ETV Bharat / state

ଅଙ୍ଗଦାନ କରି ଅମର ହୋଇଗଲା ସୁବୋଜିତ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ବିଦାୟ - ସୁବୋଜିତ ଶେଷକୃତ୍ୟ

Organ Donor Subojit Last Rites: ରାଷ୍ଟ୍ରୀୟ ମର୍ଯ୍ୟାଦା ପରେ ଶେଷ ଯାତ୍ରାରେ ସୁବୋଜିତ । ଶୋକାକୁଳ ପରିବେଶ ସହ ସୁବୋଜିତଙ୍କୁ ବିଦାୟ ଦେଲେ ପରିବାର ଓ ପ୍ରିୟଜନ ବର୍ଗ । ଅଧିକ ପଢ଼ନ୍ତୁ

ସୁବୋଜିତ
ସୁବୋଜିତ
author img

By ETV Bharat Odisha Team

Published : Mar 4, 2024, 4:00 PM IST

ସୁବୋଜିତ

ଭୁବନେଶ୍ବର: ଅଙ୍ଗଦାନ କରି ଅମର ହୋଇଗଲେ ୮ ବର୍ଷର ବାଳକ ସୁବୋଜିତ । ରାଷ୍ଟ୍ରୀୟ ମର୍ଯ୍ୟାଦା ପରେ ଶେଷ ଯାତ୍ରାରେ ସୁବୋଜିତ । ଶୋକାକୁଳ ପରିବେଶ ସହ ସୁବୋଜିତଙ୍କୁ ବିଦାୟ ଦେଲେ ପରିବାର ଓ ପ୍ରିୟଜନ ବର୍ଗ । ପୋଲିସ କମିଶନର, ଡିସିପି ଓ ସ୍ଥାନୀୟ କର୍ପୋରେଟର ଉପସ୍ଥିତରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୁବୋଜିତଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି । ଅନ୍ୟଙ୍କୁ ଜୀବନ ଦେଇ ଅମର ହୋଇଗଲେ ସୁବୋଜିତ ।

ଅଙ୍ଗଦାନ କରି ଅମର ହୋଇଗଲେ ଆଠ ବର୍ଷର ସୁବୋଜିତ । ପୁଅର ମୃତ୍ୟୁ ପରେ ଶରୀର ଦାନ କରିଥିଲେ ପରିବାର ଲୋକେ । ଆଜି (ସୋମବାର) ଭୁବନେଶ୍ବର ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୁବୋଜିତଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଭୁବନେଶ୍ଵର କଳ୍ପନା ଅଞ୍ଚଳର ଦ୍ଵିତୀୟ ଶ୍ରେଣୀର ଛାତ୍ର ସୁବୋଜିତ ମସ୍ତିଷ୍କ ରୋଗରେ ପୀଡିତ ହୋଇ ତିନିଦିନ ଧରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ଶନିବାର ତାଙ୍କର ବ୍ରେନ୍ ଡେଡ ଘୋଷଣା ହେବା ପରେ ପରିବାର ଲୋକେ ପୁଅର ଅଙ୍ଗଦାନ ପାଇଁ ଇଚ୍ଛା ପ୍ରକାଶ କରି ଅଙ୍ଗଦାନ ସମିତି ସହ ଯୋଗାଯୋଗ କରିଥିଲେ । ଏକ ଘରୋଇ ହସ୍ପିଟାଲରେ ମୃତ ପୁଅର ଲିଭର୍, କିଡନୀ, ଆଖି, ହାର୍ଟ ଭଳି 7ଟି ଅଙ୍ଗକୁ ଦାନ କରିଛନ୍ତି ପରିବାର ଲୋକ ।

ସୁବୋଜିତଙ୍କ ବାପାମାଆ ପୁଅ ପାଇଁ ଅନେକ ସ୍ୱପ୍ନ ଦେଖିଥିଲେ । କିନ୍ତୁ ପୁଅ ଅବେଳାରେ ଦୁନିଆ ଛାଡ଼ି ଚାଲିଯିବ, ସେକଥା ସ୍ୱପ୍ନରେ ବି ଭାବି ନଥିଲେ ପରିବାର ଲୋକେ । 8 ବର୍ଷର ପୁଅର ମୃତ୍ୟୁ ଶୋକରେ ଆଖିରୁ ଲୁହ ଶୁଖୁନାହିଁ ସିନା ବାପାଙ୍କ ମନରେ ପୁଅ ପାଇଁ ଗର୍ବ ରହିଛି । ପୁଅ ସିନା ଚାଲିଗଲା, ହେଲେ ଅଙ୍ଗଦାନ କରି ଅନ୍ୟମାନଙ୍କୁ ଜୀବନ ଉପହାର ଦେଇଗଲା । ଯାହା ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ପାଲଟିଗଲା । ଅଙ୍ଗଦାନ କରି ଅମର ହୋଇଗଲା ଆଠ ବର୍ଷର ସୁବୋଜିତ। ଆଜି ଶୋକାକୁଳ ପରିବେଶ ସହ ସୁବୋଜିତଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷ ବିଦାୟ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଅମର କୁନି ପୁଅ ସୁବୋଜିତ, ବ୍ରେନ ଡେଡ୍ ପରେ ଅଙ୍ଗ ଦାନ କଲା ପରିବାର

ତେବେ ଅଙ୍ଗ ଦାନକୁ ନେଇ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଥିଲେ । ଯେଉଁମାନେ ଅଙ୍ଗଦାନ କରିବେ ସେମାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବ । ଏହାରି ମଧ୍ୟରେ ଏକ ସପ୍ତାହ ମଧ୍ୟରେ କଟକ ଓ ଭୁବନେଶ୍ୱର ମଧ୍ୟରେ ପାଖାପାଖି 3 ଜଣ ଆଙ୍ଗଦାନ କରିଥିବା ସୂଚନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.