ETV Bharat / state

ଭୁତକୋଠିରେ ପରିଣତ ହେଲାଣି 5T ସ୍ମାର୍ଟ ସ୍କୁଲ, ନଷ୍ଟ ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ - Irregularities in 5T School

Irregularities in 5T School: ପ୍ରଥମେ ୨୦୧୬ରେ ୬୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ । ପରେ ୨୦୨୩ରେ ଆହୁରି କୋଟିଏରୁ ଊର୍ଦ୍ଧ୍ବ ଟଙ୍କାରେ ନବୀକରଣ କରାଯାଇ କରାଗଲା 5T ସ୍କୁଲ । ହେଲେ ୨୦୨୪ରେ ମଧ୍ୟ ଆରମ୍ଭ ହୋଇପାରିଲାନି ସ୍କୁଲ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jun 25, 2024, 10:05 PM IST

Irregularities in 5T School
Irregularities in 5T School (ETV Bharat Odisha)

ଦେବଗଡ଼: ସରକାରୀ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ ହୋଇ ନିର୍ମାଣ ହେଲା 5T ସ୍ମାର୍ଟ ସ୍କୁଲ । ହେଲେ ସ୍କୁଲରେ ନା ଅଛନ୍ତି ଛାତ୍ରଛାତ୍ରୀ, ନା ଅଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ବର୍ଷବର୍ଷ ଧରି ନବନିର୍ମିତ ସ୍କୁଲ କୋଠାଟି ପରିତ୍ୟକ୍ତ ଭାବେ ପଡିରହି ଭୁତକୋଠିରେ ପରିଣତ ହୋଇଥିବାବେଳେ ଲକ୍ଷାଧିକ ଟଙ୍କାର ଶିକ୍ଷା ଉପକରଣ ଖତ ଖାଉଛି । ସରକାରଙ୍କ ଲୋକ ଦେଖାଣିଆ 5T ସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାରେ ।

ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ନୂଆଁଡିହି ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାତା ଗ୍ରାମରେ ଗତ ୨୦୧୬ ମସିହାରେ ସରକାର ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟକରି ନିର୍ମାଣ କରିଥିଲେ ଏକ ଉନ୍ନୀତ ଉଚ୍ଚ ବିଦ୍ୟାଳୟ । ମାତ୍ର ଆବଶ୍ୟକ ଛାତ୍ରଛାତ୍ରୀଙ୍କ ଅଭାବରୁ ଏହି ବିଦ୍ୟାଳୟଟି ଦିନକ ପାଇଁ ବି ଚାଲିପାରିଲା ନାହିଁ । ବିଦ୍ୟାଳୟଟି କାର୍ଯ୍ୟକ୍ଷମ ନହୋଇ ପରିତ୍ୟକ୍ତ ଭାବେ ଦୀର୍ଘ ସମୟ ଧରି ପଡିରହିଥିଲା । ଏଭଳି ସ୍ଥିତିରେ ଗତ ୨୦୨୧ ମସିହାରେ ସରକାର ଏହି ବିଦ୍ୟାଳୟକୁ 5T ସ୍ମାର୍ଟ ସ୍କୁଲ ଯୋଜନାରେ ସାମିଲ କରି ଏହାର ରୂପାନ୍ତରିତ କାର୍ଯ୍ୟ କରାଇଥିଲେ । ସ୍କୁଲ ରୂପାନ୍ତରିତ ଆଳରେ ସରକାରୀ ରାଜକୋଷରୁ ଏଠାରେ ପ୍ରାୟ ଏକକୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ କରାଗଲା । ରୂପାନ୍ତରଣ ନାମରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଅଳ୍ପକିଛି ମରାମତି କରାଇ ସ୍କୁଲ କୋଠାରେ ରଙ୍ଗ ବୋଳି ଓ ଚିତ୍ର ଆଙ୍କି ମିଥ୍ୟା ବିଲ କରି ବ୍ୟାପକ ଅର୍ଥ ହରିଲୁଟ କରିଥିବା ଅଭିଯୋଗ ହୋଇଥିଲା । ସ୍କୁଲ ରୂପାନ୍ତରଣ ପରେ ଏହି ସ୍କୁଲକୁ ଲକ୍ଷାଧିକ ଟଙ୍କାର ଶିକ୍ଷା ଉପକରଣ ମଧ୍ୟ ଯୋଗାଇ ଦିଆଗଲା । ଗତ ୨୦୨୩ ମସିହା ଜାନୁଆରୀ ୨୭ ତାରିଖ ଦିନ ଏହି ରୂପାନ୍ତରିତ 5T ସ୍କୁଲକୁ ଦେବଗଡ଼ ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ଉଦଘାଟିତ କରିଥିଲେ ।

ମାତ୍ର ଅତ୍ୟନ୍ତ ପରିତାପର ବିଷୟ ଯେ, ଉଦଘାଟନ ପରେ ଏହି ସ୍କୁଲଟି କାର୍ଯ୍ୟକ୍ଷମ କରିବା ଦିଗରେ ଜିଲ୍ଲା ଶିକ୍ଷା ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ଆଦୌ ଇଛା ପ୍ରକାଶ କରୁନାହାନ୍ତି । ଚଳିତ ଶିକ୍ଷାବର୍ଷ ପ୍ରାରମ୍ଭରୁ ରେଙ୍ଗାତା ଗ୍ରାମ ତଥା ଆଖପାଖ ଗ୍ରାମର ପାଖାପାଖି ୭୦ରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ନାମ ଲେଖାଇ ପାଠ ପଢ଼ିବା ପାଇଁ ଇଛୁକ ଥିବାବେଳେ, ଏହି ସ୍କୁଲଟି କାର୍ଯ୍ୟକ୍ଷମ ନହେବାରୁ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବାକୁ ବସିଛି । ଅନ୍ୟପକ୍ଷରେ, ରୂପାନ୍ତରିତ ହୋଇଥିବା ଏହି ସ୍ମାର୍ଟସ୍କୁଲଟି ଦୀର୍ଘ ସମୟ ହେଲା କାର୍ଯ୍ୟକ୍ଷମ ନହୋଇ ପରିତ୍ୟକ୍ତ ଭାବେ ପଡିରହି ଭୁତକୋଠିରେ ପରିଣତ ହେବାକୁ ବସିଲାଣି । ସ୍କୁଲରେ ଥିବା ଲକ୍ଷାଧିକ ଟଙ୍କାର ଶିକ୍ଷା ଉପକରଣ କାର୍ଯ୍ୟରେ ନଆସି ଖତ ଖାଉଛି । ସେପଟେ ଏହି ସ୍କୁଲରେ ପାଠପଢିବା ପାଇଁ ଆବଶ୍ୟକ ଛାତ୍ରଛାତ୍ରୀ ନଥିବା ଆଳ ଦେଖାଇ ଶିକ୍ଷା ବିଭାଗ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଚୁପ ହୋଇ ବସିଥିବା ଜଣାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଜଳରେ ଧୋଇଯିବ କି ଜଳସେଚନ ପ୍ରକଳ୍ପ ? ନିମ୍ନମାନର କାମ ହେଉଥିବା ଅଭିଯୋଗ - Low Quality Water Irrigation Project Work

ଏଠାରେ ପ୍ରଶ୍ନ ଉଠେ, ଏହି ସ୍କୁଲରେ ଯଦି ପାଠପଢିବା ପାଇଁ ଆବଶ୍ୟକ ଛାତ୍ରଛାତ୍ରୀ ନଥିଲେ, ତାହାଲେ ସରକାରୀ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ କରାଯାଇ ଏହାର ରୂପାନ୍ତରଣ କାର୍ଯ୍ୟ କରାଗଲା କାହିଁକି ? ଏଥିପାଇଁ ଦାୟୀ କିଏ ? ଏସମ୍ପର୍କରେ ଦେବଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ସଚ୍ଚିଦାନନ୍ଦ ବେହେରାଙ୍କୁ ପଚରା ଯିବାରୁ ସେ କ୍ୟାମେରା ଆଗରେ କୌଣସି ମତାମତ ଦେବାକୁ ମନାକରି ଦେଇଥିଲେ । ଶିକ୍ଷା ଭିତ୍ତିଭୂମିର ବିକାଶ ତଥା ପିଲାଙ୍କୁ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ କୋଟିକୋଟି ଟଙ୍କା ବ୍ୟୟ କରି ସରକାର 5T ସ୍ମାର୍ଟ ସ୍କୁଲ ନିର୍ମାଣ କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା କାରଣରୁ ଏହି ସ୍ମାର୍ଟ ସ୍କୁଲଟି ଦୀର୍ଘ ସମୟ ହେଲା କାର୍ଯ୍ୟକ୍ଷମ ନହୋଇ ମାଟିରେ ମିଶିଯିବାକୁ ବସିଛି । ଏଦିଗରେ ସରକାର ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.