ETV Bharat / sports

ମହିଳା ପ୍ରିମିୟର ଲିଗ୍, ଆଜି ଓ୍ବାରିୟର୍ସ-ଗୁଜୁରାଟ ଜିଆଣ୍ଟ୍ସ ମୁକାବିଲା

author img

By ETV Bharat Odisha Team

Published : Mar 1, 2024, 2:05 PM IST

Updated : Mar 1, 2024, 2:19 PM IST

WPL 2024: ଡବ୍ଲୁପିଏଲର ଆଜି ଅଷ୍ଟମ ମୁକାବିଲା । ମୁହାଁମୁହିଁ ହେବେ ୟୁପି ଓ୍ବାରିୟର୍ଜ ଓ ଗୁଜୁରାଟ ଜିଆଣ୍ଟ୍ସ । ଅଧିକ ପଢନ୍ତୁ

WPL 2024
WPL 2024

ବେଙ୍ଗାଲୁରୁ: ମହିଳା ପ୍ରିମିୟର ଲିଗରରେ ଆଜି ରହିଛି ଅଷ୍ଟମ ମୁକାବିଲା । ମୁହାଁମୁହିଁ ହେବେ ୟୁପି ଓ୍ବାରିୟର୍ଜ ଓ ଗୁଜୁରାଟ ଜିଆଣ୍ଟ୍ସ । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ ଦୁଇ ଦଳ । ବର୍ତ୍ତମାନ ସୁଦ୍ଧା 2ଟି ମ୍ୟାଚ ଖେଳି ପଏଣ୍ଟ ଟେବୁଲରେ ଖାତା ଖୋଲିପାରିନଥିବା ଗୁଜୁରାଟ ଟିମ ବିଜୟ ଆଭିଯାନ ଆରମ୍ଭ କରିବାକୁ ଆଜି ଯୋରଦାର ଉଦ୍ୟମ କରିବ । ସେପଟେ ୟୁପି ଟିମ ବିଜୟ ଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଛି । ଦୁଇ ଦଳ ମଧ୍ୟରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ହେବ । ଆଜି ସନ୍ଧ୍ୟା 7ଟା 30ରେ ଏମ ଚିନାସ୍ବାମୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ ।

ଚଳିତ ଡବ୍ଲୁପିଏଲ ସିଜିନରେ ବର୍ତ୍ତମାନ ସୁଦ୍ଧା ୟୁପି ଓ୍ବାରିୟର୍ଜ ମୋଟ 3ଟି ମ୍ୟାଚ ଖେଳିଛି । ସେଥି ମଧ୍ୟରୁ ଦଳ ଗୋଟିଏରେ ବିଜୟୀ ହୋଇଛି । ଫେବୃଆରୀ 24 ତାରିଖରେ ୟୁପି ଓ ଆରସିବି ମଧ୍ୟରେ ମୁକାବିଲା ହୋଇଥିଲା । ମାତ୍ର 2 ରନରେ ବିପକ୍ଷ ଦଳଠାରୁ ପରାଜିତ ହୋଇଥିଲା ଓ୍ବାରିୟର୍ଜ । ଏହାପରେ ଫେବୃଆରୀ 26 ତାରିଖରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ମୁକାବିଲା ହୋଇଥିଲା । କିନ୍ତୁ ବ୍ୟାଟିଂ ବିପର୍ଯ୍ୟୟ ହେତୁ 9 ଓ୍ବିକେଟରେ ପରାଜିତ ହୋଇଥିଲା । ପରେ ଫେବୃଆରୀ 28 ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଓ ୟୁପି ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ 7 ଓ୍ବିକେଟ ବିପକ୍ଷ ଦଳକୁ ହରାଇ ପଏଣ୍ଟ ଟେବୁଲରେ ଖାତା ଖୋଲିଥିଲା ୟୁପି । ଏହି ଧାରାକୁ ଜାରି ରଖିବାକୁ ଆଲିସା ହେଲିଙ୍କ ବାହିନୀ ପୁରା ପ୍ରସ୍ତୁତ । ସମସ୍ତ ତ୍ରୁଟିକୁ ସୁଧାରୁ ପଏଣ୍ଟ ଟେବୁଲରେ ଉପରକୁ ଉଠିବ ଦଳ ଚେଷ୍ଟା କରିବ । ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି ଓ୍ବାରିୟର୍ଜ ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ, RCBକୁ ହରାଇ ପଏଣ୍ଟ ଟେବୁଲ ଶୀର୍ଷରେ DC

ଅନ୍ୟପଟେ ଗୁଜୁରାଟ ଜିଆଣ୍ଟ୍ସ ବର୍ତ୍ତମାନ ସୁଦ୍ଧା ମୋଟ 2ଟି ମ୍ୟାଚ ଖେଳିଛି । ସେଥି ମଧ୍ୟରୁ କୌଣସିଟିରେ ବିଜୟୀ ହେବାକୁ ସକ୍ଷମ ହୋଇନି । ଫେବୃଆରୀ 25 ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ 5 ଓ୍ବିକେଟରେ ବିପକ୍ଷ ଦଳ ଠାରୁ ହାରିଥିଲା ଗୁଜୁରାଟ । ପରେ ଫେବୃଆରୀ 27 ତାରିଖରେ ଆରସିବିକୁ ଭେଟିଥିଲା ଦଳ । ଏହି ମ୍ୟାଚରେ 8 ଓ୍ବିକେଟରେ ହାରିଲା ଜିଆଣ୍ଟ୍ସ । ଦଳର ପ୍ରଦର୍ଶନ ଭଲ ନଥିବାରୁ ପଏଣ୍ଟ ଟେବୁଲର ଶେଷରେ ରହିଛି ଟିମ । ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଆଜି ପ୍ରୟାସ କରିବ ବେଥ ମୋନିଙ୍କ ବାହିନୀ । ସମସ୍ତ ତ୍ରୁଟିକୁ ସୁଧାରିବ ବୋଲି ଫ୍ୟାନ୍ସଙ୍କ ଆଶା ।

Last Updated : Mar 1, 2024, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.