ETV Bharat / state

ଏନଏଚ-୫୫ରେ ସିରିଜ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର, ଉତ୍ତ୍ୟକ୍ତ ଲୋକଙ୍କ ହାବୁଡରେ ପଡ଼ି ହଟହଟା ହେଲେ ମନ୍ତ୍ରୀ - ROAD ACCIDENT IN DHENKANAL

author img

By ETV Bharat Odisha Team

Published : Sep 15, 2024, 1:37 PM IST

Accident in NH 55: ଢେଙ୍କାନାଳ 55 ନମ୍ବର ଜାତୀୟ ରାଜପଥରେ ସିରିଜ ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର । ଓଭରବ୍ରିଜ ଦାବିରେ ଗ୍ରାମବାସୀଙ୍କ ଧାରଣା ବେଳେ ହଟହଟା ହେଲେ ମନ୍ତ୍ରୀ ରବି ନାଏକ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଢେଙ୍କାନାଳ: ମରଣଯନ୍ତା ପାଲଟିଛି ୫୫ ନମ୍ବର ଜାତୀୟ ରାଜପଥ । ଘଟୁଛି ବାରମ୍ବାର ସଡକ ସଡକ ଦୁର୍ଘଟଣା । ଗୋଟିଏ ଦିନରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ମହିଷାପାଟ ଛକରେ ବାରମ୍ବାର ସଡକ ଦୁର୍ଘଟଣା ପରେ ଓଭରବ୍ରିଜ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ଅଡି ବସିଥିବା ବେଳେ ହଟହଟା ହେଲେ ରାଜ୍ୟ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାଏକ । ସମ୍ବଲପୁର ଯାଉଥିବା ବେଳେ ମନ୍ତ୍ରୀଙ୍କୁ ଅଟକ ରଖି ଗାଡି ଆଗରେ ଧାରଣା ଦେଲେ ଆନ୍ଦୋଳନକାରୀ । ଯାହା ଫଳରେ ମନ୍ତ୍ରୀ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଡି ଭିତରେ ବସି ରହିବାକୁ ବାଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା ।

ROAD ACCIDENT IN DHENKANAL (ETV BHARAT ODISHA)
  • ସଂଧ୍ୟାରେ ସିରିଜ ଦୁର୍ଘଟଣା ପରେ ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ:-

ଗତକାଲି ସନ୍ଧ୍ୟା ସମୟରେ ଢେଙ୍କାନାଳ କଲେଜ ବାଇପାସ ଶିବ ମନ୍ଦିର ନିକଟରେ ଏକ ବାଇକ ଉପରେ ଟ୍ରକ ମାଡି ଯାଇଥିଲା । ଦୁର୍ଘଟଣାସ୍ଥଳରେ ବାଇକ ଚଳକଙ୍କର ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣା ପରେ ପରେ ମହିଷାପାଟ ଛକରେ ପୁଣି ଏକ ଟ୍ରକ ଆଉ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ତେବେ ମହିଷାପାଟ ଛକରେ ବାରମ୍ବାର ଦୁର୍ଘଟଣାକୁ ବିରୋଧ କରି ଏକ ଓଭରବ୍ରିଜ ନିର୍ମାଣ ଦାବିରେ ଦୁର୍ଘଟଣାସ୍ଥଳରେ ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ଏହି ସମୟରେ ସେହି ବାଟ ଦେଇ ସମ୍ବଲପୁର ଯାଉଥିବା ବେଳେ ରାଜ୍ୟ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାୟକଙ୍କ ଗାଡିକୁ ଅଟକାଇଥିଲେ ଆନ୍ଦୋଳନକାରୀ । ଉତ୍ୟକ୍ତ ଲୋକେ ମନ୍ତ୍ରୀଙ୍କ ଗାଡି ଆଗରେ ବସି ଧାରଣା ଦେଇଥିଲେ ।

ROAD ACCIDENT IN DHENKANAL

ଏହା ମଧ୍ୟ ପଢନ୍ତୁ-ପୁଅର ଅମାନୁଷିକ କାଣ୍ଡ; ନିଜ ବାପା କାର୍‌କୁ ଧକ୍କା ଦେଇ ଠେଲିନେଲା, ଭିଡିଓ ଭାଇରାଲ - Son Hit Fathers Car

ଏହା ମଧ୍ୟ ପଢନ୍ତୁ-ହିଞ୍ଜିଳି ଦୁର୍ଘଟଣା: ସଡ଼କ ଦୁର୍ଘଟଣାର ଯେପରି ପୁନରାବୃତ୍ତି ନ ହେବେ ସେଥି ପ୍ରତିଧ୍ୟାନ ଦିଆଯିବ କହିଲେ ପରିବହନ ମନ୍ତ୍ରୀ - ROAD ACCIDENT IN GANJAM

  • ମନ୍ତ୍ରୀ କହିଲେ ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିବେ:-

ରାସ୍ତା ଅଵରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଶହ ଶହ ସଂଖ୍ୟାରେ ଗାଡି ଛିଡା ହୋଇ ଥିବାରୁ ଯାତାୟାତ ଠପ ହୋଇଯାଇଥିଲା । ଖବରପାଇ ଜିଲ୍ଲାପାଳ ଓ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏନେଇ ମନ୍ତ୍ରୀ ରବି ନାୟକ କହିଥିଲେ,''ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଏନେଇ ଲୋକଙ୍କ ମନରେ ଆବେଗ ରହିଛି । ଓଭର ବ୍ରିଜ ନିର୍ମାଣ କରିବାକୁ ଦାବି କରୁଛନ୍ତି ଲୋକେ । ଅନେକ ଥର 55 ନମ୍ବର ଜାତୀୟ ରାଜପଥର ଡିପିଆର ପରିବର୍ତ୍ତନ ହୋଇଛି । ରାସ୍ତା ସମସ୍ୟା ନେଇ ବିଭାଗ ସହିତ, କେନ୍ଦ୍ରମନ୍ତ୍ରୀଙ୍କ ସହତି ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ଏହାର ସାମାଧାମ ପାଇଁ । ଏନଏଚ ଜିଲ୍ଲାପାଳଙ୍କ ପରିଧି ବାହାରେ । ଏହା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପରିଧି ଭୁକ୍ତ । ତେବେ ଲୋକଙ୍କ ଦାବି କୁ ମୁଁ ନିଜେ ଉପଲବ୍ଧି କରୁଛି ଏବଂ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବି । '' ମନ୍ତ୍ରୀ ରବି ନାୟକଙ୍କ ଏପରି ପ୍ରତିକ୍ରିୟା ପରେ ଉତ୍ୟକ୍ତ ଲୋକେ ଆନ୍ଦୋଳନରୁ ହଟିଥିବା ଜଣାପଡିଛି।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.