ETV Bharat / state

ନିଶାଡିଙ୍କ ହୋଲି ରେଭ ପାର୍ଟି ଭଣ୍ଡୁର: ୨୫ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ, ୨ କର୍ପୋରେଟ୍ ଲେଡି ମାଫିଆ ଗିରଫ - 2 women drug peddlers arrested - 2 WOMEN DRUG PEDDLERS ARRESTED

Educated Women Caught Dealing Drug: ହୋଲି ପାଇଁ ରେଭ ପାର୍ଟିକୁ ଡ୍ରଗ୍ସ ସପ୍ଲାଏ ଯୋଜନା ଭଣ୍ଡୁର ହୋଇଛି । ଏଥିରେ ସାମିଲ ଥିବା ୨ ଯୁବତୀ ପୋଲିସ ସ୍କାନରକୁ ଆସିଛନ୍ତି । ଅଧିକ ପଢନ୍ତୁ

Drugs Deal
Drugs Deal
author img

By ETV Bharat Odisha Team

Published : Mar 23, 2024, 9:28 PM IST

Drugs Deal

ଭୁବନେଶ୍ବର: ହୋଲିରେ ଅପରାଧୀଙ୍କୁ ମାତ୍ ଦେବାକୁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ହୋଲି ପାଇଁ ରେଭ ପାର୍ଟିକୁ ଡ୍ରଗ୍ସ ସପ୍ଲାଏ ଯୋଜନା ଭଣ୍ଡୁର ହୋଇଛି । ରାଜଧାନୀରେ ହାଇପ୍ରୋଫାଇଲ ଡ୍ରଗ୍ସ କାରବାରର ଖୁଲାସା କରିଛି ପୋଲିସ। ଭୁବନେଶ୍ୱରରୁ ଏକ କର୍ପୋରେଟ ସଂସ୍ଥାର ୨ ଜଣ ଯୁବତୀଙ୍କୁ ଗିରଫ କରିଛି‌ ସ୍ପେଶାଲ କ୍ରାଇମ ୟୁନିଟ୍। ୨୫ଲକ୍ଷ ଟଙ୍କାର ୨୫୬ଗ୍ରାମ ବ୍ରାଉଉସୁଗାର କାରବାର‌ବେଳେ ଧରିଛି SCU। ପୋଲିସ କମିଶନର କହିଛନ୍ତି, "ଏହା ପଛର ଲିଙ୍କ୍ ଖୋଜା ଚାଲିଛି ଖୁବଶୀଘ୍ର ଖୁଲାସା ହେବ ।"

ଗିରଫ ହୋଇଥିବା ଦୁଇ ଜଣ ଯୁବତୀ ହେଲେ ଭଦ୍ରକର କରିସ୍ମା ରାଉତ ଓ ପୁରୀର ପ୍ରଜ୍ଞା ପ୍ରିୟା ସ୍ବାଇଁ । ଉଭୟ ଏକ ଲଜିଷ୍ଟିକ କର୍ପୋରେଟ ସଂସ୍ଥାରେ କାମ କରୁଥିଲେ। ଜଣେ ଯୁକ୍ତ ଦୁଇ କମର୍ସ ପଢି ଆକାଉଣ୍ଟ କାମ କରୁଥିବାବେଳେ ଅନ୍ୟ ଜଣେ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କରି କିରାଣୀ ଭାବେ କାମ କରୁଥିଲେ। ସେମାନେ ଯଦୁପୁର ଅଞ୍ଚଳରେ ଏକ ଘର ଭଡ଼ା ନେଇ ରହୁଥିଲେ। ଜଣେ ନିଜକୁ ନର୍ସ ଓ ଅନ୍ୟ ଜଣେ କ୍ଲର୍କ ବୋଲି ଘର ମାଲିକଙ୍କୁ ପରିଚୟ ଦେଇଥିଲେ । ସେମାନେ ଫେରାର ଥିବା ଏକ ଡ୍ରଗ୍ସ ସପ୍ଲାୟର ସହ ଯୋଗାଯୋଗରେ ଥିବା ଜଣାପଡିଛି । ଯୁବତୀମାନେ ଡ୍ରଗ୍ସ ପ୍ୟାକିଂ କରି ବିଭିନ୍ନ ବଡ଼ବଡ଼ କମ୍ପାନିରେ କମ କରୁଥିବା ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କୁ ସପ୍ଲାଏ କରୁଥିଲେ। ଏପିରିକି ବିଭିନ୍ନ କମ୍ପାନିର କର୍ମଚାରୀ, ଛାତ୍ରଛାତ୍ରୀ ,କିଛି ପାର୍ଟି ଅର୍ଗାନାଇଜେର ଓ ହୋଟେଲ କର୍ମଚାରୀ ମଧ୍ୟ ସେମାନଙ୍କ ଗ୍ରାହକ ତାଲିକାରେ ଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ...ଆକ୍ସନ ମୋଡରେ ପୁରୀର ନୂଆ ଏସପି, ୨ ଡ୍ରଗ୍ସ ମାଫିଆ ଗିରଫ

ପୋଲିସର ସୂଚନା ଅନୁସାରେ, ଏଥର ହୋଲି ପାଇଁ ଏକ ବଡ଼ ଧରଣର ଅର୍ଡର ହୋଇଥିଲା। ଏନେଇ ଖବର ପାଇ ପୋଲିସ ତନାଘନା କରିଥିଲା। ଯଦୁପୁରରେ ସେମାନେ ଏକ ଆର୍ମି ଅଫିସରଙ୍କ ଘରେ ଭଡ଼ା ନେଇରହୁଥିବା ପୋଲିସ ଜାଣିବାକୁ ପାଇଥିଲା । ସାଧା ପୋଷାକରେ ଚଢାଉ କରିଥିଲା ପୋଲିସ ଟିମ୍ । ଶେଷରେ ଏହି ରାକେଟର ପର୍ଦ୍ଦାଫାସ ହୋଇଛି । ୨୫୬ଗ୍ରାମର ବ୍ରାଉନସୁଗାର ସହ ୨ ଟି ମୋବାଇଲ ଫୋନ ଜବତ କରିଛି । ଏମାନଙ୍କୁ ଯୋଗାଉଥିବା ମୁଖ୍ୟ ବେପାରୀ ଫେରାର ଥିବାବେଳେ ପୋଲିସ ସେମାନଙ୍କୁ ଧରିବା ପାଇଁ ଯୋଜନା କରୁଛି। ଏହି ଘଟଣା ପରେ ପୋଲିସ ଜାଣିବାକୁ ପାଇଛି ଯେ, କିଛି ପାଠୁଆ ଓ କର୍ପୋରେଟ ସଂସ୍ଥାର ଯୁବତୀଙ୍କୁ ନିୟୋଜିତ କରି ଏଭଳି ନୂଆ ତରିକାରେ ନିଶା ବେପାର ହେଉଛି। ଯୁବତୀ କାମ କରୁଥିବା ସମ୍ପୃକ୍ତ ଲଜିଷ୍ଟିକ୍ ସଂସ୍ଥା ଉପରେ ମଧ୍ୟ ନଜର ରଖିଛି ପୋଲିସ । ଗତ ୨୦୨୨ରେ ମଧ୍ୟ ଏକ ରେଭ ପାର୍ଟିରେ ନିଶା କାରବାର ନେଇ ସୁରାକ ପାଇ କମିଶନରେଟ ପୋଲିସ ରେଡ କରିଥିଲା। ଚନ୍ଦକା ଥାନା ଅଞ୍ଚଳରୁ ଏକ ହୋଟେଲ ମ୍ୟାନେଜରଙ୍କ ସହ ଜଣେ ମାଲିକକୁ ଗିରଫ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.