ETV Bharat / sports

ମହିଳା ପ୍ରିମିୟର ଲିଗ, ମୁମ୍ବାଇ ଇଣ୍ଡିଆନ୍ସକୁ 7 ୱିକେଟରେ ହରାଇଲା ୟୁପି

WPL 2024: ଡବ୍ଲୁପିଏଲର ଚଳିତ ସଂସ୍କରଣରେ ମୁମ୍ବାଇ ଟିମର ପ୍ରଥମ ପରାଜୟ । ମୁମ୍ବାଇ ଇଣ୍ଡିଆନ୍ସକୁ 7 ଓ୍ବିକେଟରେ ହରାଇଲା ୟୁପି ଟିମ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 29, 2024, 7:50 AM IST

Updated : Feb 29, 2024, 12:52 PM IST

WPL 2024
WPL 2024

ବେଙ୍ଗାଲୁରୁ: ମହିଳା ପ୍ରିମିୟର ଲିଗ ଦ୍ବିତୀୟ ସଂସ୍କରଣର ଷଷ୍ଠ ମ୍ୟାଚ ୟୁପି ଓ୍ବାରିୟର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ସହ ଖେଳାଯାଇଥିଲା । ଚଳିତ ସିଜିନରେ ପଏଣ୍ଟ ଟେବୁଲରେ ଖାତା ଖୋଲିଛି ୟୁପି ଓ୍ବାରିୟର୍ସ । ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସକୁ 7 ଓ୍ବିକେଟରେ ହରାଇଛି ୟୁପି ଟିମ । ଚଳିତ ସଂସ୍କରଣରେ ମୁମ୍ବାଇ ଟିମର ପ୍ରଥମ ପରାଜୟ ହୋଇଛି । ପୂର୍ବରୁ ଦୁଇଟି ମ୍ୟାଚରେ ମୁମ୍ବାଇ ବିଜୟୀ ହୋଇଥିବା ବେଳେ ହ୍ୟାଟ୍ରିକ ବିଜୟ ହାସଲରେ ଓ୍ବାରିୟର୍ସ ବ୍ରେକ ଲଗାଇଛି ।

ଏହା ମଧ୍ୟ ପଢନ୍ତୁ- ମହିଳା ପ୍ରିମିୟର ଲିଗ: ୟୁପି ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ସହଜ ବିଜୟ

ବୁଧବାର ସନ୍ଧ୍ୟାରେ ବେଙ୍ଗାଲୁରୁ ସ୍ଥିତ ଏମ ଚିନାସ୍ବାମୀ ଷ୍ଟାଡିୟମରେ ୟୁପି ଓ୍ବାରିୟର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ୟୁପି ଟିମ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ ଟିମ । 20 ଓଭରରେ 6 ଓ୍ବିକେଟ ହରାଇ 161 ରନ କରିବାକୁ ସକ୍ଷମ ହୋଇଥିଲା ମୁମ୍ବାଇ । ଦଳ ପକ୍ଷରୁ ହେଲି ମାଥ୍ୟୁସ 55 ରନ କରି ଅର୍ଦ୍ଧଶତକ ହାସ କରିଥିବା ବେଳେ ଆଉ କୌଣସି ବି ଖେଳାଳି 30 ରନ କରିବାକୁ ସକ୍ଷମ ହୋଇନଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୟସ୍ତିକା ଭାଟ୍ଟିଆ 26 ଓ ଆମେଲିଆ କେର 23 ରନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ମହଙ୍ଗା ପଡିଲା ବିସିସିଆଇ ନିର୍ଦ୍ଦେଶକୁ ଅଣଦେଖା, ବାର୍ଷିକ କଣ୍ଟ୍ରାକ୍ଟରୁ ବିଦା ହେଲେ ଆୟର-ଇଶାନ

ଏହାପରେ 162 ରନ ବିଜୟ ଲକ୍ଷ୍ୟରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ୟୁପି ଓ୍ବାରିୟର୍ସ । ଆରମ୍ଭରୁ ଜବରଦସ୍ତ ବ୍ୟାଟିଂ କରିଥିଲେ ଦୁଇ ଓପନର ଆଲିସା ହିଲି ଓ କିରଣ ନବଗିରେ । କିରଣ 57 ରନ କରିଥିବା ବେଳେ ଆଲିସା ହିଲି 33 ରନ କରି ଆଉଟ ହୋଇଥିଲେ । ପରେ ଗ୍ରେସ ହ୍ୟାରିସ ଓ ଦୀପ୍ତି ଶର୍ମା ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ହ୍ୟାରିସ ଅପରାଜିତ 38 ରନ ଓ ଦୀପ୍ତି 27 ରନ କରି ଦଳକୁ ବିଜୟୀ ମୁହାଁ କରିଥିଲେ । 17 ଓଭର ଶେଷ ସୁଦ୍ଧା 3 ଓ୍ବିକେଟ ହରାଇ 163 ରନ କରି ମୁମ୍ବାଇକୁ ପରାଜିତ କରି ବିଜୟୀ ହୋଇଥିଲା ୟୁପି ଓ୍ବାରିୟର୍ସ । ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ପରାଜୟ ହୋଇଥିବା ବେଳେ ୟୁପି ଟିମ ପ୍ରଥମ ବିଜୟ ହାସଲ କରିଛି ।

Last Updated : Feb 29, 2024, 12:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.