ETV Bharat / sports

'ମୁଁ ହାରିଗଲି...' ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷିତ ପରେ କୁସ୍ତିକୁ ଭିନେଶ ଫୋଗତଙ୍କ ଅଲବିଦା - Vinesh Phogat announces retirement

author img

By ETV Bharat Sports Team

Published : Aug 8, 2024, 6:50 AM IST

Updated : Aug 8, 2024, 8:28 AM IST

Vinesh Phogat announces retirement: କୁସ୍ତିରୁ ସନ୍ୟାସ ନେଲେ ଭିନେଶ ଫୋଗତ । ଅବସର ନେଇ ଟ୍ବିଟ କରି ଦେଲେ ଦେଲେ ସୂଚନା । ଅଧିକ ପଢନ୍ତୁ

Vinesh Phogat
Vinesh Phogat (IANS PHOTO)

ହାଇଦ୍ରାବାଦ: ପ୍ୟାରିସ ଅଲିମ୍ପିକ୍ସରେ ପଦକ ପକ୍କା କରି ଅଯୋଗ୍ୟ ଘୋଷଣା ହେବା ପରେ କୁସ୍ତିଯୋଦ୍ଧା ଭିନେଶ ଫୋଗତଙ୍କ ବଡ ନିଷ୍ପତ୍ତି । ରେସଲିଂକୁ ଗୁଡ ବାଏ କହିଲେ ଭିନେଶ । ଏକ୍ସରେ କୋହଭରା ଟ୍ବିଟ୍ କରି କୁସ୍ତିରୁ ସେ ଅବସର ଘୋଷଣା କରିଛନ୍ତି । 100 କିଲୋଗ୍ରାମ ଓଜନ ବଢିବା କାରଣରୁ ସେ ଅଲିମ୍ପିକ୍ସ ଫାଇନାଲରୁ ବଞ୍ଚିତ ହେବାରୁ ମାଆଙ୍କ ସ୍ବପ୍ନ ଓ ନିଜର ସାହାସ ଭାଙ୍ଗିଯାଇଥିବା ଏକ୍ସରେ କହିଛନ୍ତି ଭିନେଶ ।

'ଅଲବିଦା ରେସଲିଂ': ଭିନେଶ ଅବସର ନେଇ ଭାବପୂର୍ଣ୍ଣ ଟ୍ବିଟ କରି ଲେଖିଛନ୍ତି, ''ମାଆ... କୁସ୍ତି ମୋଠୁ ଜିତିଗଲା, ମୁଁ ହାରିଗଲି । ମୋତେ କ୍ଷମା କରିବ । ତୁମର ସ୍ବପ୍ନ ଓ ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ । ଅଲବିଦା କୁସ୍ତି 2001-2024 । ଆପଣ ସମସ୍ତଙ୍କ ପାଇଁ ସବୁଦିନ ମୁଁ ଋଣି ରହିବି । ମୋତେ କ୍ଷମା କରିବେ ।''

ଏହା ମଧ୍ୟ ପଢନ୍ତୁ-ପୂରା ରାତିର କାହାଣୀ କହିଲେ ଭିନେଶଙ୍କ ଫିଜିଓ; ଓଜନ କମାଇବାକୁ କାଟିଥିଲେ କେଶ - Paris Olympics 2024

ଫାଇନାଲ ପୂର୍ବରୁ 2.7 କେଜି ବଢିଥିଲା ଭିନେଶଙ୍କ ଓଜନ: ଭାରତୀୟ ଅଲିମ୍ପିକ୍ସ କଣ୍ଟିଜେଣ୍ଟର ମୁଖ୍ୟ ଚିକିତ୍ସା ଅଧିକାରୀ ଦିନସ୍ୱ ପର୍ଦିୱାଲା କହିଛନ୍ତି, ''ସେମିଫାଇନାଲ ପରେ ଭିନେଶ ଫୋଗତଙ୍କ ଓଜନ 2.7 କିଲୋଗ୍ରାମ ବଢିଯାଇଥିଲା । ଖାଦ୍ୟ ଏବଂ ପାନୀୟ କମ କରାଯାଇ ଓଜନ ହ୍ରାସ କରିବାକୁ ଉଦ୍ୟମ କରାଯାଇଥିଲା ।

Vinesh Phogat
Vinesh Phogat (ETV Bharat)

କାସ୍‌ରେ ଭିନେଶଙ୍କ ଆବେଦନ:

ମଙ୍ଗଳବାର ଅଲିମ୍ପିକ୍ସ କୁସ୍ତିରେ 50 କିଲୋଗ୍ରାମ ବର୍ଗରେ ଫାଇନାଲ୍‌ରେ ପହଞ୍ଚି ଭାରତ ପାଇଁ ମେଡାଲ ପକ୍କା କରିଥିଲେ ଭାରତୀୟ ରେସଲର ଭିନେଶ ଫୋଗତ । ହେଲେ ପରଦିନ 50 କିଲୋଗ୍ରାମରୁ କିଛି ଗ୍ରାମ ଅଧିକ ଓଜନ ହେବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଫଳରେ ଫାଇନାଲରୁ ବଞ୍ଚିତ ହେବା ସହ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଯାହାକୁ ସହଜରେ ଗ୍ରହଣ କରିନପାରି ସେ ଅନ୍ତର୍ଜାତୀୟ କ୍ରୀଡା କୋର୍ଟର(CAS) ଦ୍ବାରସ୍ଥ ହୋଇଛନ୍ତି । ରୌପ୍ୟ ପଦକ ପାଇଁ ସେ ଆବେଦନରେ ଉଲ୍ଲେଖ କରିଛନ୍ତି । ଆଜି ଏହାର ଶୁଣାଣି ହେବ ।

Vinesh Phogat
Vinesh Phogat (ETV Bharat)

ଅଯୋଗ୍ୟ ଘୋଷଣା ପରେ ଭାଙ୍ଗିଥିଲା 140 କୋଟି ଭାରତୀୟଙ୍କ ହୃଦୟ: ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତର ଷ୍ଟାର ରେସଲର ଭିନେଶ ଫୋଗତ ଇତିହାସ ସୃଷ୍ଟି କରି ଫାଇନାଲରେ ପହଞ୍ଚିଥିଲେ । ସେମି ଫାଇନାଲରେ ୟୁସନେଲିସ୍ ଲୋପିଜଙ୍କୁ ହରାଇ ସେ ଇତିହାସ ରଚିଲେ । କ୍ବାଟର ଫାଇନାଲରେ ପୂର୍ବତନ ବିଶ୍ବ ଚାମ୍ପିଆନ୍ ଓକଶାନା ଲିଭିଚଙ୍କୁ 7-5 ସ୍କୋରରେ ହରାଇ ସେମିରେ ଭିନେଶ ଫୋଗତ । ଫାଇନାଲ ଖେଳିଥିଲେ ରୌପ୍ୟ ନଚେତ ସ୍ବର୍ଣ୍ଣ ପଦକ ହାସଲ କରିଥାନ୍ତେ । କିନ୍ତୁ ଏହା ପୂର୍ବରୁ ଭାଙ୍ଗିଯାଇଥିଲା ଭିନେଶଙ୍କ ମେଡାଲ ଜିତିବା ଆଶା । 50 କିଲୋଗ୍ରାମ ଓଜନରୁ କେବଳ 100 ଗ୍ରାମ ଅଧିକ ଓଜନ ଥିବା ଦର୍ଶାଇ ତାଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହାପରେ ଭାଙ୍ଗିଥିଲା 140 କୋଟି ଭାରତୀୟଙ୍କ ହୃଦୟ । ସାରା ଦେଶରେ ସୃଷ୍ଟି ହୋଇଥିଲା ଆଲୋଡ଼ନ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ରାଷ୍ଟ୍ରପତି, ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମାନେ ଏହାକୁ ନେଇ ବିଭିନ୍ନ ପୋଷ୍ଟ କରିଥିଲେ । ଏହା ପଛରେ କୌଣସି ଷଡ଼ଯନ୍ତ୍ର ଥିବା ସନ୍ଦେହ କରିଥିଲେ ବିରୋଧୀ ।

Vinesh Phogat
Vinesh Phogat (ETV Bharat)

ପଦକ ନପାଇବି ଚମ୍ପିଆନ: ଅଲିମ୍ପିକ୍ସର ନିୟମ ଆଗରେ ଭିନେଶ ନଇଁ ଯାଇଛନ୍ତି ସତ, କିନ୍ତୁ ସେ କୋଟି କୋଟି ଭାରତୀଯଙ୍କ ସାମ୍ନାରେ ଚମ୍ପିଆନ । ସୋସିଆଲ ମିଡିଆରେ ଭିନେସ ଚମ୍ପିଆନ ବୋଲି ଟ୍ରେଣ୍ଡ ହେଉଛି । ସାରା ବିଶ୍ବରୁ ତାଙ୍କୁ ସମର୍ଥନ ମିଳୁଛି । ଭାରତର ପୂର୍ବ ଓ ବର୍ତ୍ତମାନ ଅଲିମ୍ପକ୍ସ ଖେଳାଳି ମଧ୍ୟ ଭିନେଶଙ୍କୁ ସମର୍ଥନ କରୁଛନ୍ତି ।

Vinesh Phogat
Vinesh Phogat (ETV Bharat)

ଭିନେଶ ଫୋଗତଙ୍କ କ୍ରୀଡା କ୍ୟାରିୟର : 2019 ଓ 2022 ଓ୍ବାର୍ଲ୍ଡ ଚାମ୍ପିଅନସିପରେ 53 କିଲୋଗ୍ରାମ ବର୍ଗରେ ସେ ବ୍ରୋଞ୍ଚ ପଦକ ଜିତିଛନ୍ତି । 2018 ଏସିୟାନ ଗେମ୍ସରେ ସ୍ବରର୍ଣ୍ଣ ଓ 2014ରେ ବ୍ରୋଞ୍ଜ ଜିତିଥିଲେ ଫୋଗତ । 2014, 2018 ଓ 2022 କମନଓ୍ବେଲଥ ଗେମ୍ସରେ ସ୍ବର୍ଣ୍ଣ ପଦକ, 2021 ଏସିୟାନ ଚାମ୍ପିଅନସିପରେ ସ୍ବର୍ଣ୍ଣ ଜିତିଥିଲେ । ସେହିପରି ଏସିୟାନ ଚାମ୍ପିଅନସିପ 2015, 17 ଓ 18ରରେ ସିଲଭର ଓ 2013, 2016, 2019 ଓ 2020ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଚିଭି ଭାରତ

Last Updated : Aug 8, 2024, 8:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.