ETV Bharat / state

ଧଉଳି-କଳିଙ୍ଗ ମହୋତ୍ସବର 2ୟ ସନ୍ଧ୍ୟା; ଓଡ଼ିଶୀ ଓ କଥକ ସହ ମୟୂରଭଞ୍ଜ ଛଉ ନୃତ୍ୟରେ ବିଭୋର ଦର୍ଶକ

author img

By ETV Bharat Odisha Team

Published : Feb 10, 2024, 10:42 PM IST

Dhauli Kalinga Mahotsav: ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଚାଲିଛି ୨୦ତମ ଧଉଳି କଳିଙ୍ଗ ମହୋତ୍ସବ । ଆଜି ଦ୍ବିତୀୟ ସନ୍ଧ୍ୟାରେ କଥକ ଏବଂ ଓଡ଼ିଶୀ ନୃତ୍ୟ ସହିତ ମୟୂରଭଞ୍ଜ ଛଉ ନୃତ୍ୟରେ ଝୁମିଲେ ଦର୍ଶକ । ଅଧିକ ପଢ଼ନ୍ତୁ

ଧଉଳି-କଳିଙ୍ଗ ମହୋତ୍ସବର 2ୟ ସନ୍ଧ୍ୟା
ଧଉଳି-କଳିଙ୍ଗ ମହୋତ୍ସବର 2ୟ ସନ୍ଧ୍ୟା

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ଆର୍ଟ ଭିଜନ୍‌ ଦ୍ବାରା ଆୟୋଜିତ ୨୦ତମ ଧଉଳି କଳିଙ୍ଗ ମହୋତ୍ସବର ଆଜିଥିଲା ଦ୍ବିତୀୟ ସନ୍ଧ୍ୟା । ଐତିହାସିକ ଧଉଳି ପାହାଡ଼ର ପାଦଦେଶ କଥକ ଏବଂ ଓଡ଼ିଶୀ ନୃତ୍ୟ ସହିତ ମୟୂରଭଞ୍ଜ ଛଉ ନୃତ୍ୟରେ ଆଜି ଚଳଚଞ୍ଚଳ । ଏସବୁକୁ ଉପଭୋଗ କରିବା ପାଇଁ ଦର୍ଶକଙ୍କର ମଧ୍ୟ ଖୁବ ସୁଅ ଛୁଟିଛି ।

ଧଉଳି-କଳିଙ୍ଗ ମହୋତ୍ସବର 2ୟ ସନ୍ଧ୍ୟା
ଧଉଳି-କଳିଙ୍ଗ ମହୋତ୍ସବର 2ୟ ସନ୍ଧ୍ୟା

ଦ୍ବିତୀୟ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ଇଶିରା ପାରିଖ ଓ ମୌଲିକ ଶାହଙ୍କ ନେତୃତ୍ବରେ ଅହମ୍ମଦାବାଦର ଅନାର୍ଟ ଡ୍ୟାନ୍ସ କମ୍ପାନୀର ଶିଳ୍ପୀମାନଙ୍କ ଦ୍ବାରା କଥକ ନୃତ୍ୟ । ସେମାନଙ୍କ ପ୍ରଥମ ଉପସ୍ଥାପନାରେ ଥିଲା ଅନ୍ତର ନାଦ, ଯାହା ମଣିଷର ପରମ ଶକ୍ତି ସହିତ ଦୃଢ ସମ୍ପର୍କର ମୂର୍ତ୍ତିମନ୍ତ ପ୍ରତୀକ ଥିଲା । ପରେ ପରେ ସେମାନଙ୍କର ପ୍ରସ୍ତୁତିରେ ଥିଲା 'ନିର୍ବିଘ୍ନମ୍‌', ଯେଉଁଥିରେ ଭଗବାନ ଗଣେଶଙ୍କୁ ଆରାଧନା କଲେ ମାନବଜାତିର ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ସମୃଦ୍ଧି ଆସିଥାଏ । ପରବର୍ତ୍ତୀ ପ୍ରସ୍ତୁତିଟି 'ରାଘବ ରଘୁରାଇ', ହିନ୍ଦୁ ଧର୍ମ ଓ ପୁରାଣର ଅରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଙ୍କ କାହାଣୀ ଉପରେ ଆଧାରିତ ଥିଲା । ପରେ ପରେ 'ବାଁଶୁରିଆ', ଯେଉଁଥିରେ ଶ୍ରୀକୃଷ୍ଣଙ୍କ ମନମୁଗ୍ଧକର ଓ ମାଦକଭରା ବଂଶୀ ବାଦନକୁ ନୃତ୍ୟ ମାଧ୍ୟମରେ ବଖାଣିଥିଲେ ଶିଳ୍ପୀମାନେ । ଅନାର୍ଟ ଡ୍ୟାନ୍ସ କମ୍ପାନୀର ଶେଷ ପ୍ରସ୍ତୁତିରେ ଥିଲା 'ଉତ୍ସବ', ଯାହା ଅନନ୍ଦ ଉଲ୍ଲାସ ଭଳି ଭାବନା ଆମର ଅନ୍ତରତମ ଭାବନା ସହିତ ଜଡ଼ିତ ଏବଂ 'ଉତ୍ସବ' ହେଉଛି ଏହି ଭାବନାକୁ ପ୍ରକାଶ କରିବାର ଇଚ୍ଛା ।

ଧଉଳି-କଳିଙ୍ଗ ମହୋତ୍ସବର 2ୟ ସନ୍ଧ୍ୟା
ଧଉଳି-କଳିଙ୍ଗ ମହୋତ୍ସବର 2ୟ ସନ୍ଧ୍ୟା

କାର୍ଯ୍ୟକ୍ରମର ଦ୍ବିତୀୟ ପ୍ରସ୍ତୁତିରେ ଥିଲା ମୀରା ଦାସଙ୍କ ଦ୍ବାରା ପ୍ରତିଷ୍ଠିତ କଟକର ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ଶିଳ୍ପୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ । ନାରୀ ଚରିତ୍ରକୁ ସୁନ୍ଦର ଓ ସର୍ବସମ୍ମତି କ୍ରମେ ନଦୀ ଗତିପଥକୁ ଦର୍ଶାଇଥିବା ଏକ କାଳ୍ପନିକ ବିଷୟ ବସ୍ତୁକୁ ନେଇ ବିନ୍ଦୁରୁ ସିନ୍ଧୁ ନୃତ୍ୟ ପରିବେଷଣ କରିଥିଲେ । ଯାହାର ସଂଳାପ ପ୍ରସ୍ତୁତ କରିଥିଲେ କେଦାର ମିଶ୍ର ଓ ମୀରା ଦାସ, ସଙ୍ଗୀତ ଓ ତାଳ ସଂଯୋଜନା କରିଥିଲେ ଆନନ୍ଦ ପ୍ରସନ୍ନ ପଟ୍ଟନାୟକ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ମୀରା ଦାସ । କାର୍ଯ୍ୟକ୍ରମ ଶେଷରେ ଥିଲା ଅଭିଷେକ ତ୍ରିପାଠୀ ଓ ସାଥୀଙ୍କ ଦ୍ବାରା ମୟୂରଭଞ୍ଜ ଛଉ ନୃତ୍ୟ ପରିବେଷଣ । ସେମାନଙ୍କ ପ୍ରସ୍ତୁତିରେ ଥିଲା ସାନ୍ନିଧ୍ୟ, ଯାହା ବର୍ତ୍ତମାନ ବ୍ୟବହାର ହେଉଥିବା ପ୍ଲାଷ୍ଟିକର କୁପ୍ରଭାବ ଏବଂ ଭବିଷ୍ୟତ ପୀଢି ପାଇଁ ପରିବେଶ ସୁରକ୍ଷା ଉପରେ ଗୁରୁତ୍ବ ବହନ କରିଥିଲା । ଯାହାର ନୃତ୍ୟ ସଂରଚନା କରିଥିଲେ ପଦ୍ମଶ୍ରୀ ଗୁରୁ ଡକ୍ଟର ଇଲିଆନା ସିତାରିଷ୍ଟ ।

ଧଉଳି-କଳିଙ୍ଗ ମହୋତ୍ସବର 2ୟ ସନ୍ଧ୍ୟା
ଧଉଳି-କଳିଙ୍ଗ ମହୋତ୍ସବର 2ୟ ସନ୍ଧ୍ୟା

ଏହା ମଧ୍ୟ ପଢ଼ନ୍ତୁ...ଆଜିଠୁ ଭୁବନେଶ୍ୱରରେ ଧଉଳି-କଳିଙ୍ଗ ମହୋତ୍ସବ

ଦ୍ବିତୀୟ ସନ୍ଧ୍ୟାରେ ଅତିଥି ଭାବରେ ଯୋଗ ଦେଇଥିଲେ ଓଡ଼ିଶା ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଓଡ଼ିଶା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ, ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଡଃ ଲଳିତ୍‌ ମାନସିଂହ, ସ୍ପିକ୍‌ମାକେର ଉପସଭାପତି ଅଶୋକ ଜୈନ, ଓଡ଼ିଶା ଡ୍ୟାନ୍ସ ଏକାଡେମୀର ସଚିବ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଗୁରୁ ଡଃ ଅରୁଣା ମହାନ୍ତି ଏବଂ ଆର୍ଟ ଭିଜନ୍‌ର ସଚିବ ଗୁରୁ ଡଃ ଇଲିୟାନା ସିତାରିଷ୍ଟ ।

ଧଉଳି-କଳିଙ୍ଗ ମହୋତ୍ସବର 2ୟ ସନ୍ଧ୍ୟା
ଧଉଳି-କଳିଙ୍ଗ ମହୋତ୍ସବର 2ୟ ସନ୍ଧ୍ୟା

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.