ETV Bharat / sports

ମହିଳା ପ୍ରିମିୟର ଲିଗ, ତୃତୀୟ ବିଜୟ ହାସଲ ଲକ୍ଷ୍ୟରେ MI-RCB

author img

By ETV Bharat Odisha Team

Published : Mar 2, 2024, 6:00 PM IST

WPL 2024: ଆଜି ଡବ୍ଲୁପିଏଲରେ ଆରସିବି ଓ ଏମଆଇ ମଧ୍ୟରେ ମୁକାବିଲା । ତୃତୀୟ ବିଜୟ ହାଲ ଲକ୍ଷ୍ୟରେ ଦୁଇ ଦଳ । ଅଧିକ ପଢନ୍ତୁ

WPL 2024
WPL 2024

ବେଙ୍ଗାଲୁରୁ: ଆଜି ମହିଳା ପ୍ରିମିୟର ଲିଗର ନବମ ମୁକାବିଲା । ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଓ ମୁମ୍ବାଇ ଇଣ୍ଡିଆନ୍ସ । ଦୁଇ ଦଳ ମଧ୍ୟରେ ଆଜି ଜୋରଦାର ଫାଇଟ ହେବ । ଚଳିତ ସିଜିନରେ ଦୁଇ ଟିମ 3ଟି ଲେଖାଏଁ ମ୍ୟାଚ ଖେଳି 2ଟି ମ୍ୟାଚରେ ବିଜୟ ହୋଇଛନ୍ତି । ତୃତୀୟ ବିଜୟ ହାସଲ କରିବାକୁ ବ୍ୟାକୁଳ ରହିଛନ୍ତି ମୁମ୍ବାଇ ଓ ବାଙ୍ଗଲୋର ଟିମ । ତେଣୁ ବିଜୟ ଲକ୍ଷ୍ୟ ନେଇ ଆଜି ପଡିଆକୁ ଓହ୍ଳାଇବେ ଦୁଇ ଦଳ । ସନ୍ଧ୍ୟା 7ଟା 30 ମିନିଟରେ ବେଙ୍ଗାଲୁରୁ ସ୍ଥିତ ଏମ୍ ଚିନା ସ୍ବାମୀ ଷ୍ଡାଡିୟମରେ ଖେଳାଯିବ ମ୍ୟାଚ ।

ଏହା ମଧ୍ୟ ପଢନ୍ତୁ-ମହିଳା ପ୍ରିମିୟର ଲିଗ: ଗୁଜୁରାଟର ହ୍ୟାଟ୍ରିକ ପରାଜୟ, 6 ୱିକେଟରେ ଜିତିଲା ୟୁପି

ପଏଣ୍ଟ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି ବାଙ୍ଗଲୋର ଟିମ । ବର୍ତ୍ତମାନ ସୁଦ୍ଧା ମୋଟ 3ଟି ମ୍ୟାଚ ଖେଳି 2ଟିରେ ବିଜୟୀ ହୋଇ 4 ପେଣ୍ଟ ପାଇଛି ଆରସିବି । ଆଜିର ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷର ରହିବା ଲକ୍ଷ୍ୟରେ ରହିଛି ସ୍ମୃତି ମାନ୍ଧନାଙ୍କ ଟିମ । ଗତ ଫେବୃଆରୀ 24 ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଓ ୟୁପି ଓ୍ବାରିୟର୍ଜ ମଧ୍ୟରେ ମୁକାବିଲା ହୋଇଥିଲା । ମାତ୍ର 2 ରନରେ ୟୁପିକୁ ପରାସ୍ତ କରିଥିଲା ବାଙ୍ଗଲୋର । ପରେ 27 ତାରିଖରେ ଗୁଜୁରାଟ ଓ ଆରସିବି ମଧ୍ୟରେ ମ୍ୟାଚ ଖେଳା ହୋଇଥିଲା । ଏଥିରେ 8 ଓ୍ବିକେଟରେ ବିଜୟୀ ହୋଇଥିଲା ବାଙ୍ଗଲୋର । କିନ୍ତୁ ତୃତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହୋଇଥିଲା ବାଙ୍ଗଲୋର ।

ସେହିପିର ମୁମ୍ବାଇ ଇଣ୍ଡିଆନ୍ସ ଡବ୍ଲୁପିଏଲରେ ବର୍ତ୍ତମାନ ସୁଦ୍ଧା 3ଟି ମ୍ୟାଚ ଖେଳି 2ଟିରେ ବିଜୟୀ ହୋଇଛି । 4 ପଏଣ୍ଟ ସହ ଦଳ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ପେଣ୍ଟ ଟେବୁଲର ଉପରକୁ ଉଠିବାକୁ ହେଲେ ଆଜିର ମ୍ୟାଚରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଫେବୃଆରୀ 23 ତାରିଖରେ ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ମୁକାବିଲା ହୋଇଥିଲା । ମୁମ୍ବାଇ ଏହି ମ୍ୟାଚରେ ବିଜୀୟ ହୋଇଥିଲା । ଫେବୃଆରୀ 25 ତାରିଖରେ ଗୁଜୁରାଟ ଓ ମୁମ୍ବାଇ ମଧ୍ୟରେ ମ୍ୟାଚ ହୋଇଥିଲା । 5 ଓ୍ବିକେଟରେ ବିପକ୍ଷ ଦଳକୁ ହରାଇ ଡବ୍ଲୁପିଏଲରେ ଦ୍ବିତୀୟ ବିଜୟ ହାସଲ କରିଥିଲା ମୁମ୍ବାଇ । ଫେବୃଆରୀ 28 ତାରିଖରେ ୟୁପି ଓ ମୁମ୍ବାଇ ଟିମ ମଧ୍ୟରେ ମ୍ୟାଚ ହୋଇଥିଲା । କିନ୍ତୁ ତୃତୀୟ ମ୍ୟାଚରେ ଦଳକୁ ପରାଜିତ ହେବାକୁ ପଡିଥିଲା । ଆଜି ତୃତୀୟ ବିଜୟ ହାସଲ କରିବୈାକୁ ଟିମ ପୁରା ପ୍ରସ୍ତୁତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.