ETV Bharat / state

କୁଳଡ଼ିହା ଅଭୟାରଣ୍ୟରେ ରାତି ଅଧିଆ ଚଢ଼ାଉ, ୬ ଶିକାରୀ ଗିରଫ

author img

By ETV Bharat Odisha Team

Published : Mar 21, 2024, 11:22 AM IST

6 Hunters Arrested: କୁଳଡିହା ଅଭୟାରଣ୍ୟରେ ରାତି ଅଧିଆ କୁମ୍ବିଂ ଅପରେସନ । ୬ ଶିକାରୀଙ୍କୁ ଗିରଫ ସହ ୫ଟି ବନ୍ଧୁକ ଜବତ କରିଛି ବନ ବିଭାଗ । ଅଧିକ ପଢ଼ନ୍ତୁ

6 Hunters Arrested
6 Hunters Arrested

ଭୁବନେଶ୍ବର/ବାଲେଶ୍ବର: ଆକ୍ସନ ମୋଡରେ ବନ ବିଭାଗ । କୁଳଡିହା ଅଭୟାରଣ୍ୟରେ ରାତି ଅଧିଆ କୁମ୍ବିଂ ଅପରେସନ । ୬ ଶିକାରୀଙ୍କୁ ଗିରଫ ସହ ୫ଟି ବନ୍ଧୁକ ଜବତ କରିଛି ବନ ବିଭାଗ । ବାହାବନ୍ଧ ନିକଟ ଡେଉଁଚଖାଲ ଅଞ୍ଚଳରୁ ଗିରଫ କରିଛି ବନ ବିଭାଗ । ଏଥିରେ ନୀଳଗିରି ପୋଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବରେ ଚଢ଼ାଉ କରାଯାଇଥିଲା । ବନ କର୍ମଚାରୀଙ୍କୁ ଆକ୍ରମଣ ପରେ ଅଭୟାରଣ୍ୟରେ ବନ ବିଭାଗର କୁମ୍ବିଂ ଅପରେସନ ଜାରି ରହିଛି ।

ସୂଚନା ଅନୁଯାୟୀ,ଦିନକୁ ଦିନ ଜଙ୍ଗଲ ମଧ୍ୟରେ ଶିକାରୀମାନଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଅନେକ ସମୟରେ ଶିକାରୀମାନେ ବନ୍ୟଜନ୍ତୁଙ୍କ ଶିକାର କରିବା ସହ ବନ କର୍ମଚାରୀଙ୍କୁ ଆକ୍ରମଣ କରିବାରେ ମଧ୍ୟ ପଛ ଘୁଞ୍ଚା ଦେଉନାହାନ୍ତି । ଯାହା ଫଳରେ ଜଙ୍ଗଲରେ ବନ କର୍ମଚାରୀମାନେ ଜଙ୍ଗଲ ମଧ୍ୟରେ ପାଟ୍ରୋଲିଂ କରିବା ପାଇଁ ବିଭିନ୍ନ ଗାଡ଼ି ସହ ଅସ୍ତ୍ର ଶସ୍ତ୍ର ଦିଆଯାଇଛି । ଏନେଇ ଶିକାରୀଙ୍କ ଠାରୁ ସୁରକ୍ଷିତ ରହିବା ସହ ଜଙ୍ଗଲ ବନ୍ୟପ୍ରାଣୀ ଓ ନିଜକୁ ମଧ୍ୟ ସୁରକ୍ଷିତ ରଖିପାରିବେ । ଶିମିଳିପାଳ କୁଲଡିହା ଅଭୟାରଣ୍ୟରେ ଜୋରଦାର କୁମ୍ବିଂ ଅପରେସନ ଆରମ୍ଭ ହୋଇଛି । ଶିକାରୀ ଗୁଳିରେ ବନ କର୍ମଚାରୀ ଆହତ ପରେ ବିଭାଗର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବନବିଭାଗ ।

ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ୍‌ ମିଳିତ ଭାବରେ କରିଛନ୍ତି କୁମ୍ବିଂ । ଏହା ସହ ବନ୍ଧୁକ ରଖିଥିବା ଶିକାରୀଙ୍କୁ ବନ୍ଧୁକ ଆତ୍ମସମର୍ପଣ କରିବାକୁ ଚେତାବନୀ ଦିଆଯାଇଛି । ଗତ କିଛି ପୂର୍ବରୁ ଶିକାରୀଙ୍କ ଗୁଳିମାଡରେ ଜଣେ ବନ କର୍ମଚାରୀ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ଏହି ଘଟଣା ଘଟିଥିଲା ବାଲେଶ୍ୱର ଜିଲ୍ଲା କୁଲଢିଆ ଅଭୟାରଣ୍ୟରେ । ଏହି ଘଟଣାକୁ ନେଇ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା। ସମସ୍ତ ଆହତଙ୍କୁ ଚିକିତ୍ସା କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ବୌଦ୍ଧ ଜଙ୍ଗଲରେ ସକ୍ରିୟ ପଶୁ ଶିକାରୀ, ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲା ବନ ବିଭାଗ

ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି, 'ବିଶ୍ୱ ଜଙ୍ଗଲ ଦିବସରେ କୁଲଡିହା ଅଭୟାରଣ୍ୟର ପାରିପାର୍ଶ୍ୱରୁ ବନ୍ୟଜନ୍ତୁଙ୍କ ଶିକାର ପାଇଁ ବ୍ୟବହୃତ ହେଉଥିବା ୫ଟି ବନ୍ଧୁକ, ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଜବତ କରିବା ସହ ୬ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ।' ତେବେ ବର୍ତ୍ତମାନ ଶିକାରୀଙ୍କୁ ଧରିବାକୁ ସ୍ୱତନ୍ତ୍ର ଭାବରେ ଡ୍ରାଇଭ୍ ଜାରି ରହିଛି । ଏନେଇ ମିଳିତ ଅପରେସନରେ ଜଡିତ ଥିବା ପୋଲିସ, ଜଙ୍ଗଲ ଏବଂ ଏସଟିଏଫ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ । ଅନ୍ୟପଟେ ଏହି ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯାଇଥିବା ବେଳେ ପ୍ରଥମ ଦିନରେ ଜଣେ ଶିକାରୀଙ୍କୁ ଗିରଫ କରିଥିଲା ବନ ବିଭାଗ । ଏଥିସହ ଶିକାରୀ ଠାରୁ ବନ୍ଧୁକ ଜବତ କରିବା ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.