ETV Bharat / state

ଯୁକ୍ତ ଦୁଇ ପରୀକ୍ଷା, ପ୍ରଥମ ଦିନରେ କପି କରି ଧରାପଡ଼ିଲେ ୧୧ ପରିକ୍ଷାର୍ଥୀ

CHSE Board Examination 2024: ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଥିବା ବେଳେ କପି କରି ଧରାପଡ଼ିଛନ୍ତି ୧୧ ଜଣ ପରୀକ୍ଷାର୍ଥୀ । ସମ୍ବଲପୁରରୁ ସର୍ବାଧିକ । ଅଧିକ ପଢନ୍ତୁ

CHSE Board Examination 2024
CHSE Board Examination 2024
author img

By ETV Bharat Odisha Team

Published : Feb 16, 2024, 10:36 PM IST

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରୀଛାତ୍ର ମାତୃଭାଷା ପରୀକ୍ଷା ଦେଇଛନ୍ତି । ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହୋଇଥିଲା । ତେବେ ପ୍ରଥମ ଦିନରେ ୧୧ ଜଣ କପି କରି ଧରାପଡ଼ିଛନ୍ତି । ସମ୍ବଲପୁର ଜୋନରେ ସର୍ବାଧିକ ୯ ଜଣ ଥିବା ବେଳେ ବ୍ରହ୍ମପୁର ଏବଂ ବାରିପଦା ଜୋନରେ ଜଣେ ଲେଖାଏ ପରିକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି ।

ଆଜି ପରୀକ୍ଷା ଆରମ୍ଭ ହେବାର ଅଧଘଣ୍ଟା ପୂର୍ବରୁ ଛାତ୍ରୀଛାତ୍ରମାନେ ପରୀକ୍ଷା କେନ୍ଦ୍ରରେ ପହଞ୍ଚତ୍ଥିଲେ । ୧୫ ମିନିଟ୍‌ ପୂର୍ବରୁ ସେମାନେ ହଲ୍‌କୁ ପ୍ରବେଶ କରିଥିଲେ । ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟରେ ସବୁଠି ଛାତ୍ରୀଛାତ୍ରଙ୍କୁ ଯାଞ୍ଚ କରାଯାଇ ଭିତରକୁ ଛଡ଼ାଯାଇଥିଲା । ତେବେ ପ୍ରଥମ ଦିନରେ ୧୧ ଜଣ କପି କରି ଧରାପଡ଼ିଛନ୍ତି । ସମ୍ବଲପୁର ଜୋନରେ ସର୍ବାଧିକ ୯ ଜଣ ଥିବା ବେଳେ ବ୍ରହ୍ମପୁର ଏବଂ ବାରିପଦା ଜୋନରେ ଜଣେ ଲେଖାଏ ପରିକ୍ଷାର୍ଥୀ କପି କରି ଧରାପଡ଼ିଛନ୍ତି । ଶନିବାର କଳା ଏବଂ ବାଣିଜ୍ୟ ବିଭାଗର ଛାତ୍ରୀଛାତ୍ରମାନେ ମାତୃଭାଷାରେ ପରୀକ୍ଷା ଦେବେ।

ଏହା ବି ପଢନ୍ତୁ- ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା, ଅଧ ଘଣ୍ଟା ପୂର୍ବରୁ ହଲକୁ ଗଲେ ଛାତ୍ରଛାତ୍ରୀ

କପି ରୋକିବାକୁ ନେଇ ଚଳିତ ବର୍ଷ ସିସିଟିଭି ଓ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ପରୀକ୍ଷା ସମୟରେ ଛାତ୍ରଛାତ୍ରୀଙ୍କୁ କଡାକଡି ଭାରେ ଯାଞ୍ଚ କରାଯାଉଛି । ଏପଟେ ବିଗତ ବର୍ଷରେ ଦେଖାଯାଇଛି ପରୀକ୍ଷାର ପ୍ରଶ୍ନପତ୍ରକୁ ନେଇ ଅନେକ ବିଭ୍ରାଟ ଦେଖାଯାଇଛି । ତେବେ ପରୀକ୍ଷା ସମୟରେ କିମ୍ବା ପୂର୍ବରୁ ସୋସିଆଲ ମିଡିଆରେ କୌଣସି ଭାଇରାଲ ପ୍ରଶ୍ନ ପତ୍ରର ଗୁଜବକୁ ବିଶ୍ବାସ ନ କରିବାକୁ ପରାମର୍ଶ ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ । ଏପଟେ କହିଛନ୍ତି ପ୍ରଶ୍ନପତ୍ର ବିଭ୍ରାଟ ନହେବା ପାଇଁ ପରିଷଦ ଲକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଟେଷ୍ଟ ପେପରରୁ କିଛି ପ୍ରଶ୍ନପତ୍ର ବାହାର କରି ଭାଇରାଲ କରୁଛନ୍ତି । ତେବେ ଏହାକୁ ବିଶ୍ବାସ ନକରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ । ଯଦି ଏଭଳି କୌଣସି ସ୍ଥାନରେ ଦେଖିବାକୁ ମିଳିଥାଏ ତେବେ ତୁରନ୍ତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ନଜରକୁ ଆଣିବାକୁ ସିଏଚଏସଇ ପକ୍ଷରୁ ଅପିଲ କରାଯାଇଛି ।

ଚଳିତବର୍ଷ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ମୋଟ ୧ ଲକ୍ଷ ୯୯ ହଜାର ୩୬୧ଜଣ ଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୮୮୯ ରହିଛି । ସେହିଭଳି କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି । ଯୁକ୍ତ୨ ପରୀକ୍ଷା ମାର୍ଚ୍ଚ ୨୦ ଯାଏ ଚାଲିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.