ETV Bharat / state

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁମନ୍ତ୍ର, ତୃଣମୂଳ ସ୍ତରରେ ଯୋଜନା ପହଞ୍ଚାଇବେ ଜିଲ୍ଲାପାଳ - Collectors Conference - COLLECTORS CONFERENCE

District Collectors Conference: ଆଜିଠୁ ଆରମ୍ଭ ହୋଇଛି ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ । ସରକାରୀ ଯୋଜନାକୁ କିପରି ତୃଣମୂଳ ସ୍ତରରେ ପହଞ୍ଚି ପାରିବ, ସେନଇ ଜିଲ୍ଲାପାଳଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

COLLECTORS CONFERENCE
COLLECTORS CONFERENCE (ETV Bharat Odisha)
author img

By ETV Bharat Odisha Team

Published : Sep 27, 2024, 10:04 AM IST

Updated : Sep 27, 2024, 1:56 PM IST

ଭୁବନେଶ୍ୱର: ଆଜିଠୁ ଲୋକସେବା ଭବନରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀ । ବିଜେପି ସରକାରରେ ପ୍ରଥମ ଥର ପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନେଇ ବୈଠକ କରୁଛନ୍ତି ରାଜ୍ୟ ସରକାର । ଜିଲ୍ଲାପାଳମାନଙ୍କ ସହ ବିଭିନ୍ନ ବିଭାଗର ସଚିବ ଓ ସମସ୍ତ ଏସପି ମଧ୍ୟ ସାମିଲ ହୋଇଛନ୍ତି । ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବୈଠକରେ ଆଲୋଚନା ଆରମ୍ଭ ହୋଇଛି । ସରକାରୀ ଯୋଜନାକୁ ତୃଣମୂଳ ସ୍ତରକୁ ନେବା ଲାଗି ଜିଲ୍ଲାସ୍ତରୀୟ ଅଧିକାରୀଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେଥିପାଇଁ ଜିଲ୍ଲାପାଳଙ୍କୁ ନେଇ ସରକାର ବୈଠକ ଡାକିଛନ୍ତି । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ଜିଲ୍ଲାପାଳଙ୍କୁ ଗୁରୁମନ୍ତ୍ର:

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ଯୋଜନା କିପରି ସମସ୍ତଙ୍କ ପାଖରେ ପହଞ୍ଚିବ ସେନେଇ ଜିଲ୍ଲାପାଳ, ଏସପି ଓ ଉପରୀସ୍ଥ ଅଧିକାରୀଙ୍କ ସହ ବୈଠକରେ ରୋଡମ୍ୟାପ ପ୍ରସ୍ତୁତ ହେବ । ପ୍ରଥମ ଦିନ ସମ୍ମିଳନୀରେ ସମସ୍ତ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ସଚିବ ସାମିଲ ହେବେ । ସେହିପରି ଦ୍ୱିତୀୟ ଦିନରେ ଜିଲ୍ଲାପାଳଙ୍କ ସହ ଏସପି ସାମିଲ ହେବେ । ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର କ୍ରିୟାନ୍ଵୟନ ବାବଦରେ ହେବ ବିସ୍ତୃତ ଆଲୋଚନା । ସାମଗ୍ରିକ ଭାବେ ପ୍ରଶାସନକୁ ଲୋକାଭିମୁଖୀ କରିବା ସହ ଧାଡ଼ିରେ ଶେଷରେ ଥିବା ବ୍ୟକ୍ତି ପାଖରେ କିପରି ସରକାରଙ୍କ ସମସ୍ତ ଯୋଜନା ପହଞ୍ଚିବ, ସେ ନେଇ ଅଧିକାରୀ ମାନଙ୍କୁ ଗୁରୁମନ୍ତ୍ର ଦେବେ ସରକାର ।

COLLECTORS CONFERENCE
COLLECTORS CONFERENCE (ETV Bharat Odisha)

ଏହା ମଧ୍ୟ ପଢନ୍ତୁ-ମୋହନ ସରକାରଙ୍କ ବିକାଶ ରୋଡମ୍ୟାପ, ତୃଣମୂଳ ସ୍ତରରେ ପହଞ୍ଚାଇବେ ଜିଲ୍ଲାପାଳ - Govt Development Roadmap

ଏହା ମଧ୍ୟ ପଢନ୍ତୁ-ମୋହନ ମାଝୀ ସରକାରଙ୍କ ବଡ ଘୋଷଣା; ସରୋଗେସି ପାଇଁ ସରକାରୀ ଛୁଟି - Surrogacy Leave

ଏହା ମଧ୍ୟ ପଢନ୍ତୁ-ନବୀନଙ୍କୁ ମୋହନଙ୍କ ବାଣ: ‘ଓଡ଼ିଆ ଯଦି କଷ୍ଟ ପାଇବ ସରକାର ନିଶ୍ଚିତ ପରିବର୍ତ୍ତନ କରିବ’ - Mohan Targets Naveen

ଏ ସରକାର ଲୋକଙ୍କ ସରକାର, ଜିଲ୍ଲାପାଳଙ୍କୁ ମନ୍ତ୍ର :

ଏନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,''ରାଜ୍ୟ ସରକାରଙ୍କ ଓଡ଼ିଶାକୁ ବିକାଶ ନେଇ ଯେଉଁ ରୋଡମ୍ୟାପ ସନେଇ ଜିଲ୍ଲାପାଳ ଓ ଉପରିସ୍ତ ଅଧିକାରୀ ମାନେ ଅବଗତ ହେବେ । ଯେଉଁ ସବୁ ଯୋଜନା ଅଛି ସେ ସବୁର କ୍ରିୟାନ୍ଵୟନ ବାବଦରେ ହେବ ବିସ୍ତୃତ ଆଲୋଚନା । ଧାଡି ଶେଷରେ ଛିଡା ହୋଇଥିବା ବ୍ୟକ୍ତି କିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ପାଇବ ସେ ବାବଦରେ ଅଧିକାରୀମାନଙ୍କୁ ଗୁରୁମନ୍ତ୍ର ଦିଆଯିବ । ସବୁଠୁ ବଡ କଥା ହେଲା, କେମିତି ପ୍ରଶାସକ ମାନେ ସମ୍ବେଦନଶୀଳ ହେବେ, ଗରିବଙ୍କ ହୃଦୟର ବେଦନା ବୁଝି ପାରିବେ, ଆଖିର କୋହ ଦେଖିପାରିବେ ତାହା ହିଁ ମୂଳ ବିଷୟ । ଏ ସରକାର ଲୋକଙ୍କ ସରକାର, ଲୋକଙ୍କ ପାଇଁ ସରକାର । ଏ ମନ୍ତ୍ର ଜିଲ୍ଲାପାଳ, ଏସପିଙ୍କ ପରେ ବ୍ଲକ ଅଧିକାରୀ, ତହସିଲଦାର ମାନଙ୍କୁ ମଧ୍ୟ ଦିଆଯିବ । ଦୁର୍ନୀତି ପ୍ରତି ଶୂନ୍ୟ ସମ୍ବେଦନଶୀଳତା । ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀଙ୍କ ଉପରେ ହେବ କଠୋର କାର୍ଯ୍ୟନୁଷ୍ଠାନ । ଆଇନ ପ୍ରତି ଭୟ, ଲୋକଙ୍କ ପ୍ରତି ମମତା । ଏହା ହିଁ ଆଜି ଜିଲ୍ଲାପାଳ ବୈଠକରେ ହେବ ମୂଳ ମନ୍ତ୍ର। ''

ଇଟିଭି ଭାରତ, ଭୁବନେଶ୍ୱର

COLLECTORS CONFERENCE (ETV BHARAT ODISHA)

Last Updated : Sep 27, 2024, 1:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.