ETV Bharat / state

ଚନ୍ଦନପୁରରେ ବ୍ୟବସାୟୀଙ୍କୁ ବୋମାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ - BOMB ATTACK CASE - BOMB ATTACK CASE

Puri Bomb Attack case: ବ୍ୟବସାୟୀଙ୍କ ଗୋଦାମ ଉପରକୁ ବୋମାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଚନ୍ଦନପୁର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଅଧିକ ପଢ଼ନ୍ତୁ

Puri Bomb Hurled case
Puri Bomb Hurled case
author img

By ETV Bharat Odisha Team

Published : Apr 24, 2024, 5:40 PM IST

Puri Bomb Hurled case

ପୁରୀ: ବୋମାମାଡ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଗତ ସୋମବାର ରାତିରେ ଚନ୍ଦନପୁର ଅଞ୍ଚଳରେ ଥିବା ଏକ ସିମେଣ୍ଟ ଗୋଦାମ ଉପରେ ବୋମାମାଡ ହୋଇଥିଲା । ସେହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଚନ୍ଦନପୁର ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ପୁରୀ ସଦର ଏସଡିପିଓ ରବି ନାରାୟଣ ଏକ ସାମ୍ବାଦିକ ସମ୍ମିଳନା ଯୋଗେ ଏହି ସୂଚନା ଦେଇଛନ୍ତି ।

ରବି ନାରାୟଣଙ୍କ ସୂଚନା ଅନୁଯାୟୀ, ସୋମବାର ରାତିରେ ଚନ୍ଦନପୁର ଥାନା ଅଞ୍ଚଳରେ ଘଟିଥିବା ବୋମା ମାଡ ଘଟଣାକୁ ନେଇ ମୌସୁମୀ ସାହୁ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ ହୋଇଛି । ଅଭିଯୋଗ କରିଥିବା ମୈାସୁମୀଙ୍କ ଶଶୁର ନିରଞ୍ଜନ ସାହୁଙ୍କ ଏକ ସିମେଣ୍ଟ ରଡ ଦୋକାନ ଚନ୍ଦନପୁର ସ୍ଥିତ ସିଡି ଛକ ଠାରେ ରହିଛି । ଉକ୍ତ ଦୋକାନ ନିକଟରେ ଶରତ କୁମାର ସାହୁଙ୍କ ଘର ଥିଲା । ଅଧିକାଂଶ ସମୟରେ ଦୋକାନକୁ ମାଲ ନେଇ ଆସୁଥିବା ଟ୍ରକ ଗୁଡିକ ଶରତଙ୍କ ଘର ଆଗରେ ରହୁଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା ।

ଏହାରି ଭିତରେ ନିରଞ୍ଜନଙ୍କ ଦୋକନରେ କାମ କରୁଥିବା ଜଣେ ବୃଦ୍ଧାଙ୍କର ହଠାତ ମୃତ୍ୟୁ ହୋଇଥିଲା । ବୃଦ୍ଧାଙ୍କ ମୃତ୍ୟୁ ପଛରେ ଶରତର ହାତଥିବା ନିରଞ୍ଜନ ଓ ବୃଦ୍ଧାଙ୍କ ପରିବାର ଆଶଙ୍କା କରିଥିଲେ । ପରବର୍ତ୍ତୀ ସମୟରେ ଶରତଙ୍କୁ ହତ୍ୟା କରାଯାଇଥିଲା । ଏନେଇ ୨୦୧୮ ମସିହାରେ ଚନ୍ଦନପୁର ଥାନାରେ ୧୬୯/୧୮ରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ କିଛି ଅଭିଯୁକ୍ତ ମଧ୍ୟ ଜେଲ ଯାଇଥିଲେ । ଶରତର ପୁଅ ସରୋଜ ବାପାର ହତ୍ୟାର ପ୍ରତିଶୋଧ ନେବା ପାଇଁ ପ୍ରୟାସ ଆରମ୍ଭ କରିଥିଲା । ଅନେକ ସମୟରେ ସରୋଜ ମୌସୁମୀଙ୍କୁ ଧମକ ଦେବା ସହ ଦାଦାବଟି ମାଗୁଥିଲା ।

ଏହା ମଧ୍ୟ ପଢ଼ନ୍ତୁ... ଚନ୍ଦନପୁରରେ ବ୍ୟବସାୟୀଙ୍କୁ ବୋମାମାଡ, ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଲେ ଲୋକେ - Puri Bomb Hurled

ଅନ୍ୟ ଜଣେ ଅଭିଯୁକ୍ତ ପବିତ୍ରଙ୍କ ବାପା ରବିନ୍ଦ୍ର ମଲ୍ଲିକ ଶରତ ସାହୁ ହତ୍ୟାକାଣ୍ଡରେ ସାମିଲ ରହିଥିଲା । ଉପଯୁକ୍ତ ଟଙ୍କା ନମିଳିବାରୁ ପବିତ୍ର ମଧ୍ୟ ସରୋଜକୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲ । ସୋମବାର ରାତିରେ ଉଭୟ ଏକ ବାଇକ୍ ଯୋଗେ ସିମେଣ୍ଟ ଗୋଦାମକୁ ଯାଇଥିଲେ । ଦାଦାବଟି ମାଗିବା ସହ ମିଶି ବୋମା ମାଡ କରିଥିଲେ । ବୋମା ମାଡ କରି ଘଟଣା ସ୍ଥଳରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପବିତ୍ର ଗାଡିରୁ ପଡି ଆହତ ହୋଇଥିଲା । ସ୍ଥାନୀୟ ଲୋକ ପବିତ୍ରକୁ କାବୁ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପବିତ୍ରକୁ ପୁରୀ ମେଡିକାଲରେ ଭତ୍ତି କରିଥିବା ବେଳେ ମୌସୁମୀଙ୍କ ଏତଲା କ୍ରମେ କେସ ୯୯/୨୪ରେ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ସରୋଜକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ପୋଲିସ ଅଭିଯୁକ୍ତ ସରୋଜକୁ ଗିରଫ କରିବା ସହ ତା ନିକଟରୁ ବ୍ୟବହାର ହୋଇଥିବା ବାଇକ ଓ ଦୁଇଟି ଜୀବନ୍ତ ବୋମା ଜବତ କରିଛି । ତେବେ ବୋମା ଗୁଡ଼ିକୁ ଅଭିଯୁକ୍ତ ମାନେ ନିଜେ ହାତରେ ତିଆରି କରିଥିବା ଅଭିଯୁକ୍ତ ସ୍ୱାକର କରିଛି । ଅଭିଯୁକ୍ତ ସରୋଜକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସହଯୋଗୀ ପବିତ୍ର ସୁସ୍ଥ ହେବା ପରେ କୋର୍ଟ ଚାଲାଣ କରାଯିବ ବୋଲି ପୁରୀ ସଦର ଏସଡିପିଓ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.