ ହେବା ଦରକାର । ଦଳ ଛାଡି ଯାଇଥିବା ଲୋକଙ୍କ ପ୍ରତି ଆକ୍ଷେପ ମଧ୍ୟ ଠିକ ନୁହେଁ । ଏହି ଅସୁବିଧା ଲାଗି ସମୀକ୍ଷା କରିବା ଦରକାର ।"

  • ମୋହନ ସରକାରର କାମରେ ଅନ୍ୟ ଦଳର ନେତା ଆକର୍ଷିତ ହେଉଛନ୍ତି !

ବିଜେପିର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କହିଛନ୍ତି, "ଯାହା ଆମେ ପ୍ରତିଶ୍ରୁତି ରଖିଥିଲୁ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେବା ପରେ କାମ କରିଛୁ । ପ୍ରତିଶ୍ରୁତି ଅନୁସାରେ କାମ କରି ଯେତେବେଳେ ଆମେ ସଫଳତା ପାଉଛେ, ସେତେବେଳେ ବିରୋଧୀ ଦଳରେ ଥିବା ନେତା ଆକର୍ଷିତ ହେଉଛନ୍ତି । ରାଜ୍ୟର ବିକାଶ ଲାଗି ବିଜେପି ସରକାର କାର୍ଯ୍ୟ କରୁଛନ୍ତି । ତେଣୁ ଆଗକୁ ବିରୋଧୀ ଦଳରେ ଥିବା ବହୁନେତା ବିଜେପିରେ ସାମିଲ ହେବାକୁ ଲମ୍ବା ଲାଇନରେ ରହିଛନ୍ତି । ବିଜେଡି ଛାଡି ବିଜେପିର ଆଦର୍ଶ ଓ ବିକଶିତ ଓଡିଶା ଗଠନ ସଂକଳ୍ପରେ ସାମିଲ ହେବାକୁ ଆସୁଛନ୍ତି । ସମାଜକୁ କିଛି ଦେବାକୁ ମନବୃତି ଥିବା କଂଗ୍ରେସ ଓ ବିଜେଡିର ନେତା ବିଜେପିରେ ସାମିଲ ହେବାକୁ ଆହ୍ୱାନ ଦେଉଛୁ ।"

  • ବିଜେଡିରେ ଅସନ୍ତୋଷ ବଢୁଛି, ବିସ୍ଫୋରଣ ହେବ’

ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ଗୋଟେ ହାତରେ କେବେ ହେଲେ ତାଳି ବାଜିବ ନାହିଁ । ‘ଅପରେସନ ଲୋଟସ’ ଓ ବିଜେଡ଼ିର ଅନ୍ତଃକନ୍ଦଳ ଏଥିପାଇଁ ଦାୟୀ ବୋଲି କହିବି । ବିଜେଡି ଭିତରେ ଅସନ୍ତୋଷ ଘନୀଭୂତ ହେଉଛି । ଦାନା ବନ୍ଧୁଥିବା ଅସନ୍ତୋଷ ବିସ୍ଫୋରଣର ରୂପ ନେବ । ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ । କ୍ଷମତାରେ ଥିବା ବେଳେ କଳ, ବଳ ଓ କୌଶଳେ ଦଳରେ ଥିବା ଅସନ୍ତୋଷକୁ ପ୍ରଶମିତ କରାଯାଏ । ବିଦ୍ରୋହକୁ ଦମନ କରିଦିଆଯାଏ । କ୍ଷମତାରେ ନଥିଲେ ବିଦ୍ରୋହୀ ମୁଣ୍ଡ ଟେକିବେ । ଯାହା ବର୍ତ୍ତମାନ ବିଜେଡିରେ ଦେଖିବାକୁ ମିଳୁଛି । ବିଜେଡି କରିଥିବା ଭୁଲର ପରିଣାମ ଭୋଗିବାକୁ ଯାଉଛି ।"

ଏହା ମଧ୍ୟ ପଢନ୍ତୁ :- ରାଜ୍ୟରେ ଲାଗୁ ହେବ 'ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା', ଖର୍ଚ୍ଚ ହେବ ୧୪୨୪ କୋଟି - Kamadhenu Yojana

ଏହା ମଧ୍ୟ ପଢନ୍ତୁ :- ବେଳାଭୂମିରେ ଖୋଲିବନି ମଦ ଦୋକାନ: ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର, ବୁଦ୍ଧିଜୀବୀଙ୍କ ସ୍ବାଗତ - Odisha Govt Drops Plan Beach Shacks

ଏହା ମଧ୍ୟ ପଢନ୍ତୁ :- ଶ୍ରୀମନ୍ଦିର‌ରେ ମାଟି କୁଡୁଆ ପରିବର୍ତ୍ତେ ଲୁହା କଡ଼େଇରେ ଅବଢ଼ା ପ୍ରସ୍ତୁତି, ରିପୋର୍ଟ ଦେବାକୁ ନିର୍ଦ୍ଦେଶ - Mahaprasad preparation in iron pans

ସେ ଆହୁରି ମଧ୍ୟ କହିଛନ୍ତି, "ବିଜେପିର ଅପରେସନ ଲୋଟସର ଅର୍ଥ ହେଉଛି କଳ, ବଳେ ଓ କୌଶଳେ ଅନ୍ୟ ଦଳକୁ ବିଭାଜନ କରି ନିଜ ଦଳରେ ସାମିଲ କରିବା । ଜାତୀୟ ସ୍ତରରେ ଥିବା ସହଯୋଗୀ ଓ ଆଞ୍ଚଳିକ ଦଳର ଶକ୍ତିକୁ ସଙ୍କୁଚିତ କରି ରଖିବାକୁ ବିଜେପି ଚାହୁଁଛି । ଏହା ଦ୍ୱାରା ଏକକ କାୟା ବିସ୍ତାର କରି ହେବ ବୋଲି ବିଜେପି ଚାହୁଁଛି । ଓଡିଶାରେ ଏହି କାର୍ଯ୍ୟକ୍ରମ ହେଉଛି ଏହାର ଏକ ଅଂଶବିଶେଷ । ପରିବର୍ତ୍ତିତ ପରିସ୍ଥିତିରେ ବିଜେଡି ଏବେ ଅନୁତପ୍ତ ଥିବ । ରାଜ୍ୟର ବୃହତର ସ୍ୱାର୍ଥକୁ ପରିହାର କରି ବିଜେପି ନିକଟରେ ଆତ୍ମସମର୍ପଣ କରିବାର ପରିଣାମ ବିଜେଡି ଭୋଗୁଛି । ଆଗାମୀ ଦିନରେ ଏହା ବଢିବ । ଏହା ଗଣତନ୍ତ୍ର ଲାଗି ଶୁଭଙ୍କର ନୁହେଁ ।"

ଇଟିଭି ଭାରତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.