ETV Bharat / state

ଟେଣ୍ଡକା ଫୁଲ ଯୋଗାଏ ବର୍ଷକ ପାଇଁ ଲୁଣ - Tendaka flowers Koraput

author img

By ETV Bharat Odisha Team

Published : Mar 27, 2024, 3:31 PM IST

Tendaka flowers Business: କୋରାପୁଟର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜା ବେଡାପଦର ଗାଁରେ ଫୁଲ ବଦଳରେ ମିଳେ ଲୁଣ । ଜଙ୍ଗଲରୁ ମିଳୁଥିବା ଟେଣ୍ଡକା ଫୁଲରୁ ବର୍ଷକ ପାଇଁ ଲୁଣ ସଂଗ୍ରହ କରିଥାନ୍ତି ଗ୍ରାମବାସୀ । ଦେଖନ୍ତୁ ଏହି ରିପୋର୍ଟ

Etv Bharat
Etv Bharat

ଟେଣ୍ଡକା ଫୁଲ ଯୋଗାଏ ବର୍ଷକ ପାଇଁ ଲୁଣ

କୋରାପୁଟ: କେଜିଏ ଫୁଲର ଦର 2 କେଜି ଲୁଣ । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜା ବେଡାପଦର ଗାଁରେ ଫୁଲ ବଦଳରେ ମିଳେ ଲୁଣ । ଏହି ଅଞ୍ଚଳର ଲୋକେ ଜଙ୍ଗଲରୁ ଟେଣ୍ଡକା ଫୁଲ ତୋଳି ଆଣି ସେଗୁଡିକ ଶୁଖାଇ ଯତ୍ନରେ ରଖିଥାନ୍ତି । ବ୍ୟବସାୟୀମାନେ ସେମାନଙ୍କଠାରୁ ଏହି ଫୁଲ କିଣିନେଇ ଏହାର ମୂଲ୍ୟ ଲୁଣରେ ଦେଇଥାନ୍ତି । ତେବେ ଏହି ଫୁଲର ପ୍ରକୃତ ମୂଲ୍ୟରୁ ଅଗୋଚର ନୀରିହ ଆଦିବାସୀମାନେ ବର୍ଷକ ଯାକର ଲୁଣ ପାଇ ବେଶ ଖୁସି ହୋଇଯାଇଥାନ୍ତି ।

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପରଜା ବେଡାପଦର ଗାଁରେ ପ୍ରତ୍ୟେକ ଘରେ ଏବେ ଟେଣ୍ଡକା ଫୁଲର ସମ୍ଭାର । ଜଙ୍ଗଲରେ ମାତ୍ର 2 ମାସ ଧରି ମିଳୁଥିବା ଏହି ଫୁଲ ସଂଗ୍ରହରେ ମାତି ଯାଇଥାନ୍ତି ଗ୍ରାମବାସୀ । କାରଣ ଯିଏ ଯେତେ ଫୁଲ ସଂଗ୍ରହ କରିପାରିଲା ସେ ସେତେ ଲୁଣ ପାଇପାରିବ । ଆଗକାଳରେ ପ୍ରଚଳିତ ଜିନିଷ ବଦଳରେ ଜିନିଷ ନୀତି ଏବେ ମଧ୍ୟ ଚାଲିଛି କୋରାପୁଟର ଏହି ଅଞ୍ଚଳରେ । କାରଣ ଏବେବି ଏଠାକାର ଲୋକେ ଜିନିଷ ଦେଇ ଜିନିଷ ରଖୁଛନ୍ତି । ଜଙ୍ଗଲରୁ ଟେଣ୍ଡକା ଫୁଲ ସଂଗ୍ରହ କରି ଏହାର ବଦଳରେ ବ୍ୟବସାୟୀଙ୍କଠାରୁ ଲୁଣ ନେଉଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଜରାଜିର୍ଣ୍ଣ ଅବସ୍ଥାରେ ବୃନ୍ଦାବନ ପ୍ୟାଲେସ, ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଛି ରାଜ ଉଆସ - Restoration Of BN Palace

ଟେଣ୍ଡକା ଫୁଲ ପ୍ରକୃତ ମୂଲ୍ୟରୁ ଅଗୋଚର ଏହି ଗ୍ରାମବାସୀମାନେ । ଏହାଦ୍ୱାରା ସେମାନଙ୍କର ଲାଭ ହେଉଛି ନା ସେମାନଙ୍କୁ କ୍ଷତି ସହିବାକୁ ପଡୁଛି ସେ ବିଷୟରେ ସେମାନେ ଜାଣନ୍ତି ନାହିଁ । ଜଙ୍ଗଲରୁ ସଂଗୃହିତ ଫୁଲ ବଦଳରେ ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ଲୁଣ ଭଳି ଖାଦ୍ୟ ପଦାର୍ଥ ମିଳୁଥିବାରୁ ବେଶ ଖୁସି ହୋଇଥାନ୍ତି ଗ୍ରାମବାସୀ । ଫୁଲ ବିକ୍ରି କରି ସେମାନେ ବର୍ଷକ ପାଇଁ ଲୁଣ ସାଇତି ରଖିପାରନ୍ତି ।

ଅନ୍ୟପଟେ ସ୍ଥାନୀୟ ସ୍ୱେଚ୍ଛାସେବୀ ସୁରେନ୍ଦ୍ର ମସ୍ତିଙ୍କ କହିବା ମୁତାବକ, ଆଦିବାସୀଙ୍କ ଏହି ସରଳତାର ସୁଯୋଗ ନେଇ ଚତୁର ବ୍ୟବସାୟୀ ଅଧିକ ଲାଭବାନ ହେଉଛନ୍ତି । ଏହି ଫୁଲ ଦ୍ୱାରା ଖାଦ୍ୟ ଶସ୍ୟକୁ ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷଣ ରଖାଯାଇପାରେ । ମହୁଲ ପୋଚ ଭଳି ଏହି ଫୁଲର ପୋଚରୁ ମଦ ପ୍ରସ୍ତୁତ କରାଯାଏ । ଏହି ଫୁଲର ଚାହିଦା ବୃଦ୍ଧି ପାଉଥିବା ବେଳେ ଶାଗ ମାଛ ମୂଲ୍ୟରେ ଅର୍ଥାତ ଲୁଣ ଦେଇ ନୀରିହ ଆଦିବାସୀଙ୍କ ଠାରୁ ଏହି ଫୁଲ କିଣି ନେଇ ବ୍ୟବସାୟୀମାନେ ବେଶ ଲାଭବାନ ହେଉଥିବା କହିଛନ୍ତି ସ୍ୱେଚ୍ଛାସେବୀ ।

ଇଟିିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.