ETV Bharat / state

୪୦ଫୁଟ କୂଅରୁ ଉଦ୍ଧାର ହେଲା ବାଳକ, ଅଗ୍ନିଶମ ବିଭାଗର ସାହାସିକତା ଉଦ୍ୟମକୁ ସାଧୁବାଦ - ୪୦ଫୁଟ କୂଅରୁ ଉଦ୍ଧାର ହେଲା ବାଳକ

10 Year Old Boy Falls into Borewell : ଢେଙ୍କାନାଳ ଜିଲ୍ଲାର କୁଞ୍ଜକାନ୍ତ ଅଞ୍ଚଳରେ ଖେଳୁ ଖେଳୁ ଅସାବଧାନତା ବଶତଃ କୂଅ ରେ ପଡିଗଲା ୧୦ ବର୍ଷ ର ବାଳକ । ଅଗ୍ନିଶମ ବିଭାଗ ର ତ୍ବରିତ କାର୍ଯ୍ୟାନୁଷ୍ଠାନ ଫଳରେ ବଞ୍ଚିଯାଇଛି ନିରୀହ ଶିଶୁର ଜୀବନ । ଅଧିକ ପଢନ୍ତୁ

୪୦ଫୁଟ କୂଅରୁ ଉଦ୍ଧାର ହେଲା ବାଳକ , ଅଗ୍ନିଶମ ବିଭାଗର ସାହାସିକ ଉଦ୍ୟମକୁ ସାଧୁବାଦ

author img

By ETV Bharat Odisha Team

Published : Jan 27, 2024, 10:40 PM IST

୪୦ଫୁଟ କୂଅରୁ ଉଦ୍ଧାର ହେଲା ବାଳକ , ଅଗ୍ନିଶମ ବିଭାଗର ସାହାସିକ ଉଦ୍ୟମକୁ ସାଧୁବାଦ

ଢେଙ୍କାନାଳ : କଥାରେ ଅଛି ରଖେ ହରି ତ ମାରେ କିଏ । ଏଭଳି କିଛି ଘଟଣା ହୋଇଛି ଢେଙ୍କାନାଳ ଜିଲ୍ଲାର କୁଞ୍ଜକାନ୍ତ ଅଞ୍ଚଳରେ । ଖେଳୁ ଖେଳୁ ଅସାବଧାନତା ବଶତଃ କୂଅ ରେ ପଡିଗଲା ୧୦ ବର୍ଷ ର ବାଳକ ଟିଏ । କିନ୍ତୁ ଅଗ୍ନିଶମ ବିଭାଗ ର ତ୍ବରିତ କାର୍ଯ୍ୟାନୁଷ୍ଠାନ ଫଳରେ ବଞ୍ଚିଯାଇଛି ନିରୀହ ଶିଶୁର ଜୀବନ ।

ମିଳିଥିବା ସୂଚନା ଅନୁଯାୟୀ ଢେଙ୍କାନାଳ ସହରର କୁଞ୍ଜକାନ୍ତ ଅଂଚଳରେ ଆଜି ସନ୍ଧ୍ୟାରେଏହି ଅଘଟଣ ଘଟିଛି । କୁଞ୍ଜକାନ୍ତ ଅଂଚଳରs ରହୁଥିବା ଦେବାଶିଷ ମିଶ୍ରଙ୍କ ୧୦ ବର୍ଷୀୟ ପୁଅ ପ୍ରୟାସ ମିଶ୍ର ବାହାରେ ଖେଳୁଥିଲେ । ତେବେ ଖେଳୁ ଖେଳୁ ଅସାବଧାନତାବଶତଃ ପ୍ରୟାସ ଏକ ୪୦ଫୁଟ ଏକ ଶୁଖିଲା କୂଅରେ ପଡିଯାଇଥିଲେ । ତେବେ ଖବର ଟି ସ୍ଥାନୀୟ ଅଞ୍ଚଳରେ ବିଜୁଳି ବେଗରେ ପ୍ରସାର ହୋଇଥିଲା । ଖବର ପାଇ ଢେଙ୍କାନାଳ ଦମକଳ ବାହିନୀ ସେହି କୂଅ ନିକଟରେ ପହଞ୍ଚିଥିଲା ।

ଅଗ୍ନିଶମ କର୍ମଚାରୀ ମାନେ ରସି ଶିଡି ର ସହାୟତାରେ ଅପରିତ୍ୟକ୍ତ କୂଅ ରେ ପଶି ଶିଶୁକୁ ଉଦ୍ଧାର କରିଥିଲେ । ତେବେ ପ୍ରୟାସ ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ସ୍ଥାନୀୟ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ପଠାଯାଇଥିଲା । ସେଠାରେ ଆବଶ୍ୟକୀୟ ଚିକିତ୍ସା ମିଳିବା ଫଳରେ ବର୍ତ୍ତମାନ ପ୍ରୟାସ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି । ତେବେ ବାକଟିର ଜୀବନ ବଞ୍ଚାଇବା ପାଇଁ ଅଗ୍ନିଶମ ବିଭାଗର ଆପ୍ରାଣ ସାହାସିକ ଉଦ୍ୟମକୁ ସବୁରି ମହଲରେ ପ୍ରଶଂସା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ନୂଆ ଘରକୁ ଯିବ ବିଜୟିନୀ, ଭିମସାର କର୍ତ୍ତୃପକ୍ଷ ହେଲେ ଭାବବିହ୍ବଳ

ତେବେ ପୂର୍ବରୁ ଗତ ବର୍ଷ ସମ୍ବଲପୁର ର ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗ୍ରାମ ନିକଟସ୍ଥ ଶ୍ରୀରାମ ପଡିଆଠାରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ପଡିଥିବା ଏକ ଶିଶୁ କନ୍ୟା କୁ ଉଦ୍ଧାରକାର୍ଯ୍ୟ ରେ ଅଗ୍ନିଶମ ବିଭାଗ ଙ୍କ ମୁଖ୍ୟ ଭୂମିକା ରହିଥିଲା । ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ଡିଜି ଡ଼ଃ ସୁଧାଂଶୁ ଷଡଙ୍ଗୀ ଏ ରେସ୍କ୍ୟୁ ଅପରେସନକୁ ନେଇ କହିଥିଲେ, "ଅପରାହ୍ନ ପ୍ରାୟ ୨ ଟା ୩୦ରେ ରେଙ୍ଗାଲୀ ଅଗ୍ନିଶମ ବିଭାଗକୁ ବୋରୱେଲରେ ଶିଶୁ ଫସି ରହିଥିବା ନେଇ ତଥ୍ୟ ମିଳିଥିଲା । ଖବର ପାଇଁ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଏହି ରେସ୍କ୍ୟୁ କାର୍ଯ୍ୟରେ ବାହାରିପଡ଼ିଥିଲେ। ଅପରାହ୍ନ ପ୍ରାୟ ୨ ଟା ୪୬ ମିନିଟରେ ଘଟଣାସ୍ଥଳରେ ଟିମ୍ ପହଞ୍ଚି ଏହି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଶିଶୁଟି ଜୀବିତ ଥିବାରୁ ତାହାର ଉଦ୍ଧାର କରିବା ପାଇଁ କର୍ମଚାରୀମାନେ ଆପ୍ରାଣ ଉଦ୍ୟମ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଶିଶୁ ପାଖକୁ ଅମ୍ଳଜାନ ଯୋଗାଣ କରାଯାଇଥିଲା ।" ଅମୂଲ୍ୟ ଜୀବନଟିକୁ ରକ୍ଷା କରିବା ପାଇଁ ଉତ୍ସର୍ଗୀକୃତ ଓ ନିଷ୍ଠାପର ଭାବେ କାର୍ଯ୍ୟ କରିଥିବା ଅଗ୍ନିଶମ ବାହିନୀକୁ ନେଇ ଖୋଦ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.