ETV Bharat / state

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ, ସମାଧାନ ହେଲା ୩୮୪୪୭ ମାମଲା

author img

By ETV Bharat Odisha Team

Published : Mar 10, 2024, 12:04 PM IST

National Lok Adalat: ଖୋର୍ଦ୍ଧା ଜିଲ୍ଲାରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଶେଷ ହୋଇଛି । ୩୮,୪୪୭ ମାମଲାରା ହୋଇଛି ସମାଧାନ । ଅଧିକ ପଢନ୍ତୁ

National Lok Adalat
National Lok Adalat

ଭୁବନେଶ୍ୱର: ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଖୋର୍ଦ୍ଧା ଜିଲ୍ଲାରେ ଅନୁଷ୍ଠିତ ହୋଇଛି । ଶନିବାର ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ନିଶିଥ ନିଶାଙ୍କଙ୍କ ନିର୍ଦ୍ଦେଶରେ ଏହା ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ୱର, ଖୋର୍ଦ୍ଧା, ବାଣପୁର, ଚିଲିକା, ଜଟଣୀ, ଟାଙ୍ଗୀ ଓ ବେଗୁନିଆସ୍ଥିତ ବିଚାର ବିଭାଗୀୟ ଅଦାଲତ ପରିସରରେ ଲୋକ ଅଦାଲତ ହୋଇଥିଲା । ଏଥିରେ ସାଲିସଯୋଗ୍ୟ ଫୌଜଦାରୀ, ଚେକ ବାଉନ୍ସ, ମୋଟରଯାନ ଦୁର୍ଘଟଣା, ବ୍ୟାଙ୍କ ଋଣ, ଶ୍ରମ ଓ ବିଦ୍ୟୁତ, ପାରିବାରିକ ଏବଂ ବୈବାହିକ ମାମଲା, ଜମି ଅଧିଗ୍ରହଣ, ରାଜସ୍ବ, ଖାଉଟି ବ୍ୟାପାର ଭଳି ବହୁ ଜନ ଉପଯୋଗୀ ମାମଲାର ବିଚାର ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ -ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ: ଦିନକରେ ୮୨୨୭ଟି ମାମଲାର ଫଇସଲା

ଏହା ମଧ୍ୟ ପଢନ୍ତୁ- ନବରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୩୪ ମାମଲାର ଶୁଣାଣି

ବିଭିନ୍ନ ଅଦାଲତରେ ଆଗତ ୫୭ ହଜାର ୮୨୪ଟି ମାମଲା ମଧ୍ୟରୁ ୩୮ ହଜାର ୪୪୭ଟି ମାମଲାର ଚୂଡାନ୍ତ ଫୈସଲା ଆପୋଷ ଆଲୋଚନା ମାଧ୍ୟମରେ ହୋଇଥିଲା । ଏହି ମାମଲାଗୁଡ଼ିକରୁ ସମୁଦାୟ ୧୧ କୋଟି ୯୬ ଲକ୍ଷ ୬୩ ହଜାର ୫୦୪ ଟଙ୍କା ଜରିମାନା ଏବଂ ରାଜସ୍ୱ ଆଦାୟ ହେବା ସହ ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି । ଏଥିରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ରାଜସ୍ୱ ଅଧିକାରୀ, ଆଇନଜୀବୀ, କୋର୍ଟ ମ୍ୟାନେଜର, ଅଦାଲତ କର୍ମଚାରୀ, ପ୍ରାଧିକରଣଙ୍କ କର୍ମଚାରୀ, ଡିଫେନ୍ସ କାଉନସିଲ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୌଦାମିନୀ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ ।

ଏହା ମଧ୍ୟ ପଢନ୍ତୁ- ନଭେମ୍ବର ୧୨ରେ ରାଷ୍ଟ୍ରୀୟ ଲୋକ ଅଦାଲତ, ଆପୋଷ ସମାଧାନର ସୁଯୋଗ ନେବାକୁ ପରାମର୍ଶ

ଏହା ମଧ୍ୟ ପଢନ୍ତୁ- National Lok Adalat: କନ୍ଧମାଳରେ ୩୫ଟି ମାମଲାର ହେଲା ଫଇସଲା

ଲୋକ ଅଦାଲତରେ ମାମଲାର ଫୈସଲା ପାଇଁ କୌଣସି ଅର୍ଥ ଦେବାକୁ ପଡେ ନାହିଁ । ଲୋକ ଅଦାଲତର ରାୟ ଚୂଡାନ୍ତ ବୈଧ ଓ ଫଳପ୍ରଦ ଯୋଗ୍ୟ ଅଟେ । ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ସମାଧାନ ପାଇଁ ଅଥବା ନିଜ ନିଜ ମଧ୍ୟରେ ଥିବା ବିବାଦର ପ୍ରାକ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ସମାଧାନ ପାଇଁ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.