ETV Bharat / state

ଗୃହରେ ଦରଦାମ୍ ତାତି; ମୋହନ ସରକାରକୁ ଘେରିଲେ ବିରୋଧୀ, ଦର ନିୟନ୍ତ୍ରଣ କେନ୍ଦ୍ର-ରାଜ୍ୟ ସରକାରଙ୍କ ଦାୟିତ୍ବ କହିଲେ ନିରଞ୍ଜନ - PRICE HIKE ISSUE IN ASSEMBLY

author img

By ETV Bharat Odisha Team

Published : Jul 30, 2024, 5:44 PM IST

Odisha Assembly Session: ବିଧାନସଭାରେ ଉଠିଲା ଦରଦାମ୍ ପ୍ରସଙ୍ଗ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିଲେ ବିଜେଡି ଓ କଂଗ୍ରେସ । ଦର ବଢିବା ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ କହିବା ଦୁର୍ଭାଗ୍ୟଜନକ ବୋଲି କହିଲେ ନିରଞ୍ଜନ ପୂଜାରୀ । ଅଧିକ ପଢନ୍ତୁ

ଗୃହରେ ଦରଦାମ୍ ତାତି; ମୋହନ ସରକାରକୁ ଘେରିଲେ ବିରୋଧୀ
ଗୃହରେ ଦରଦାମ୍ ତାତି; ମୋହନ ସରକାରକୁ ଘେରିଲେ ବିରୋଧୀ (ETV Bharat Odisha)

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ଆଜି (ମଙ୍ଗଳବାର) ସପ୍ତମ ଦିନରେ ଗୃହରେ ଉଠିଛି ଦରଦାମ୍ ପ୍ରସଙ୍ଗ । ରାଜ୍ୟରେ ପନିପରିବା, ଡାଲି, ଚାଉଳ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ଆକାଶଛୁଆଁ ରହିବାକୁ ନେଇ ମୋହନ ସରକାରକୁ ଘେରିଛନ୍ତି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ । ମୁଦ୍ରାସ୍ପୀତି ହାର ବଢ଼ିବାରେ ଲାଗିଛି । ଆଳୁ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି । ପେଟ୍ରୋଲ ଡିଜେଲ ଦର ବି କମୁ ନାହିଁ । ଏମିତିରେ ଦର ବଢିବା ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି କହିବା ଦୁର୍ଭାଗ୍ୟଜନକ । ଏଥିପାଇଁ ଅନ୍ୟ କାହାକୁ ଭୁଲ ଦେଇ ଖସିଗଲେ ହେବନି ବୋଲି କହିଛନ୍ତି ବିରୋଧୀ ।

ଗୃହରେ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ବର୍ତ୍ତମାନ ସରକାର ଗୋଟିଏ ଆଳୁ ଦର କହୁଥିବାବେଳେ ମାର୍କେଟରେ ଭିନ୍ନ ଦର ରହିଛି । କଟକରେ ଆଳୁ କିଲୋ 40-50 ଟଙ୍କା, ପିଆଜ 50 ଟଙ୍କାରେ ବିକ୍ରି କରାଯାଉଛି । ଟମାଟୋ 100, ଭେଣ୍ଡି 90, କଲରା 90 ଏବଂ ପୋଟଳ କିଲୋ 80 ଟଙ୍କା ରହିଛି । ମୁଢି ଓ ଚୁଡାରେ ଜିଏସଟି ଲଗାଯାଇଛି । ଜିଏସଟି ପ୍ରତ୍ୟାହାର ଦାବି ହୋଇଥିଲେ ସୁଦ୍ଧା, ପ୍ରତ୍ୟାହାର କରାଯାଇନି । ଚାଉଳ ଦର ସରକାରଙ୍କ ନିୟନ୍ତ୍ରଣ ରହିଥିଲେ ବି ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଧାନର ଏମଏସପି 3100 ହେଲେ ଚାଉଳ ଦର 70 ଟଙ୍କା ହେବ । ଏବେ ମୁଦ୍ରାସ୍ପୀତି 6.4% ରହିଛି । ମୁଣ୍ଡ ପିଛା ଆୟ କମ୍ ରହିଛି, ତେଣୁ ଦର ନିୟନ୍ତ୍ରଣ କରିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାୟିତ୍ବ । ଦର ବଢିବା ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ କହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ନିରଞ୍ଜନ ।

ବିଜେଡି ସଦସ୍ୟ ବ୍ୟୋମକେଶ ରାୟ କହିଛନ୍ତି, "ପେଟ୍ରୋଲ ଡିଜେଲ ଦର କମୁ ନାହିଁ । ଅନ୍ତର୍ଜାତୀୟ ମାର୍କେଟରେ ତୈଳ ଦର କମ୍ ରହିଥିବାରୁ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଟ୍ୟାକ୍ସ କମାଇବା ଦରକାର । 2014ରେ ମୋଦି ଦରଦାମ କଥା କହି ସରକାରକୁ ଆସିଥିଲେ । ହେଲେ ଏବେ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ଯେଉଁଭଳି ଅକାଶଛୁଆଁ ରହିଛି, ତାହା ନକହିଲେ ଭଲ । ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇଛି । ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ କହିଲେ ରାଜ୍ୟମାନେ ଟିକସ କମାଇବେ । ଏବେ ଓଡ଼ିଶାରେ ଥିବା ଡବଲ ଇଞ୍ଜିନ ସରକାର ପେଟ୍ରୋଲ ଉପରେ ଟ୍ୟାକ୍ସ କମାନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ପ୍ରଶ୍ନକାଳରେ ପିଇବା ପାଣି ସମସ୍ୟା ନେଇ ଉଦବେଗ: ମନ୍ତ୍ରୀ କହିଲେ 2025 ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ମିଳିବ ପିଇବା ପାଣି - Rabi Naik on Drinking water

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ବୃଦ୍ଧି ନେଇ କଂଗ୍ରେସ ମଧ୍ୟ ଉଦବେଗ୍ ପ୍ରକାଶ କରିଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, "ସରକାର ଦରଦାମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଅନ୍ତୁ । ଏଥିପାଇଁ କର୍ପସ ଫଣ୍ଡ ଗଠନ କରି ଦର ନିୟନ୍ତ୍ରଣ କରନ୍ତୁ । ମନ୍ତ୍ରୀ କହୁଥିବା ଦର ବଜାର ଦରଠାରୁ ଅଲଗା । ଗରିବ ଲୋକମାନେ ଡାଲି କିମ୍ବା ନିତ୍ୟ ବ୍ୟବହାର୍ଯ୍ୟ କିଣି ପାରୁନାହାନ୍ତି । ତେଲ, ଡାଲି, ଚାଉଳ ଦର ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ଓ ରାଜ୍ୟ ସରକାର ଧନୀଙ୍କ ପାଇଁ ଚିନ୍ତା କରୁଥିବାବେଳେ ଗରିବଙ୍କ ପାଇଁ ଚିନ୍ତା କରୁନାହାନ୍ତି । ଏଥିସହ ଆଳୁ ମିଶନ କୁଆଡେ ଗଲା ?"

ସେ ଆହୁରି କହିଛନ୍ତି ଯେ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦାମ୍ ଅକାଶଛୁଆଁ ରହିବା ସତ । ଯେଉଁ ଅଞ୍ଚଳରେ ପଛୁଆ ବର୍ଗ ଅଛନ୍ତି ସେଠି କ୍ରୟ ଶକ୍ତି ବହୁତ ଅଭାବ । ବହୁ ଲୋକ ଭୋକରେ ରହୁଛନ୍ତି । ରାଜ୍ୟରେ ଆଳୁ 70 ଟଙ୍କାରୁ ଅଧିକ । ଡାଲିରେ ହାତ ମାରି ହେଉନାହିଁ । ଓଡ଼ିଶାରେ ଧନୀ ଅଧିକ ଧନୀ ହେଉଛି ଗରିବ ତଳକୁ ଯାଉଛି । ଆଳୁ ମିଶନ ଫେଲ୍ ମାରିଲା । କାହାକୁ ଭୁଲ ଦେଇ ଖସିଗଲେ ହେବନି । ମନ୍ତ୍ରୀ ଯେଉଁ ରେଟ୍ ଦେଇଛନ୍ତି ତାଠୁ ଅଧିକ ରେଟ୍ ରହିଛି । ଆଳୁ ମିଶନକୁ ବ୍ୟାପକ କରିବା ଦରକାର । ଶୀତଳ ଭଣ୍ଡାର ନିର୍ମାଣ କରିବାର ଆବଶ୍ୟକତା ଅଛି । ଦର ବୃଦ୍ଧିକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବିବୃତ୍ତି ଗରିବ ଲୋକ ପ୍ରତି କୁଠାରଘାତ ହେଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.