ETV Bharat / state

ସ୍ବର୍ଗଦ୍ଵାରରେ ଦମୟନ୍ତୀଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେଲା ଶେଷକୃତ୍ୟ - ଅଙ୍ଗଦାତା ଦମୟନ୍ତୀ ମହାନ୍ତ

Last rites with state honours: ପୁରୀ ସ୍ବର୍ଗଦ୍ବାରରେ ୧୪ବର୍ଷୀୟ ଅଙ୍ଗଦାତା ଦମୟନ୍ତୀଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ । ଉପସ୍ଥିତ ଥିଲେ ପୁରୀ ଜିଲ୍ଲା ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ । ଅଧିକ ପଢନ୍ତୁ

Last rites with state honours
Last rites with state honours
author img

By ETV Bharat Odisha Team

Published : Feb 24, 2024, 6:56 PM IST

Updated : Feb 24, 2024, 7:14 PM IST

ସ୍ବର୍ଗଦ୍ଵାରରେ ଦମୟନ୍ତୀଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେଲା ଶେଷକୃତ୍ୟ

ପୁରୀ: ସ୍ବର୍ଗଦ୍ଵାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ୧୪ ବର୍ଷୀୟ ଅଙ୍ଗଦାତା ଦମୟନ୍ତୀ ମହାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଥଲା । ପୁରୀ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ପୁରୀ ସହରର ବହୁ ସମାଜସେବୀ ଏହି ଶେଷକୃତ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଦମୟନ୍ତୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥଲେ । ମୃତ ଦମୟନ୍ତୀ ଗତ 2023 ନଭେମ୍ବର ମାସରୁ କିଡନୀ ରୋଗ ଯୋଗୁଁ ଡାଏଲିସିସ ହେଉଥିଲେ ।

Last rites with state honours
Last rites with state honours

ପୁରୀ ସ୍ବର୍ଗଦ୍ବାରରେ ଦମୟନ୍ତୀଙ୍କ ମରଶରୀର ପହଞ୍ଚିବା ପରେ ସମାଜସେବୀମାନେ ପ୍ରଥମେ ମର ଶରୀରରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଓଡ଼ିଶା ମୋ ପରିବାରର ସଂଯୋଜକ ଷ୍ଟାଲିନ ପରିଜା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଗତକାଲି ଦମୟନ୍ତୀ ମହାନ୍ତ ମୃତ୍ୟୁବରଣ କରିଥିଲେ । ହେଲେ ୧୪ ବର୍ଷର ଏହି ନାବାଳିକା ଜଣଙ୍କ ଚିର ଦିନ ପାଇଁ ଅମର ହୋଇ ଯାଇଛନ୍ତି । ତାଙ୍କର ଯକୃତ, ଫୁସଫୁସ, ହୃତପିଣ୍ଡକୁ ଦାନ କରାଯାଇଛି । ଦମୟନ୍ତୀଙ୍କ ଯଦିଓ ମୃତ୍ୟୁ ହୋଇଛି ହେଲେ ସେ ଦାନ କରିଥିବା ଅଙ୍ଗ ଯୋଗୁଁ ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଛି । ଏହି ମହାନ କାର୍ଯ୍ୟ ପାଇଁ ଦମୟନ୍ତୀ ଅମର ହୋଇ ଯାଇଥିବା ବେଳେ ରାଜ୍ୟ ସରକାର ଦମୟନ୍ତୀର ଏହି କାର୍ଯ୍ୟ ପାଇଁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ କରାଇଥିଲେ ।

Last rites with state honours
Last rites with state honours

ଏହା ବି ପଢନ୍ତୁ- ମୃତ୍ୟୁ ପରେ ବି ଅମର ! ବ୍ରେନଡେଡ ନର୍ସଙ୍କ ଅଙ୍ଗରେ 6 ଜଣ ପାଇଲେ ନୂଆ ଜୀବନ

ମୃତ ଦମୟନ୍ତୀ ଗତ ୨୦୨୩ ନଭେମ୍ବର ମାସରୁ କିଡନୀ ରୋଗ ଯୋଗୁଁ ଡାଏଲିସିସ ହେଉଥିଲେ । ହେଲେ ଗତ ସରସ୍ଵତୀ ପୂଜା ଦିନ ଦମୟନ୍ତୀଙ୍କ ବ୍ରେନଷ୍ଟ୍ରୋକ ହୋଇଥିଲା । ସେ ଭୁବନେଶ୍ଵର ଏମ୍ସରେ ଚିକିତ୍ସା କରାଯାଇଥିଲେ ମଧ୍ୟ ତାଙ୍କୁ ଡାକ୍ତର ବଞ୍ଚାଇ ପାରିନଥିଲେ । ଫଳରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥଲା । ତାଙ୍କ ପିତା ଦୁଃଖବନ୍ଧୁ ମହାନ୍ତ ଓ ମା' ବନିତା ମହାନ୍ତ ନିଷ୍ପତ୍ତି ନେଇଥିଲେ ତାଙ୍କ ଝିଅର ଅଙ୍ଗ ଦାନ କରିବେ । ଏ ନେଇ ଦମୟନ୍ତୀଙ୍କ ମାଆ କହିଛନ୍ତି, " ଝିଅ ସିନା ମୃତ୍ୟୁବରଣ କଲା ହେଲେ ତାର ଅଙ୍ଗ ଯୋଗୁଁ ସେ ଜୀବିତ ରହିବ ।" ଝିଅ ବଡ ହେଲେ ନର୍ସ ହୋଇ ସେବା କରିବ ବୋଲି ମା' ଭାବିଥିଲେ । ହେଲେ ବିଧିର ବିଧାନ କିନ୍ତୁ ଅଲଗା । ଯଦିଓ ଦମୟନ୍ତୀ ବଞ୍ଚି ଲୋକଙ୍କ ସେବା କରିପାରିବ ନାହିଁ ମୃତ୍ୟୁ ପରେ ଅଙ୍ଗ ଦାନ କରି ସେବା କରୁଛି ବୋଲି ଗର୍ବ ସହ ଦମୟନ୍ତୀଙ୍କ ମାଆ ବନିତା ମହାନ୍ତ କହିଛନ୍ତି ।

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ରାଷ୍ଟ୍ରୀୟ ସମ୍ମାନର ସହ ହେବ ଅଙ୍ଗଦାତାଙ୍କ ଶେଷକୃତ୍ୟ

ସେପଟେ ଓଡ଼ିଶା ମୋ ପରିବାରର ସଂଯୋଜକ ଷ୍ଟାଲୀନ ପରିଜା କହିଛନ୍ତି, "ଦମୟନ୍ତୀ ଯାହା କରିକି ଯାଇଛନ୍ତି ତାହା ଆମ ପାଇଁ ପ୍ରେରଣା । ଅଙ୍ଗ ଦାନ ଭଳି ମହତ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ ସମ୍ପନ୍ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରହିଛି । ଏଣୁ ଦମୟନ୍ତୀଙ୍କୁ ମଧ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷ କୃତ୍ୟ ନେଇ ସବୁ ବ୍ୟବସ୍ଥା ହୋଇଥିଲା ।" ସୂଚନା ଥାଉ କି ରାଜ୍ୟରେ ଅଙ୍ଗଦାତାଙ୍କ ମୃତ୍ୟୁ ପରେ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ପୁରୀ

Last Updated : Feb 24, 2024, 7:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.