ETV Bharat / sports

ମହିଳା ପ୍ରିମିୟର ଲିଗ: 23 ରନରେ ୟୁପିକୁ ହରାଇ ତୃତୀୟ ବିଜୟ ହାସଲ କଲା RCB - ମହିଳା ପ୍ରିମିୟର ଲିଗ

WPL 2024: ଡବ୍ଲୁପିଏଲର 11ତମ ମ୍ୟାଚରେ ଆରସିବିର ବିଜୟ । 23 ରନରେ ହାରିଲା ୟୁପି । ଅଧିକ ପଢନ୍ତୁ

WPL 2024
WPL 2024
author img

By ETV Bharat Odisha Team

Published : Mar 5, 2024, 7:31 AM IST

ବେଙ୍ଗାଲୁରୁ: ମହିଳା ପ୍ରିମିୟର ଲିଗର 11ତମ ମୁକାବିଲାରେ ଆରସିବିର ବିଜୟ । ୟୁପି ଓ୍ବାରିୟର୍ଜକୁ 23 ରନରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଧିନାୟିକା ସ୍ମୃତି ମନ୍ଧାନା ଓ ଏଲିସେ ପେରୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚଳିତ ସିଜିନରେ ଆରସିବି ତୃତୀୟ ବିଜୟ ହାସଲ କରିଛି । ଚଳିତ ସିଜିନରେ ୟୁପିର ଏହା ଦ୍ବିତୀୟ ପରାଜୟ ।

ଏହା ମଧ୍ୟ ପଢନ୍ତୁ- ମହିଳା ପ୍ରିମିୟର ଲିଗ, ଗୁଜୁରାଟକୁ 25 ରନରେ ହରାଇ ଶୀର୍ଷରେ ଦିଲ୍ଲୀ

ସୋମବାର ସନ୍ଧ୍ୟା 7ଟା 30 ମିନିଟରେ ବେଙ୍ଗାଲୁରୁ ସ୍ଥିତ ଏମ୍ ଚିନା ସ୍ବାମୀ ଷ୍ଡାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ୟୁପି ଓ୍ବାରିୟର୍ଜ ମଧ୍ୟରେ କଡା ମୁକାବିଲା ହୋଇଥିଲା । ତୃତୀୟ ବିଜୟ ହାସଲ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଥିଲେ ଦୁଇ ଟିମ । ୟୁପି ଟିମ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ଟିମ ଆରସିବି । ଓପନିଂ ଯୋଡି ଭାବେ ପଡିଆକୁ ଓହ୍ଲାଇଥିଲେ ସ୍ମୃତି ଓ ପେରୀ । ଉଭୟ ପ୍ରଥମରୁ ଆକ୍ରମକ ବ୍ୟାଟିଂ କରିଥିଲେ । ସ୍ମୃତି ମନ୍ଧାନା ବିସ୍ଫୋରକ ବ୍ୟାଟିଂ କରି 80 ରନରେ ଆଉଟ ହୋଇଥିଲେ । ପରେ ପେରୀ 58 ରନ କରି ପାଭିଲିୟନ ଫେରିଥିଲେ । ଉଭୟ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ପରେ ମେଘ୍ନା 28 ରନ କରି ଆଉଟ ହୋଇଥିଲେ । 20 ଓଭରରେ ଦଳ 3 ଓ୍ବିକେଟ 198 ରନ କରିଥିଲା ।

ଏହା ମଧ୍ୟ ପଢନ୍ତୁ- ମହିଳା ପ୍ରିମିୟର ଲିଗ: ତୃତୀୟ ବିଜୟ ଲକ୍ଷ୍ୟରେ ୟୁପି ଓ୍ବାରିୟର୍ଜ-RCB

199 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ୟୁପି ଓ୍ବାରିୟର୍ଜ । କିନ୍ତୁ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା ଦଳ । 20 ଓଭରରେ 8 ଓ୍ବିକେଟ ହରାଇ ମାତଚ୍ର 175 ରନ କରିବାକୁ ସକ୍ଷମ ହୋଇଥିଲା ୟୁପି । ଦଳ ପକ୍ଷରୁ ଆଲିସା ହେଲି ସର୍ବାଧିକ 55 ରନ କରିଥିବାବେଳେ ଦୀପ୍ତି ଶର୍ମା 33 ଓ ପୁନମ ଖେମନର 31 ରନ କରିଥିଲେ । ଚଳିତ ସିଜିନରେ ୟୁପି ଓ୍ବାରିୟର୍ଜର ଦ୍ବିତୀୟ ପରାଜୟ ହୋଇଛି । ଏହି ସିଜିନରେ ମୋଟ 5ଟି ମ୍ୟାଚ ଖେଳି 4 ପଏଣ୍ଟ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ୟୁପି ।

ଏହା ମଧ୍ୟ ପଢନ୍ତୁ-ପୁଣି ଚମକିଲେ କାଶ୍ମୀର ଟ୍ବିନ୍ସ ଆୟେରା ଓ ଆନ୍ସା, ମସ୍କୋ ଉସୁ ଚମ୍ପିଆନସିପ୍‌ରେ ଆଣିଲେ ସ୍ବର୍ଣ୍ଣ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.