ETV Bharat / state

ସମ୍ବଲପୁର ପାଇଁ ୫୮ କୋଟିର କାର୍ଯ୍ୟ ପାଇଁ ମଞ୍ଜୁରୀପତ୍ର ବଣ୍ଟନ; ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ - work approvals for Sambalpur

VK Pandian distributes work approvals: ସମ୍ବଲପୁର ଜିଲ୍ଲା ପାଇଁ ୫୮ କୋଟି ଟଙ୍କାର ୧୩୪୭ଟି କାର୍ଯ୍ୟ ମଞ୍ଜୁରୀପତ୍ର ବାଣ୍ଟିଲେ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ । ବିରୋଧୀଙ୍କୁ କଲେ ଟାର୍ଗେଟ । ଅଧିକ ପଢ଼ନ୍ତୁ

ସମ୍ବଲପୁର ପାଇଁ ୫୮ କୋଟିର କାର୍ଯ୍ୟ ପାଇଁ ମଞ୍ଜୁରୀପତ୍ର ବଣ୍ଟନ

author img

By ETV Bharat Odisha Team

Published : Feb 14, 2024, 10:22 PM IST

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି ବିରୋଧୀ ଦଳର ନେତା । ନିର୍ବାଚନୀ ପ୍ରତିଶ୍ରୁତି ଦେଉଥିବା ନେତାଙ୍କୁ ତୀର୍ଯ୍ୟକ ବାଣ ମାରିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ । ସେହିପରି ବିରୋଧୀଙ୍କୁ ଦରଖାସ୍ତ ଦେଇ ଦେଖନ୍ତୁ, କେତେ ଦିନରେ ସମାଧାନ ହେଉଛି ବୋଲି ସେ ଜନସାଧାରଣଙ୍କୁ ଦେଇଛନ୍ତି ଆହ୍ବାନ । ସବୁଠୁ କମ ସମୟରେ ଲୋକଙ୍କ ଦରଖାସ୍ତ ଉପରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଉଥିବା ସେ କହିଛନ୍ତି । ସମ୍ବଲପୁର ଜିଲ୍ଲା ପାଇଁ ୫୮ କୋଟି ଟଙ୍କାର ୧୩୪୭ଟି କାର୍ଯ୍ୟ ମଞ୍ଜୁରୀପତ୍ର ବଣ୍ଟନ ଅବସରରେ ସେ ଏହା କହିଛନ୍ତି ।

5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି, "ରାଜ୍ୟରେ ଏବେ ନିର୍ବାଚନୀ ମାହୋଲ ତିଆରି ହେଲାଣି । ଗାଁ ଗାଁରେ ବିଭିନ୍ନ ଦଳର ନେତା ବୁଲୁଛନ୍ତି । ସେମାନଙ୍କୁ ଦାବିପତ୍ର ଦେଇ ଦେଖନ୍ତୁ । କେତେ ଦିନରେ ସେମାନେ ଦାବି ପୂରଣ କରୁଛନ୍ତି । କେତେ ଦିନରେ ଦରଖାସ୍ତର ସମାଧାନ ହେଉଛି ।" ବିରୋଧୀ ଦଳର ନେତାମାନଙ୍କ ସମ୍ପର୍କରେ ଏଭଳି ମନ୍ତବ୍ୟ ଦେଇଛନ୍ତି 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଆଜି ଭିସି ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ଲୋକଙ୍କ ସହ କଥା ହେବା ସହ ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁରୀପତ୍ର ବଣ୍ଟନ ପର୍ବରେ ଯୋଗ ଦେଇଥିଲେ ପାଣ୍ଡିଆନ । ନିକଟରେ ସେ ସମ୍ବଲପୁର ଗସ୍ତ ବେଳେ ଲୋକଙ୍କଠାରୁ ସଂଗ୍ରହ କରିଥିବା ଦରଖାସ୍ତ ଭିତ୍ତିରେ ବିଭିନ୍ନ ପ୍ରକଳ୍ପକୁ ଆଜି ମଞ୍ଜୁରୀପତ୍ର ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ଯୋଜନା ଆନୁକୂଲ୍ୟରେ ୫୮ କୋଟି ବ୍ୟୟ ଅଟକଳର ୧୩୪୭ଟି ପ୍ରକଳ୍ପ ପାଇଁ ମଞ୍ଜୁରୀପତ୍ର ଆଜି ପ୍ରଦାନ କରାଯାଇଛି । ଏଥିପାଇଁ ସମ୍ବଲପୁର ଜିଲ୍ଲାର ରେମେଡ୍‌ ପଡିଆ, କୁଚିଣ୍ଡା କଲେଜ ପଡିଆ, ଜୁଜୁମରା ହକି ପଡିଆ, ରେଢାଖୋଲ ଏବଂ ବିଶାଲଖିଣ୍ଡା ପଡିଆରେ ପ୍ରକଳ୍ପ ମଞ୍ଜୁରୀପତ୍ର ବଣ୍ଟନ କାର୍ଯକ୍ରମ ଆୟୋଜନ ହୋଇଥିଲା । ଏହି ସବୁ କାର୍ଯକ୍ରମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରୀତା ସାହୁ, ପ୍ରଫୁଲ୍ଲ ମଲ୍ଲିକ ଏବଂ ଟୁକୁନି ସାହୁ ଯୋଗ ଦେଇଥିଲେ । ଭିସି ଜରିଆରେ ଯୋଡି ହୋଇଥିଲେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ।

ଏହା ମଧ୍ୟ ପଢ଼ନ୍ତୁ...5T ଅଧ୍ୟକ୍ଷଙ୍କ ସମ୍ବଲପୁର ଗସ୍ତ, ବିଭିନ୍ନ କାର୍ଯ୍ୟକ୍ରମରେ ହେଲେ ସାମିଲ

ଜାନୁଆରୀ ୧୨ ଓ ୧୩ ତାରିଖରେ ପାଣ୍ଡିଆନ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକର ସମୀକ୍ଷା କରିଥିଲେ । ଏହା ସହିତ ଲୋକଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିଥିଲେ । ଏହି ଦରଖାସ୍ତ ମଧ୍ୟରେ ଥିବା ଧାର୍ମିକ ଅନୁଷ୍ଠାନ ରୂପାନ୍ତରଣ ପ୍ରସ୍ତାବ, ଗୋଷ୍ଠୀ କେନ୍ଦ୍ର ନିର୍ମାଣ ପ୍ରସ୍ତାବ ନେଇ ତୁରନ୍ତ ପଦକ୍ଷେପ ନିଆଯାଇଛି । ସମସ୍ତ ଦରଖାସ୍ତର ସମୀକ୍ଷା କରି ଆଜି ୧୩୪୭ଟି କାର୍ଯ୍ୟର ମଞ୍ଜୁରୀ ଆଦେଶ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାଣ୍ଡିଆନ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡିଆଙ୍କୁ ତାଙ୍କ ପରିବାର ବୋଲି ଭାବନ୍ତି । କଥା କମ କୁହନ୍ତି, କିନ୍ତୁ ଲୋକଙ୍କ ପାଇଁ ସବୁବେଳେ କାମ କରନ୍ତି । ଏତେ କମ ଦିନ ମଧ୍ୟରେ ଲୋକଙ୍କ ଦରଖାସ୍ତ ଉପରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ହିଁ ପଦକ୍ଷେପ ନେଇପାରନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି,"ଏବେ ରାଜ୍ୟରେ ନିର୍ବାଚନୀ ମାହୋଲ ଆରମ୍ଭ ହୋଇଗଲାଣି । ଅନ୍ୟାନ୍ୟ ରାଜନୈତିକ ଦଳର ନେତାମାନେ ଆସି ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିବେ । ସେମାନଙ୍କୁ ଜନସାଧାରଣ ଦରଖାସ୍ତ ଦେଇ ଦେଖନ୍ତୁ । ସେମାନେ କେତେ ଦିନରେ ତାହା ପୂରଣ କରୁଛନ୍ତି । ନା ବିଲକୁଲ ପୂରଣ କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତ୍ର 5ରୁ 10 ଦିନ ଭିତରେ ଲୋକଙ୍କ ଆବେଦନ ଉପରେ ପଦକ୍ଷେପ ନେଉଛନ୍ତି । ତାଙ୍କର ସମକକ୍ଷ କେହି ହୋଇପାରିବେ ନାହିଁ ।" ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଜନସାଧାରଣ ହୃଦୟର ସହିତ ଆଶୀର୍ବାଦ କରନ୍ତୁ ବୋଲି ସେ ଅପିଲ କରିଛନ୍ତି । ବିଭିନ୍ନ ଅଞ୍ଚଳକୁ ମିଳିଥିବା ପ୍ରକଳ୍ପ ମଞ୍ଜୁରୀପତ୍ର ପାଇଁ ବିଭିନ୍ନ ଅଞ୍ଚଳବାସୀ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.