ETV Bharat / state

ପୁରୀ ବାଣ ବିସ୍ଫୋରଣ ଘଟଣା: ଖୋଳତାଡ କରୁଛି ପୋଲିସ, 4 ଜଣଙ୍କୁ ପଚରାଉଚରା - Puri Crackers Explosion Incident

author img

By ETV Bharat Odisha Team

Published : Jun 3, 2024, 8:40 PM IST

Puri Fire Cracker Explosion: ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ତଦନ୍ତ କରିବେ ଏସଆରସି । ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଅଧିକ ପଢନ୍ତୁ

Puri Fire Cracker Explosion:
Puri Fire Cracker Explosion: (ETV Bharat Odisha)

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ତଦନ୍ତ କରୁଛି ପୋଲିସ । କୁମ୍ଭାରପଡା ଥାନା ପୋଲିସ ଦୁଇ ଜଣ ବାଣ ବ୍ୟବସାୟୀ ସମେତ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଭଉଁରୀ ଉତ୍ସବ ଦିନ ବାଣ ବିସ୍ଫୋରଣ ହୋଇ ଏଯାବତ୍ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭୁବନେଶ୍ବର ଓ କଟକର ବିଭିନ୍ନ ହସ୍ପିଟାଲରେ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି । ତେବେ କିଏ ଏବଂ କେତେ ଟଙ୍କାର ବାଣ ଆସିଥିଲା, ଏହି ବାଣ କେଉଁଠୁ ଆସିଥିଲା ସେନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।

Puri Fire Cracker Explosion (ETV Bharat Odisha)

ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ ଗଠନ ହୋଇଥିବା ବେଳେ ଦୁଇଟି ଦିଗ ଉପରେ ତଦନ୍ତ କରାଯାଉଛି ବୋଲି କହିଛନ୍ତି ପୁରୀ ଏସପି ପିନାକ ମିଶ୍ର । ତେବେ ଏସପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ ବାଣ ବିସ୍ଫୋରଣରେ ଆହତ ହୋଇ ଏସସିବି ମେଡିକାଲ୍‌ରେ ଚିକିତ୍ସିତ ହେଉଥିବା ଦୁଇଜଣ ବ୍ୟକ୍ତି ଆଜି ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଅନ୍ୟପଟେ ଭଉଁରୀ ଉତ୍ସବରେ ବାଣ ଫୁଟାଇବା ନେଇ ପୋଲିସ ପକ୍ଷରୁ କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନକୁ ଅନୁମତି ଦିଆଯାଇନଥିଲା ବୋଲି କହିଛନ୍ତି ଏସପି ।

ଏହା ମଧ୍ୟ ପଢନ୍ତୁ ....ଥମୁନି ବାଣ ବିସ୍ଫୋରଣ ଜନିତ ମୃତ୍ୟୁ ! ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି - Fire Tragedy Death Toll Rise

ବେଆଇନ୍ ଭାବେ ଜଣେ ବ୍ୟକ୍ତି ବାଣ ଫୁଟାଇଥିବାରୁ ଏତେବଡ଼ ଅଘଟଣ ଘଟିଥିଲା ବୋଲି ଏସପି କହିଛନ୍ତି । ତେବେ ଡିଏସପି ରାଙ୍କର ଜଣେ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଥିବା ବେଳେ ଏଥିରେ ଫରେନସିକ୍ ଟିମ୍ ଓ ବରିଷ୍ଠ ପୋଲିସ ଅଧିକାରୀ ରହିଛନ୍ତି । ତେବେ ଆସନ୍ତା ୫ ତାରିଖରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଅଧ୍ୟକ୍ଷତାରେ ପୁରୀ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ସେପଟେ ବାଣ ଯୋଗାଇ ଥିବା 4 ଜଣ ବ୍ୟକ୍ତିଙ୍କୁ ପୋଲିସ୍ ଅଟକ ରଖି ପଚରଉଚରା କରୁଛି । ବର୍ତ୍ତମାନ 17 ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସେପଟେ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ପୁରୀ ଜିଲ୍ଲାପାଳ । ଅତିରିକ୍ତ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଦ୍ବାରା ଏହି ଘଟଣାର ତଦନ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ଆସନ୍ତା ଜୁନ ୫ତାରିଖ ଦିନ ଘଟଣାକୁ ନେଇ କିଛି ବି ଆପତ୍ତି ଅଭିଯୋଗ ଥିଲେ ଅପରାହ୍ନ ୩ଟାରୁ ୭ ମଧ୍ୟରେ ପୁରୀ ସର୍କିଟ ହାଉସ ଠାରେ ଜନ ସାଧାରଣ ଦାଖଲ କରିବାକୁ ସୂଚନା ପ୍ରଦାନ କରାଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.