ETV Bharat / state

ନିଶା ବେପାରୀଙ୍କୁ କଠୋର ସଜ୍ଜା, ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ - DRUG PEDDLERS CONVICTED - DRUG PEDDLERS CONVICTED

3 Drug Peddlers Sentenced: ୩ ବ୍ରାଉନସୁଗାର ବେପାରୀଙ୍କୁ ଭୁବନେଶ୍ବର କୋର୍ଟ ୨୦ ବର୍ଷର ଜେଲ ଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କାର ଜୋରିମାନା ଦେବାକୁ ରାୟ ଶୁଣାଇଛନ୍ତି । ବାଲେଶ୍ବରରୁ ଚାରି କିଲୋ‌ ଚାରି ଶହ ୫୮ଗ୍ରାମ ବ୍ରାଉନସୁଗାର ଭୁବନେଶ୍ବର ଆଣୁଥିବା ବେଳେ ଧରା ପଡିଥିଲେ ୩ ଅଭିଯୁକ୍ତ । ଅଧିକ ପଢନ୍ତୁ

3 Drug Peddlers Sentenced
3 Drug Peddlers Sentenced (ETV Bharat)
author img

By ETV Bharat Odisha Team

Published : May 9, 2024, 10:41 PM IST

3 Drug Peddlers Sentenced (ETV Bharat Odisha)

ଭୁବନେଶ୍ବର: ପ୍ରାୟ ୪ ବର୍ଷ ପରେ ନିଶା କାରବାର ମାମଲାରେ ଆସିଛି କୋର୍ଟର ରାୟ । ସାଢେ ଚାରି କୋଟି ନିଶା କାରବାର ମାମଲାରେ ୩ ଜଣଙ୍କୁ ୨୦ ବର୍ଷ ଲେଖାଏ ଜେଲ ଦଣ୍ଡ ଶୁଣାଇଛନ୍ତି ଭୁବନେଶ୍ବର କୋର୍ଟ । ଏହା ସହ ସମସ୍ତ ଅଭିଯୁକ୍ତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନାର ରାୟ ଦେଇଛନ୍ତି ୨ୟ ଅତିରିକ୍ତ ଜିଲ୍ଲା ଦୌରାଜଜ । ଆସିଥିବା ରାୟ ଅନୁସାରେ ତିନି ଅଭିଯୁକ୍ତ ହେଲେ ବାଲେଶ୍ବରର ପ୍ରବୀଣ ସିଂ, ଦେବାଶିଷ ବେହେରା, କୌସର ଅଲ୍ଲୀ । ଏହି ୩ ଅଭିଯୁକ୍ତଙ୍କୁ ୧୩ଟି ସାକ୍ଷୀ ଓ ୭୯ଟି ଦସ୍ତାବିଜ ଆଧାରରେ ଏହି ଦଣ୍ଡ ଶୁଣାଇଛନ୍ତି ADJ 2 କୋର୍ଟ । ଭୁବନେଶ୍ବର କୋର୍ଟରେ ନିଶା କାରବାର ମାମଲାରେ ଏହା ପ୍ରଥମ କଠୋର ସର୍ବୋଚ୍ଚ ସଜ୍ଜା ବୋଲି କହିଛନ୍ତି ସରକାରୀ ଓକିଲ ରଶ୍ମି ରଞ୍ଜନ ବ୍ରହ୍ମା ।

ଏହା ମଧ୍ୟ ପଢନ୍ତୁ ... ପଶ୍ଚିମବଙ୍ଗରୁ ଓଡ଼ିଶା ବ୍ରାଉନସୁଗାର କାରବାର: କୋଟିଏ ଟଙ୍କାର ହେରୋଇନ ଜବତ, ୨ ଗିରଫ - Brown Sugar Seized

ତେବେ ସରକାରୀ ଓକିଲଙ୍କ ସୂଚନା ମୁତାବକ ତିନି ଅଭିଯୁକ୍ତ ପ୍ରବୀଣ ସିଂ,ଦେବାଶିଷ ବେହେରା,କୌସର ଅଲ୍ଲୀ ଗତ ୧୯ ଜୁନ ୨୦୨୦ ମସିହାରେ ବାଲେଶ୍ବରରୁ ଚାରି କିଲୋ‌ ଚାରି ଶହ ୫୮ଗ୍ରାମ ବ୍ରାଉନସୁଗାର OR 11G 7411 ବୋଲେରୋ ଯୋଗେ ଭୁବନେଶ୍ବର ଆଣୁଥିବା ବେଳେ, ଖବର ପାଇ ଏସଟିଏଫ ଟିମ୍ ରସୁଲଗଡ ଛକରେ ଅଟକାଇଥିଲା । ଏନେଇ ସେମାନେ‌ ଏସଟିଏଫକୁ ଚକମା ଦେଇ ଖସିଯିବାକୁ ଉଦ୍ୟମ ବେଳେ ରସୁଲଗଡ ଛକ ପାଖରେ ଥିବା ଏସପ୍ଲାନେଡ ମଲ ସାମ୍ନାରେ ଅଟକାଇଥିଲା । ସେମାନଙ୍କୁ ଯାଞ୍ଚ ବେଳେ ସାଢେ ଚାରି କିଲୋ ବ୍ରାଉନସୁଗାର ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୫କୋଟି ଟଙ୍କା ରହିଥିଲା । ଏନେଇ ସେମାନଙ୍କୁ NDPS ମାମଲାରେ ଗିରଫ କରିଥିଲା ଏସଟିଏଫ ଟିମ୍ । ଏନେଇ ଜବତ ବ୍ରାଉନସୁଗାର ଯାଞ୍ଚ କରି କେମିକାଲ ରିପୋର୍ଟ ଆଦି ଆଧାରରେ କୋର୍ଟରେ ଚାର୍ଜସିଟ ସହ ଅଭିଯୁକ୍ତଙ୍କ ବିରୋଧରେ ଥିବା ସାକ୍ଷ୍ୟ ପ୍ରମାଣ ଆଧାରରେ କଠୋର ଜେଲ ଦଣ୍ଡ ପାଇ ଯୁକ୍ତି ବାଢ଼ିଥିଲେ ସରକାରୀ ଓକିଲ ।

ଏନେଇ ସମସ୍ତ ସାକ୍ଷ୍ୟ ପ୍ରମାଣ ଓ ସମାଜକୁ କ୍ଷତି ପହଞ୍ଚାଉଥିବା ଏଭଳି ମାଦକ ଦ୍ରବ୍ୟ କାରବାର ନେଇ କୋର୍ଟ କଠୋର ନିଷ୍ପତ୍ତି ନେଇ ୨୦ବର୍ଷ ଲେଖାଏଁ ଜେଲ ଦଣ୍ଡ ସହ ୧ଲକ୍ଷ ଟଙ୍କା ଜରିମାନା ଲେଖାଏଁ ରାୟ ଶୁଣାଇଥିଲେ । ଏନେଇ ଦୋଷୀ ସାବ୍ୟସ୍ତ ହେବା ପରେ ଝାରପଡ଼ା ଜେଲକୁ ଯାଇଛନ୍ତି ତିନି ଜଣ ଦୋଷୀ । ନିଶା କାରବାର ନେଇ ପୂର୍ବରୁ ଏତେ ବର୍ଷ ଜେଲ ସଜ୍ଜା ହୋଇନଥିଲା । ଯାହାକି ପ୍ରଥମ ଥର କଡ଼ା ସର୍ବୋଚ୍ଚ ସଜ୍ଜା ଶୁଣାଣି ହୋଇଛି ବୋଲି ସ୍ବତନ୍ତ୍ର ସରକାରୀ ଓକିଲ କହିଛନ୍ତି । ନିଶା କାରବାରରେ ସାମିଲ ଥିବା ଯୁବବର୍ଗ ତଥା ଡ୍ରଗସ ବ୍ୟବସାୟୀଙ୍କ ପାଇଁ ଏହି ଦଣ୍ଡାଦେଶ ଏକ କଡା ବାର୍ତ୍ତା ଦେଉଛି ବୋଲି କହିଛନ୍ତି ସରକାରୀ ଓକିଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.